ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର :ଯୁବ ଶକ୍ତି ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରି ଉତ୍ତମ ସମାଜ ଗଠନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ ହାତକୁ ନେଇଛନ୍ତି। ଡିସେମ୍ବର ୮ତାରିଖ ରୁ ଓଡ଼ିଶାର ପ୍ରମୁଖ ମହିଳା ମହାବିଦ୍ୟାଳୟ କମଳା ନେହୁର ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ  ଗୁରୁବାର ୧୪ତାରିଖ ରେ ଉଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶୋଭା ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କ ମଧ୍ୟରେ କ୍ରୀଡା, ଚିତ୍ରାଙ୍କନ, ଝୋଟି, ବକ୍ତୃତା, ସାମାଜିକ କାର୍ଯ୍ୟ, ସଂସ୍କୃତିକ ଦକ୍ଷତା ବୃଦ୍ଧି ପାଇଁ ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା ର ଅଭିନଵ ପ୍ରୟାସ ବୋଲି ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ଦାସ ପ୍ରକାଶ କରିଥିଲେ। ଏହି ୭ଦିନିଆ କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କ ମଧ୍ୟରେ ଖୋଖୋ, କବାଡି, ବ୍ୟାଟବିଣ୍ଟନ, କ୍ୟାରମ, ଚେସ, ନୃତ୍ୟ, ରଙ୍ଗୋଲି, ଚିତ୍ରାଙ୍କନ, ଝୋଟି, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିସହ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଆନଥୋପୋଲୋଜି ବିଭାଗ ର ଅଧ୍ୟାପିକା ଡ଼କ୍ଟର ଜାଗୃତି ପଟ୍ଟନାୟକ ଙ୍କ ନେତୃତ୍ୱ ରେ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗ ର ଅଧ୍ୟାପିକା ଓ ଛାତ୍ରୀ ମାନେ ତାଟି ବସ୍ତି, ଜଗନ୍ନାଥ ବସ୍ତି ଅଞ୍ଚଳ କୁ ଯାଇ ସେଠାରେ ବସ୍ତି ବାସିନ୍ଦା ଙ୍କୁ ନିଶାମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ, ନାରୀ ଶିକ୍ଷା ଏବଂ ସ୍ଵଚ୍ଚତା ସମ୍ପର୍କ ରେ ସଚେତନତା କରିବା ସହ କନା ବ୍ୟାଗ ବଣ୍ଟନ କରିଥିଲେ।ମହାବିଦ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା  ନିର୍ଦ୍ଦେଶକ ଡକ୍ଟର ସୁମନ ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର,ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନେ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ନୂତନ ଓଡିଶା ଗଠନ ରେ ଭାଗିଦାର ହୋଇପାରିବେ ସେ ସମ୍ପର୍କ ରେ ଆଲୋକପାତ କରିଥିଲେ।କମଳା ନେହୁର ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଉଥିବା ନୂଆ ଓଡିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଡାକ୍ଟର ସସ୍ମିତା ଭାରତୀ, ବେଦୁଲା ଭାରତୀ, ଅଭିଜିତା ଦାସ,ଲୋପାମୁଦ୍ରା ଜେନା, ରଶ୍ମି ବିଶ୍ୱାଳ, ସାଗରିକା ସ୍ୱାଇଁ ସହଯୋଗ କରିଥିଲେ।