ଆଇନଜୀବୀଙ୍କ ଭୋଟ୍ ଉପରେ ନଜର, କଟକର ବିଭିନ୍ନ କୋର୍ଟରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ପ୍ରଚାର

କଟକ ୧୩।୫: ବାରବାଟୀ କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ କଟକର ବିଭିନ୍ନ କୋର୍ଟକୁ ଯାଇ ପ୍ରଚାର କରିଛନ୍ତି । କଟକର କ୍ରିମିନାଲ୍ କୋର୍ଟ ବାର୍ ଆସୋସିଏସନ୍, ସିଭିଲ କୋର୍ଟ ବାର୍ ଆସୋସିଏସନ୍ ଓ ଏସ୍‌ଡିଜେଏମ୍ କୋର୍ଟ ଯାଇ ସୋଫିଆ ଭୋଟ୍ ଭିକ୍ଷା କରିଛନ୍ତି । କଟକରେ ଆଇନଜୀବୀ ମାନଙ୍କ ସଂଖ୍ୟା ଅଧିକ ଥିବାରୁ ତୀବ୍ର ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ଆଇନଜୀବୀ ମାନଙ୍କ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ତେଣୁ ଆଇନଜୀବୀଙ୍କ ଭୋଟ୍ ଉପରେ ସବୁ ଦଳର ନଜର ରହିଛି । ବାରବାଟୀ କଟକରେ କଂଗ୍ରେସ ବିଜୟୀ ହେଲେ ଆଇନଜୀବୀ ମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ହାଇକୋର୍ଟ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ ବୋଲି ସୋଫିଆ କହିଛନ୍ତି ।You Can Read :ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବିକୁ ମୁଦ୍ଦା କରି ଭୋଟ୍ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

ଆଇନଜୀବୀଙ୍କ ଭୋଟ୍ ଉପରେ ନଜର, କଟକର ବିଭିନ୍ନ କୋର୍ଟରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ପ୍ରଚାର

କଟକ ୧୩।୫: ବାରବାଟୀ କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ କଟକର ବିଭିନ୍ନ କୋର୍ଟକୁ ଯାଇ ପ୍ରଚାର କରିଛନ୍ତି । କଟକର କ୍ରିମିନାଲ୍ କୋର୍ଟ ବାର୍ ଆସୋସିଏସନ୍, ସିଭିଲ କୋର୍ଟ ବାର୍ ଆସୋସିଏସନ୍ ଓ ଏସ୍‌ଡିଜେଏମ୍ କୋର୍ଟ ଯାଇ ସୋଫିଆ ଭୋଟ୍ ଭିକ୍ଷା କରିଛନ୍ତି । 

କଟକରେ ଆଇନଜୀବୀ ମାନଙ୍କ ସଂଖ୍ୟା ଅଧିକ ଥିବାରୁ ତୀବ୍ର ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ଆଇନଜୀବୀ ମାନଙ୍କ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ତେଣୁ ଆଇନଜୀବୀଙ୍କ ଭୋଟ୍ ଉପରେ ସବୁ ଦଳର ନଜର ରହିଛି । ବାରବାଟୀ କଟକରେ କଂଗ୍ରେସ ବିଜୟୀ ହେଲେ ଆଇନଜୀବୀ ମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ସହ ହାଇକୋର୍ଟ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ ବୋଲି ସୋଫିଆ କହିଛନ୍ତି ।

You Can Read :

ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବିକୁ ମୁଦ୍ଦା କରି ଭୋଟ୍ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀ