ଆସନ୍ତା ୨୪ରେ ମଇଦାନକୁ ଓହ୍ଲାଇବେ ନବୀନ, ନିଜର ପାରମ୍ପରିକ ଆସନରୁ ଆରମ୍ଭ କରିବେ ପ୍ରଚାର

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର ପାଇଁ ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଛି। ୨୪ ତାରିଖ ସକାଳ ୧୦ଟା ୩୦ […]

ଆସନ୍ତା ୨୪ରେ ମଇଦାନକୁ ଓହ୍ଲାଇବେ ନବୀନ, ନିଜର ପାରମ୍ପରିକ ଆସନରୁ ଆରମ୍ଭ କରିବେ ପ୍ରଚାର
BJD Supremo Naveen Patnaik to Kick Off Poll Campaign from Hinjli on Apr 24

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର ପାଇଁ ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଛି। ୨୪ ତାରିଖ ସକାଳ ୧୦ଟା ୩୦ ମିନିଟରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଶେରଗଡ଼ରେ ଏକ ଜନସଭାରେ ଉଦ୍‌‌ବୋଧନ ଦେବେ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ସେହିଦିନ ତାରାତାରିଣୀଙ୍କ ଦର୍ଶନ କରିବେ ଓ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ସେହିପରି ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁର୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍‌‌ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍‌‌ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ଓଡ଼ିଶା’ ଓ ‘୫-ଟି’ ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ।

ରାଜ୍ୟ ସରକାରଙ୍କ ବ୍ୟାପକ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା ବିଶେଷକରି ୫-ଟି ଅଧିନରେ ଚାଲିଥିବା ରୂପାନ୍ତରଣ ବିଜେଡିକୁ ଇର୍ଷଣୀୟ ଲୋକପ୍ରିୟତା ଆଣି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଯୁଗଳବନ୍ଦୀ ରାଜ୍ୟ ବିକାଶ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ଏହାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି। ଏକ ନୂତନ, ସଶକ୍ତ ଏବଂ ନବୀନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଉଦ୍ୟମ ଚଳାଇଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ଲୋକଙ୍କ ସମର୍ଥନ ହାସଲ କରିବାକୁ ପ୍ରଚାର ମୌଦାନକୁ ଓହ୍ଲାଇବେ। ପୂର୍ବରୁ ସାଂଗଠନିକ ସ୍ତରରେ ବେଶ୍‌‌ ଶକ୍ତିଶାଳୀ ଥିବା ବିଜେଡି ନିର୍ବାଚନୀ ପ୍ରସ୍ତୁତିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିରୋଧୀଙ୍କ ଠାରୁ ଚାରିପାଦ ଆଗରେ ରହିଛି।

ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବା ବିଜେଡି ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବେଶ୍‌‌ ଉତ୍ସାହବର୍ଦ୍ଧକ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଏବେବି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ରାଜ୍ୟବାସୀଙ୍କ ସେବା ପାଇଁ ପ୍ରତିବଦ୍ଧତା ସାଧାରଣ ଭୋଟରଙ୍କୁ ବିମୋହିତ କରି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଚମକ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ନିଶ୍ଚୟ ଭାବେ ଭୋଟବାକ୍ସରେ ପ୍ରତିଫଳିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ୫-ଟି ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ମିଳିବ ବୋଲି ଦଳୀୟ ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।