ରାଜ୍ୟସ୍ତରୀୟ ଜୟନ୍ତୀ: ବ୍ୟାସକବି ଫକୀର ମୋହନ ଥିଲେ ବିରଳ ସାହିତ୍ୟ ସ୍ରଷ୍ଟା

ଭୁବନେଶ୍ବର: ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ‌ସେ ଏକାଧାରାରେ ଜଣେ କୃତୀ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତ‌ା, ପତ୍ରିକାର ସମ୍ପାଦକ ଥିଲେ। ସର୍ବୋପରି ସେ ଥିଲେ ଜଣେ ବିରଳ ସାହିତ୍ୟସ୍ରଷ୍ଟା। ସମସ୍ତ ଜୀବନକାଳ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଉତ୍ସର୍ଗ କରିଥିଲେ ବୋଲି ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତି […]

ରାଜ୍ୟସ୍ତରୀୟ ଜୟନ୍ତୀ: ବ୍ୟାସକବି ଫକୀର ମୋହନ ଥିଲେ ବିରଳ ସାହିତ୍ୟ ସ୍ରଷ୍ଟା

ଭୁବନେଶ୍ବର: ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ‌ସେ ଏକାଧାରାରେ ଜଣେ କୃତୀ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତ‌ା, ପତ୍ରିକାର ସମ୍ପାଦକ ଥିଲେ। ସର୍ବୋପରି ସେ ଥିଲେ ଜଣେ ବିରଳ ସାହିତ୍ୟସ୍ରଷ୍ଟା। ସମସ୍ତ ଜୀବନକାଳ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଉତ୍ସର୍ଗ କରିଥିଲେ ବୋଲି ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତି ଜୟନ୍ତୀରେ ମତ ପ୍ରକାଶ ପାଇଛି।

ସୂଚନା ଓ ଲୋକସଂପର୍କ ବିଭାଗ ଓ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନୀୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ‌୍‌ ସଂଘମିତ୍ରା ମିଶ୍ର ଯୋଗଦେଇ ତାଙ୍କ ଜୀବନୀ ଓ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ। ସଂସଦ ସାଧାରଣ ସମ୍ପାଦକ ବିରାଜ ମୋହନ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସୂଚନା ଅଧିକାରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ।

ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ କବିତା ପାଠୋତ୍ସବକୁ ‌ଯୋଗେନ୍ଦ୍ର କୁମାର ନାୟକ, ସନ୍ଧ୍ୟାରାଣୀ ପରିଜା, ‌ସୌଦାମିନୀ ସାମନ୍ତରାୟ ଓ ଗୀତାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦ ସଭାପତି ଜୀବନ ମହାପାତ୍ର ଧନ୍ୟବ‌ାଦ ଦେଇଥିଲେ। ଶେଷରେ ଇଟିକିଲି ମିଟିକିଲି ଅନୁଷ୍ଠାନ ତରଫରୁ ଶିଶୁ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦ ସଦସ୍ୟ ରଜତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି
ଭୁବନେଶ୍ବର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଓ ଭୁବନେଶ୍ବର ଶାଖା ପକ୍ଷରୁ ବାଣୀବିହାର ଫାଟକ ଓ ଫକୀରମୋହନ ଛାତ୍ରାବାସରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସଭାପତି ଅଦ୍ବୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, ଭୁବ‌ନେଶ୍ବର ଶାଖା ଉପସଭାପତି ନିରଞ୍ଜନ ପଣ୍ଡା, ଯୁବବାହିନୀ ଆବାହକ ନରେଶ ସାହୁ, ଦେବରାଜ ନାୟକ, ଅରୁଣ ନାୟକ, ଶାନ୍ତିଲତା ସାହୁ, ଭରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା
ଭୁବ‌ନେଶ୍ବର: ଉତ୍କଳ ସମ୍ମିଳନୀ ‌ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଆୟୋଜିତ ଫକୀର ମୋହନ ସେନାପତି ଜୟନ୍ତୀରେ ସଭାପତି ଅନନ୍ତ ପ୍ରସାଦ ଜେନା, ଉପସଭାପତି ସୁରେନ୍ଦ୍ର ମିଶ୍ର, ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି ଓ ସୀତାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ବରେ ପର୍ଶୁରାମ ଦ୍ୱିବେଦୀ, ଉପଦେଷ୍ଟା ନିମାଇଁ ଦାସ, ଯୁଗ୍ମ-ସମ୍ପାଦକ ଅକ୍ଷୟ କୁମାର ଜେଠୀ, ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ, ପ୍ରତାପ କୁମାର ନନ୍ଦ, ଶିବ ପ୍ରସାଦ ମିଶ୍ର, ପ୍ରକାଶ ସାମଲ ଓ ରାମ ଚନ୍ଦ୍ର ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରସନ୍ନ ରଥ ଧନ୍ୟବାଦ ଦେଇଥିଲେ।

ଉସାକା
ଭୁବନେଶ୍ବର: ଯେବେ ଓଡ଼ିଶା ଭାଷା ପ୍ରତି ବିପଦ ଆସିଥିଲା, ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ଆଗକୁ ଆସିଥିଲେ। ଓଡ଼ିଆ ଭାଷା କିଭଳି ସୁରକ୍ଷିତ ଭାବେ ରହିପାରିବ ସେନେଇ ବିଭିନ୍ନ ପଦକ୍ଷେପ ନେଇଥିଲେ। ଏବେ ମଧ୍ୟ ଓଡ଼ିଆ ଭାଷା ପ୍ରତି ବିପଦ ଟଳି ନାହିଁ। ଆମେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛୁ। ପିଲାଙ୍କ ସହ ଘରେ ଇଂରାଜୀରେ କଥା ହେଉଛୁ ବୋଲି ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଉସାକା) ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ଅନୁଷ୍ଠିତ ଫକୀର ମୋହନ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଉସାକାର ଅଧ୍ୟକ୍ଷ ଗୌତମବୁଦ୍ଧ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇତିହାସ ବିଭାଗର ପ୍ରଫେସର ଅଶୋକ ନାୟକ, ଉପାଧ୍ୟକ୍ଷ ପ୍ରକାଶ ତ୍ରିପାଠୀ, ରାମଜୀବନ ଗୋଚ୍ଛାୟତ, କାର୍ଯ୍ୟକାରୀ ସଭାପତି ବେଣୁଧର ବିଶ୍ୱାଳ, ଅଶୋକ ସାହୁ, ଗୌତମ ରାୟ, ଗୌରୀଶଙ୍କର ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ରଜନୀ ମହାନ୍ତି, ତାପସ ସେଠୀ, ସୌମ୍ୟରଞ୍ଜନ ପ୍ରଧା‌ନ, ଅଶୋକ ନାୟକ, ବିଶ୍ୱଜିତ ଜେନା, ରୋଜା ଘୋଷ, ସୁମନ୍ତ ବେହେରା, ସୌମ୍ୟ ମହାପାତ୍ର, ସତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।