କବିତା ସଂକଳନ ” ଅପରୂପା ” ଲୋକାର୍ପଣ

କବିତା ସଂକଳନ ” ଅପରୂପା ” ଲୋକାର୍ପଣ ଅଦ୍ଯ ତା ୭.୫.୨୪ ରିଖ ମଙ୍ଗଳ ବାର ଅପରାହ୍ଣ ରେ ରାୟଗଡ଼ ସହର ଉପକଣ୍ଠସ୍ଥ ସାଇପ୍ରିୟା ନଗର ଚତୁର୍ଥ ଗଳି ମଦୀୟ ବାସ ଭବନ ସମ୍ମୁଖ ରେ କବୀ ଶ୍ରୀମତୀ ମହେଶ୍ବେତା ପାଣିଗ୍ରାହୀଙ୍କ ଦ୍ବିତୀୟ କବିତା ସଂକଳନ ” ଅପରୂପା ” ଉପସ୍ଥିତ ଗଣ ମାନ୍ଯ ବ୍ଯକ୍ତି ଶ୍ରୀମତୀ ପାଣିଗ୍ରାହୀଙ୍କ ପିତା ଶ୍ରୀ ନିତ୍ଯାନନ୍ଦ ସାହୁ, ମାତା ଶ୍ରୀମତୀ ଶାନ୍ତି ସାହୁ,... The post କବିତା ସଂକଳନ ” ଅପରୂପା ” ଲୋକାର୍ପଣ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

କବିତା ସଂକଳନ ” ଅପରୂପା ” ଲୋକାର୍ପଣ

କବିତା ସଂକଳନ ” ଅପରୂପା ” ଲୋକାର୍ପଣ

ଅଦ୍ଯ ତା ୭.୫.୨୪ ରିଖ ମଙ୍ଗଳ ବାର ଅପରାହ୍ଣ ରେ ରାୟଗଡ଼ ସହର ଉପକଣ୍ଠସ୍ଥ ସାଇପ୍ରିୟା ନଗର ଚତୁର୍ଥ ଗଳି ମଦୀୟ ବାସ ଭବନ ସମ୍ମୁଖ ରେ କବୀ ଶ୍ରୀମତୀ ମହେଶ୍ବେତା ପାଣିଗ୍ରାହୀଙ୍କ ଦ୍ବିତୀୟ କବିତା ସଂକଳନ ” ଅପରୂପା ” ଉପସ୍ଥିତ ଗଣ ମାନ୍ଯ ବ୍ଯକ୍ତି ଶ୍ରୀମତୀ ପାଣିଗ୍ରାହୀଙ୍କ ପିତା ଶ୍ରୀ ନିତ୍ଯାନନ୍ଦ ସାହୁ, ମାତା ଶ୍ରୀମତୀ ଶାନ୍ତି ସାହୁ, ମଉସା ଶ୍ରୀ କାମେଶ୍ୱର ପାତ୍ର, ମାଉସୀ ଶ୍ରୀମତୀ ସାଗରୀକା ପାତ୍ର , ସ୍ବାମୀ ଶ୍ରୀଯୁକ୍ତ ରାଧାକାନ୍ତ ପାଣିଗ୍ରାହୀ ତଥା ରାୟଗଡ଼ ର ପରିଚିତ କବି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ନୀଳମଣି ପାଟ୍ଟଯୋଷୀ, ସମାଜ ସେବକ ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ, ଶ୍ରୀଯୁକ୍ତ ଜୟଦେବ ସିଠ, ଶ୍ରୀମତୀ ଜୟନ୍ତୀ ସିଠ ଙ୍କ କରକମଳରେ ଲୋକାର୍ପଣ ହୋଇ ଯାଇଛି। ଶ୍ରୀମତୀ ମହେଶ୍ବେତା ପାଣିଗ୍ରାହୀଙ୍କ ବିବାହ ବାର୍ଷିକୀ ର ରଜତ ଜୟନ୍ତୀ ୨୫ ବର୍ଷ ପାଳନ ଉପଲକ୍ଷେ ମହାଶୟାଙ୍କ ସ୍ବାମୀ ଶ୍ରୀଯୁକ୍ତ ରାଧାକାନ୍ତ ପାଣିଗ୍ରାହୀ ଙ୍କ ସହକର୍ମୀ ଶିକ୍ଷକ/ ଶିକ୍ଷିକା ଗଣ ଉଭୟ ଙ୍କୁ ୨୫ ବର୍ଷ ପୂର୍ତ୍ତି ଉଦ୍ଦେଶ୍ଯ ରେ ଫୁଲହାର ପ୍ରଦାନ ପୂର୍ବକ ପୁଣି ବିବାହ କାର୍ଯ୍ୟକ୍ରମ କରି ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ଅତିଥି ଭଦ୍ର/ ଭଦ୍ରା ଗଣ ଉଭୟ ପତିପତ୍ନୀଙ୍କୁ ଆଶୀର୍ବାଦ ପ୍ରଦାନ ସହ ସେମାନଙ୍କ ଆଗତ ଜୀବନର ଶୁଭ ମନାସି ମଧ୍ଯାହ୍ନ ପ୍ରସାଦ ସେବନ ପରେ ଭବ୍ଯ କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

The post କବିତା ସଂକଳନ ” ଅପରୂପା ” ଲୋକାର୍ପଣ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.