ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ମଧ୍ୟରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ କଂଗ୍ରସର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସାମ୍ ପିଟ୍ରୋଡା ନିଜ ଇଛାରେ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ସ୍ବୀକାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା […]

ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ମଧ୍ୟରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ କଂଗ୍ରସର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସାମ୍ ପିଟ୍ରୋଡା ନିଜ ଇଛାରେ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ସ୍ବୀକାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା

ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରିଥିଲେ । ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେ ଚାଇନିଜ୍‌, ଆରବ, ଶ୍ଵେତ ଏବଂ ଆଫ୍ରିକୀୟଙ୍କ ସହିତ ତୁଳନା କରିଥିଲେ । ତାଙ୍କ ଏଭଳି ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ ଉଠିଥିଲା । ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏଭଳି ବୟାନ ଦେଇ ସେ ଦେଶବାସୀଙ୍କ ଅପମାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଥିଲେ । ତେବେ ଅନେକ ବିବାଦ ପରେ ଶେଷରେ ସାମ୍ ପିଟ୍ରୋଡା ଦଳରୁ ଇସ୍ତଫା ଦେଇଛନ୍ତି ।