ବାଙ୍କୀ ପ୍ରଗତିମଞ୍ଚ ପକ୍ଷରୁ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ

ବାଙ୍କୀ ପ୍ରଗତିମଞ୍ଚ ପକ୍ଷରୁ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ

ବାଙ୍କୀ ପ୍ରଗତିମଞ୍ଚ ପକ୍ଷରୁ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ

ଭୁବନେଶ୍ୱର :ଗୁରୁବାର ସନ୍ଧ୍ୟା ରେ ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟସ୍ତ ନୀଳମଣି ବିଦ୍ୟାରତ୍ନ ଙ୍କ ପ୍ରତିମୂର୍ତ୍ତି ନିକଟରେ ନୀଳମଣି ଙ୍କ ୧୫୭ ତମ ଜନ୍ମ ଜୟନ୍ତୀ  ବାଙ୍କୀ ପ୍ରଗତି ମଞ୍ଚ ପକ୍ଷରୁ ପାଳିତ ହୋଇଯାଇଛି।ଅନୁଷ୍ଠାନ ର ସଭାପତି ନୀଳମୋହନ ତ୍ରିପାଠୀ ଙ୍କ ତତ୍ୱାବଧାନ ଓ ସମ୍ପାଦକ ନିମେଇ ଚରଣ ଦାଶ ଙ୍କ ନେତୃତ୍ୱ ରେ ବିଦ୍ୟାରତ୍ନ ଙ୍କ ଶ୍ରୁତି ଚାରଣ କରାଯାଇ ନୀଳମଣି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାଅର୍ପଣ କରାଯାଇଥିଲା ।ଏହି ଶ୍ରୁତି ସନ୍ଧ୍ୟା କାର୍ଯ୍ୟକ୍ରମ ରେ  ବାଙ୍କୀ ପ୍ରେସକ୍ଲବ ର ଉପସଭାପତି ତଥା ସମବାୟବିତ ସମରେନ୍ଦ୍ର ମହାପାତ୍ର, ସାମ୍ବାଦିକ ଗୌରାଙ୍ଗ ବେହେରା, ବିଭୁ ପ୍ରସାଦ ସାମଲ, ଅନୁଷ୍ଠାନ ର ସଭ୍ୟ ବିମଲ କୁମାର ପଣ୍ଡା ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ର ବିନ୍ଧାଣି ସାମ୍ବାଦିକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ସମ୍ପର୍କ ରେ ଆଲୋକପାତ କରି କହିଥିଲେ ଆମ ବାଙ୍କୀ ବୈଦେଶ୍ଵର ଗ୍ରାମ ବ୍ରଜବିହାରୀପୁର ଶାସନ ରେ ଜନ୍ମିତ ନୀଳମଣି ବିଦ୍ୟାରତ୍ନ ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନ ର ଅଗ୍ରଣୀ ସାରଥୀ ତଥା ଅନ୍ୟତମ ବିନ୍ଧାଣି ଥିଲେ।ଓଡ଼ିଆ ଭାଷା କିପରି ଉନ୍ନତି କରିବ ସେଥିପାଇଁ ସେ ଅହରନିଶ ଉଦ୍ୟମ  କରିଥିଲେ। ସେ ଏକା ଧାରା ରେ ସାହିତ୍ୟିକ, ସାମ୍ବାଦିକ ଏବଂ ଦକ୍ଷ ପରାମର୍ଶଦାତା ଥିଲେ । ବାମଣ୍ଡା ରାଜା ଙ୍କ ପରାମର୍ଶ ଦାତ୍ତା ଭାବେ କାର୍ଯ୍ୟ କରି ବେଶ  ସୁନାମ ଅର୍ଜନ କରିଥିଲେ ନୀଳମଣି।  ସମ୍ବଲପୁର ହିତୈଷିଣୀ ପତ୍ରିକା ର ସମ୍ପାଦକ ଭାବେ କାର୍ଯ୍ୟ କରି ନିଜ ଟେକ ସମଗ୍ର ରାଜ୍ୟ ରେ ରଖି ବେଶ ସୁନାମ ଅର୍ଜନ କରିପାରିଥିଲେ  ।ଶ୍ରୁତି ସନ୍ଧ୍ୟା କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭ୍ୟ ତଥା ସାମ୍ବାଦିକ ଗୌତମ ମିଶ୍ର ପରିଚାଳନା କରିଥିଲେ। ପରିଶେଷରେ ନୀଳମଣି ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୀପ ଦାନ କରାଯାଇ ନୀଳମଣି ଅମର ରହେ ସ୍ଵାଗନ ପ୍ରଦାନ କରାଯାଇଥିଲା