ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ଶ୍ରୀରାଧାରମଣ ଫାଉଣ୍ଡେସନ , ଶ୍ରୀଧାମ ପୁରୀ ର ୩୪ ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ଆସନ୍ତା ୧୪। ତାରିଖ ଦିବା ୧୦ଟା ସମୟରେ 'ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ' ଶୀର୍ଷକ ଏକ ଜାତୀୟ ସମ୍ପାନ ର ଆୟୋଜନ କରାଯାଇଛି।

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

ଶ୍ରୀରାଧାରମଣ ଫାଉଣ୍ଡେସନ , ଶ୍ରୀଧାମ ପୁରୀ ର ୩୪ ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ଆସନ୍ତା ୧୪। ତାରିଖ ଦିବା ୧୦ଟା ସମୟରେ 'ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ' ଶୀର୍ଷକ ଏକ ଜାତୀୟ ସମ୍ପାନ ର ଆୟୋଜନ କରାଯାଇଛି। ଏହି ସମ୍ପାନରେ ବହୁ ସାଧୁସନ୍ଥ ତଥା ଗବେଷକ ବୃନ୍ଦ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। 

ଏହି ଉତ୍ସବରେ ମାଧ୍ଵ ଗୌରେଶ୍ୱର ବୈଷ୍ଣବ ସଂଘ ର ସଭାପତି ଡ଼ଃ କୃଷ୍ଣ ଚରଣ ଦାସଜି, ମାନ୍ୟବର ନ୍ୟାୟମୂର୍ତ୍ତି ମାନସ ରଞ୍ଜନ ମିଶ୍ର, ଆଇସିଇଇଏ ର ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ସିଣ୍ଡିକେଟ ସଭ୍ୟ ଡ଼ଃ କିଶନ ଲାଲ ଭାରତୀୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂନ୍ତୋଷ କୁମାର ସେଠୀ, ନିର୍ମଳା କୃତି ବିକାଶ ଟ୍ରଷ୍ଟ ର ଅଧ୍ୟକ୍ଷ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ, ରାଜଭୂମୀ ର ମୁଖ୍ୟ ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ, ଶିକ୍ଷା ମଣ୍ଡଳଧିଶ ବିଜୟ ଲକ୍ଷ୍ମୀ ଦାଶ, ସ୍ତମ୍ବକାର ହରିଶଙ୍କର ମିଶ୍ର, ଆୟୁର୍ବେଦ ଶିରୋମଣି ଡ଼ଃ ଏ ନାରାୟଣ ଆଚାରୀ,ଜାମସେଦ ପୁର ଟାଟା ମେନ ହସ୍ପିଟାଲର ଚିକିତ୍ସା ଅଧିକାରୀ ଡ଼ଃ ଜଗନ୍ନାଥ ଆଚାର୍ଯ୍ୟ, ପିଏନବି ର ଆଞ୍ଚଳିକ ନିର୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେବେ। ଏହାସହ ଉକ୍ତ ଉତ୍ସବ ଅବସର ରେ ପ୍ରତ୍ୟେକ ବର୍ଷ ପରି ସ୍ଥାନୀୟ ୧୦୦ ଜଣ ଛାତ୍ରଛାତ୍ରୀ ଙ୍କୁ ପଠନ ସାମଗ୍ରୀ ଓ ୪୦ ଜଣ ସେବକାରୀ ଙ୍କୁ କମ୍ବଳ ଓ ବସ୍ତ୍ର ବିତରଣ କରଯିବ ବୋଲି ଫାଉଣ୍ଡେସନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଗୁରୁଚରଣ ଦାସ ପ୍ରେସ ବିବୃତିରେ ଜଣାଇଛନ୍ତି।