ରାସ୍ତାରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବାର ଦେଖିବା କ’ଣ ସଂକେତ ଦିଏ

ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋମାତା ଆଖ୍ୟା ଦିଆଯାଇ ପୂଜା କରାଯାଏ । ଗାଈ ଦେହରେ ସବୁ ଦେବୀ-ଦେବତା ବାସ କରନ୍ତି ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବି ଗୋମାତାଙ୍କର ବିଶେଷ ସ୍ଥାନ ରହିଛି । କୁହାଯାଏ ରାସ୍ତାରେ ଯାଉଥିବା ସମୟରେ କୌଣସି ବ୍ୟକ୍ତିର ନଜରରେ ଗାଈ ପଡିଗଲେ ଏହା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହି କ୍ରମରେ ରାସ୍ତାରେ ଯାଉଥିବା ସମୟରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ନଜର ଆସିଲେ ଏହାର ସଂକେତ […]

ରାସ୍ତାରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବାର ଦେଖିବା କ’ଣ ସଂକେତ ଦିଏ

ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋମାତା ଆଖ୍ୟା ଦିଆଯାଇ ପୂଜା କରାଯାଏ । ଗାଈ ଦେହରେ ସବୁ ଦେବୀ-ଦେବତା ବାସ କରନ୍ତି ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବି ଗୋମାତାଙ୍କର ବିଶେଷ ସ୍ଥାନ ରହିଛି । କୁହାଯାଏ ରାସ୍ତାରେ ଯାଉଥିବା ସମୟରେ କୌଣସି ବ୍ୟକ୍ତିର ନଜରରେ ଗାଈ ପଡିଗଲେ ଏହା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହି କ୍ରମରେ ରାସ୍ତାରେ ଯାଉଥିବା ସମୟରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ନଜର ଆସିଲେ ଏହାର ସଂକେତ କ’ଣ ହୋଇଥାଏ ଆସନ୍ତୁ ଜାଣିବା ।

ଶାସ୍ତ୍ରରେ ଗାଈକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମନେ କରାଯାଏ । ସେହିପରି ବାଛୁରୀକୁ ପ୍ରଗତିର ପ୍ରତୀକ ବୋଲି ମନେ କରାଯାଏ । ଏପରି ସ୍ଥିତିରେ ବାହାରକୁ କୌଣସି କାମରେ ଯାଉଥିବା ବେଳେ ରାସ୍ତାରେ ଆପଣ ବାଛୁରୀ ସହିତ ଗାଈକୁ ଦେଖିଲେ ଜାଣିବେ ଖୁବ୍ ଶୀଘ୍ର ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯିବ । ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଘରେ ମା’ ଲକ୍ଷ୍ମୀଙ୍କ ଆଗମନ ଘଟିବ । ଯଦି ବହୁ ଦିନ ଧରି ଆପଣଙ୍କର କୌଣସି କାମ ଅଟକି ରହିଛି ତେବେ ତାହା ଶୀଘ୍ର ପୁରଣ ହେବ ।

ଏହା ବ୍ୟତିତ ଯଦି ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ନଜର ଆସିବ ତେବେ ଏହାର ଅର୍ଥ ଆପଣଙ୍କ ସନ୍ତାନଙ୍କ ଉନ୍ନତି ହେବ । ଆପଣଙ୍କ ସନ୍ତାନ କୌଣସି କଥାକୁ ନେଇ ଚିନ୍ତିତ ଥିଲେ କିମ୍ବା କୌଣସି ସମସ୍ୟାରେ ଫସିଯାଇଥିଲେ ତାହା ଶୀଘ୍ର ଦୂର ହୋଇଯିବ । ଆପଣଙ୍କ ସନ୍ତାନର ଭାଗ୍ୟ ଖୁବ୍ ଶୀଘ୍ର ଖୋଲିଯିବ ।