ଆଠଗଡ଼ରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ଆଠଗଡ଼: ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ କେନ୍ଦ୍ରୀୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଠଗଡ଼ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସଂପୃକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ସମ୍ବନ୍ଧୀୟ ହିସାବ ଦେଖିବା ସହିତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ପିୟୁଷ ବରସୁ ବାଡେ ବୁଧବାର ସକାଳେ ଆଠଗଡ଼ ପରିଦର୍ଶନରେ ଆସି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସହ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମର ଭିଡିଓ ଉତ୍ତୋଳନ ଓ ଖର୍ଚ୍ଚର […]

ଆଠଗଡ଼ରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ଆଠଗଡ଼: ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ କେନ୍ଦ୍ରୀୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଠଗଡ଼ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସଂପୃକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ସମ୍ବନ୍ଧୀୟ ହିସାବ ଦେଖିବା ସହିତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ପିୟୁଷ ବରସୁ ବାଡେ ବୁଧବାର ସକାଳେ ଆଠଗଡ଼ ପରିଦର୍ଶନରେ ଆସି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସହ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମର ଭିଡିଓ ଉତ୍ତୋଳନ ଓ ଖର୍ଚ୍ଚର ହିସାବ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ। ପରେ ପରେ ଶ୍ରୀ ବାଡେ ଗତ ୨୯ ତାରିଖରୁ ୬ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀଙ୍କର ନାମାଙ୍କନ ବେଳେ ଶୋଭାଯାତ୍ରାର ଭିଡିଓ ଚିତ୍ର ଦେଖିବା ସହ ହିସାବ ଖାତା ଯାଞ୍ଚ କରିଥିଲେ। ଆଠଗଡ଼ ପାଇଁ ନିଯୁକ୍ତ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଲୟମ ଷଡଙ୍ଗୀ ଓ ବଡମ୍ବାର ସହକାରୀ ପର୍ଯ୍ୟବେକ୍ଷକ ଅଶ୍ଲେଷ କୁମାର ପ୍ରଧାନଙ୍କ ସମେତ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଗଠିତ ୫ଟି ଲେଖାଏଁ ଫ୍ଲାଇଙ୍ଗ ସ୍କାର୍ଡ, ଏସଏସଟି ଓ ବିଏସଟି ୍‌‌ସ୍କାର୍ଡ ସଦସ୍ୟଙ୍କ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ବାଡେ ନିର୍ବାଚନର ଖର୍ଚ୍ଚ ପର୍ଯ୍ୟବେକ୍ଷଣ ଓ ହିସାବର ସୁପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।