କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

ଢେଙ୍କାନାଳ ୨୨।୪: ପାରିବାରିକ କଳହରୁ କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିଲା ଝଗଡା । ଆଉ କୂଅରୁ ଠାବ କରାଗଲା ପତ୍ନୀର ମୃତଦେହ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୋଗ ଉଠାଇଛନ୍ତି ଖୋଦ ମୃତ ମହିଳାଙ୍କ ବାପଘର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ଗ୍ରାମରେ । ମୃତ ମହିଳା ଜଣଙ୍କ କୋଟଗରା ତଳସାହିର ଟଙ୍କଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାସନ୍ତୀ ଗତ ୧୦ବର୍ଷ ପୂର୍ବେ ଟଙ୍କଧରଙ୍କୁ ବିବାହ କରିଥିଲେ । ମାତ୍ର ଗତ କିଛି ବର୍ଷ ହେଲା ଟଙ୍କଧର   ବାସନ୍ତୀଙ୍କୁ ମାରପିଟ କରିବା ସହିତ ନାନା ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ରବିବାର  ମାରିଦେବା ପାଇଁ ଧମକ ଦେଇଥିବା ବେଳେ ରାତିରେ ହତ୍ୟାକରି କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ଅଭିଯୋଗ ପରେ ତୁମୁସିଂହା ପୋଲିସ ତଦନ୍ତ ଆରମ୍ଭ କରିଛି । You Can Read :ଅଙ୍ଗନବାଡି କେନ୍ଦ୍ରରୁ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ  

କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

ଢେଙ୍କାନାଳ ୨୨।୪: ପାରିବାରିକ କଳହରୁ କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିଲା ଝଗଡା । ଆଉ କୂଅରୁ ଠାବ କରାଗଲା ପତ୍ନୀର ମୃତଦେହ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୋଗ ଉଠାଇଛନ୍ତି ଖୋଦ ମୃତ ମହିଳାଙ୍କ ବାପଘର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ଗ୍ରାମରେ । ମୃତ ମହିଳା ଜଣଙ୍କ କୋଟଗରା ତଳସାହିର ଟଙ୍କଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ । 

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାସନ୍ତୀ ଗତ ୧୦ବର୍ଷ ପୂର୍ବେ ଟଙ୍କଧରଙ୍କୁ ବିବାହ କରିଥିଲେ । ମାତ୍ର ଗତ କିଛି ବର୍ଷ ହେଲା ଟଙ୍କଧର   ବାସନ୍ତୀଙ୍କୁ ମାରପିଟ କରିବା ସହିତ ନାନା ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ରବିବାର  ମାରିଦେବା ପାଇଁ ଧମକ ଦେଇଥିବା ବେଳେ ରାତିରେ ହତ୍ୟାକରି କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ଅଭିଯୋଗ ପରେ ତୁମୁସିଂହା ପୋଲିସ ତଦନ୍ତ ଆରମ୍ଭ କରିଛି । 

You Can Read :

ଅଙ୍ଗନବାଡି କେନ୍ଦ୍ରରୁ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ