ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ ।

କନକ ବ୍ୟୁରୋ: ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛି ୩ ବର୍ଷ ସାତ ମାସର ଶିଶୁ ଡାନିସ ଦେବାଂସ । ଦେବାଂସ ୩୧. ୯୧ ସେକେଣ୍ଡ ମଧ୍ୟରେ ନିର୍ଭୁଲ ଭାବେ ଅଠେଇଶ ରାଜ୍ୟର ରାଜଧାନୀ ଓ ସାତଟି ମହାଦେଶର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇପାରିଛନ୍ତି । ୩ ବର୍ଷର ଏହି ଶିଶୁଟିର ପ୍ରତିଭା ଏବେ ପରିସ୍ଫୁଟିତ […] The post ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ । first appeared on Kanak News.

ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ ।

କନକ ବ୍ୟୁରୋ: ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛି ୩ ବର୍ଷ ସାତ ମାସର ଶିଶୁ ଡାନିସ ଦେବାଂସ । ଦେବାଂସ ୩୧. ୯୧ ସେକେଣ୍ଡ ମଧ୍ୟରେ ନିର୍ଭୁଲ ଭାବେ ଅଠେଇଶ ରାଜ୍ୟର ରାଜଧାନୀ ଓ ସାତଟି ମହାଦେଶର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇପାରିଛନ୍ତି । ୩ ବର୍ଷର ଏହି ଶିଶୁଟିର ପ୍ରତିଭା ଏବେ ପରିସ୍ଫୁଟିତ ହୋଇଛି ।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଖପୁରାର ପୂର୍ଣ୍ଣ ଚନ୍ଦ୍ର ରାଉତଙ୍କ ପୁଅ ହେଉଛି ଡାନିସ । ସ୍କୁଲ ନୂଆ ନୂଆ ଯାଉଛନ୍ତି । ଖେଳ କୁଦ ସହିତ ଏହି ପ୍ରତିଭା ରହିଛି ଡାନିସଙ୍କ । ଯାହାକୁ ନେଇ ତାଙ୍କର ପରିବାର ବେଶ ଖୁସି ଅଛନ୍ତି ।

ଡାନିସ ଦେବାଂସ ଠିକ୍ ଭାବରେ କଥା କହିପାରୁନାହାନ୍ତି । ପାଟି ଲାଗୁଥିଲେ ମଧ୍ୟ ତାଙ୍କ ଭିତରେ ଥିବା ପ୍ରତିଭାକୁ ବାପା ମାଆ ଚିହ୍ନି ପାରିଥିଲେ । ତେବେ ଡାନିସଙ୍କ ସଫଳତା ପଛରେ ତାଙ୍କ ପରିବାର ବେଶ ଅବଦାନ ରହିଛି । ଅନ୍ୟପଟେ ୩ ବର୍ଷର ଏହି ଶିଶୁ ଡାନିସଙ୍କ ପ୍ରତିଭାକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

 

The post ବୟସ କମ୍, ହେଲେ ସ୍ମରଣ ଶକ୍ତି ପ୍ରଖର । ଇଣ୍ଡିଆ ବୁକ ଅଫ ରେକର୍ଡରେ ଦେବାଂସ । first appeared on Kanak News.