ବିଶ୍ୱବାସୀ ଦେଖିବେ କେମିତି ନୂଆରୂପ ପାଇଛି ଶ୍ରୀମନ୍ଦିର ଶ୍ରୀପରିକ୍ରମା ପ୍ରକଳ୍ପ

ଜୟ ଶ୍ରୀଜଗନ୍ନାଥ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀରଘୁନାଥ ବେଶ

ଶ୍ରୀଜଗନ୍ନାଥ ମହାପ୍ରଭୁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି। ନୀଳାଦ୍ରୀ ମହୋଦୟ  ବର୍ଣ୍ଣନା ଅନୁସାରେ, ପ୍ରତ୍ୟେକ  ଶ୍ରୀଜଗନ୍ନାଥ ଭକ୍ତ ଏବଂ ପ୍ରତି ଓଡିଆ ଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଓ ଚିତ୍ର ପ୍ରତିମାରେ ଭକ୍ତି ଓ ଶ୍ରଦ୍ଧା ସହ ସାମର୍ଥ୍ୟ ଅନୁସାରେ ଅର୍ଚ୍ଚିନା ପୂର୍ବକ "ଜୟ ଶ୍ରୀଜଗନ୍ନାଥ" ଜପ କରିବା ଉଚିତ ।  ସ୍କନ୍ଦ ପୁରାଣ ଅନୁସାରେ  ମହାପ୍ରଭୁଙ୍କ ସେବାପୂଜାଠାରୁ ଅଧିକ ମହାପ୍ରଭୁଙ୍କ ଆନ୍ତରିକ ଭକ୍ତ ମାନଙ୍କର ସେବା ଅଟେ। ତେଣୁ ଗରିବ, ଅବହେଳିତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରିଲେ କୋଟି ପୁଣ୍ୟର ଫଳ ମିଳେ। ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଦାନ ଓ ଧର୍ମ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ।

ସମଗ୍ର ବିଶ୍ଵରେ ମହାପ୍ରଭୁଙ୍କ ଅପାର କରୁଣା ଓ ମହିମାର ପ୍ରଚାର ଓ ପ୍ରସାର କରିବା ପାଇଁ କଳା କ୍ଷେତ୍ର (ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜିଙ୍କ ମିଳିତ) ଉଦ୍ୟମରେ "ଜୟ ଶ୍ରୀ ଜଗନ୍ନାଥ - ଏକ ରେଖାଙ୍କନ" ପ୍ରସ୍ତୁତ କରାଯାଇଛି  । ଉତ୍କଳିୟ ପରମ୍ପରାରେ ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯେ କେବଳ ଏକ ଚେତନା ନୁହନ୍ତି, ସେ ଆମର ଜଣେ ମାର୍ଗଦର୍ଶିକ ଓ ପରିବାରର ସଦଶ୍ୟ ମଧ୍ୟ, ତାଙ୍କରି ୧୦୮ ବିଭିନ୍ନ ନାମକୁ ଆମେ ନିତ୍ୟ ଜପ କଲେ , ଅନେକ ପୁଣ୍ୟ ଫଳ ମିଳେ । ପ୍ରତେକ ଭକ୍ତଙ୍କ ସୁବିଧା ନିମନ୍ତେ,  ବହୁତ କଷ୍ଟର ସହିତ ଏହି " ଜୟ ଶ୍ରୀ ଜଗନ୍ନାଥ - ଏକ ରେଖାଙ୍କନ" ଭିଡ଼ିଓ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ତିଆରି କରାଯାଇଛି ।

  • Chant ...
  • English: Jai Shree Jagannath
  • Hindi: जय श्रीजगन्नाथ (jay shreejagannaath)
  • Bengali: জয় শ্রী জগন্নাথ (Jaẏa śrī jagannātha)
  • Telugu: జై శ్రీ జగన్నాథం (Jai śrī jagannāthaṁ)
  • Tamil: ஜெய் ஸ்ரீ ஜகன்னாத் (Jey srī jakaṉṉāt)
  • Kannada: ಜೈ ಶ್ರೀ ಜಗನ್ನಾಥ (Jai śrī jagannātha)
  • Malayalam: ജയ് ശ്രീ ജഗന്നാഥ് (jay shree jagannadh)
  • Marathi: जय श्री जगन्नाथ (Jaya śrī jagannātha)
  • Gujarati: જય શ્રી જગન્નાથ (Jaya śrī jagannātha)
  • Punjabi: ਜੈ ਸ਼੍ਰੀ ਜਗਨਨਾਥ (Jai śrī jagananātha)
  • Odia: ଜୟ ଶ୍ରୀଜଗନ୍ନାଥ (Jai Shree Jagannath)