ଅନ୍ଧାର ହୋଇଗଲା ଶ୍ରୀମନ୍ଦିର, ଭକ୍ତଙ୍କ ମନରେ ଖେଳିଗଲା ଭୟ

ପୁରୀ: ସନ୍ଧ୍ୟା ସମୟ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ । ହେଲେ ହଠାତ ସମ୍ପୂର୍ଣ୍ଣ ଅନ୍ଧାର ହୋଇଗଲା ପୂର ଶ୍ରୀମନ୍ଦିର । ମନ୍ଦିର ଭିତରେ ଥିବା ଭକ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା ଭୟର ବାତାବରଣ । ପ୍ରାୟ ୨୦ ମିନିଟ ପୂରା ମନ୍ଦିରରେ ଘୋଟି ଯାଇଥିଲା ଅନ୍ଧାର । ତେବେ କୌଣସି ଅଲୌକିକ ଘଟଣାରୁ ଏମିତି ହୋଇ ନଥିଲା । ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା […] The post ଅନ୍ଧାର ହୋଇଗଲା ଶ୍ରୀମନ୍ଦିର, ଭକ୍ତଙ୍କ ମନରେ ଖେଳିଗଲା ଭୟ appeared first on Odisha.News.

ଅନ୍ଧାର ହୋଇଗଲା ଶ୍ରୀମନ୍ଦିର, ଭକ୍ତଙ୍କ ମନରେ ଖେଳିଗଲା ଭୟ

ପୁରୀ: ସନ୍ଧ୍ୟା ସମୟ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ । ହେଲେ ହଠାତ ସମ୍ପୂର୍ଣ୍ଣ ଅନ୍ଧାର ହୋଇଗଲା ପୂର ଶ୍ରୀମନ୍ଦିର । ମନ୍ଦିର ଭିତରେ ଥିବା ଭକ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା ଭୟର ବାତାବରଣ । ପ୍ରାୟ ୨୦ ମିନିଟ ପୂରା ମନ୍ଦିରରେ ଘୋଟି ଯାଇଥିଲା ଅନ୍ଧାର ।

ତେବେ କୌଣସି ଅଲୌକିକ ଘଟଣାରୁ ଏମିତି ହୋଇ ନଥିଲା । ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା । ତେବେ ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ । ବାକି ଅଞ୍ଚଳଗୁଡ଼ିକରେ ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କରିଥିଲେ ଶ୍ରଦ୍ଧାଳୁ ।

ବିଜୁଳି କଟିଯିବାରୁ ଶ୍ରୀମନ୍ଦିର ବାହାର ଠାରୁ ଭିତର ପର୍ଯ୍ୟନ୍ତ ଅନ୍ଧକାର ହୋଇଯାଇଥିଲା । ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ଠାରୁ ବାଇଶି ପାହାଚ ଓ ଭିତର ଗୁମୁଟ ପୂରା ଅନ୍ଧାର ଭିତରେ ରହିଥିଲା । ଅନ୍ଧାକାର ଭିତରେ ଭକ୍ତମାନେ ଭିତରକୁ ଯାଇଥିଲେ । ବନକ ଲାଗି ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରି ଫେରୁଥିଲେ । ଏହି ସମୟରେ ଏପରି ଘଟଣା ଘଟିଥିଲା।

୨୦ମିନିଟ ଧରି କିଛି ମିନି ଇନଭର୍ଟର ଲାଇଟ ଓ ଦୀପ ଲାଇଟରେ ଭକ୍ତ ମାନେ ଯାତାୟାତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପାୱାର ବ୍ୟାକ ଫେଲ ମାରିବା ଯୋଗୁଁ ବିଜୁଳି ଚାଲି ଯାଇଥିଲା । କିନ୍ତୁ ପଶ୍ଚମ ଦ୍ୱାରରେ ଲାଗିଥିବା ଇନଭର୍ଟର ଚାଲିବା କଥା । ଏହା ମଧ୍ୟ ଫେଲ ମାରିଥିଲା । ପାୱାର ଟ୍ରିପ୍ ଯୋଗୁଁ ସମସ୍ୟା ହୋଇଥିଲା ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।

The post ଅନ୍ଧାର ହୋଇଗଲା ଶ୍ରୀମନ୍ଦିର, ଭକ୍ତଙ୍କ ମନରେ ଖେଳିଗଲା ଭୟ appeared first on Odisha.News.