ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା   ମୟୂରଭଞ୍ଜ- ୭/୦୫ ( ମସିହା)ରାଇରଙ୍ଗପୁର ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦାଙ୍କୁ ଅଗ୍ରଣୀ ଆଦିବାସୀ ଛାତ୍ର ସଂଗଠନ ହୋ ଛାତ୍ର ସଂଘ ସମର୍ଥନ ଘୋଷଣା କରିଛି l ଆଜି ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଧାୟକ ପ୍ରାର୍ଥୀ ଜଲେଙ୍କୁ ସମର୍ଥନ କରି ‘ସମ୍ବର୍ଦ୍ଧନା ଏବଂ ସମର୍ଥନ ସମାରୋହ’ ନାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସଂଘର ସଭାପତି... The post ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା  appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

 ମୟୂରଭଞ୍ଜ- ୭/୦୫ ( ମସିହା)ରାଇରଙ୍ଗପୁର ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦାଙ୍କୁ ଅଗ୍ରଣୀ ଆଦିବାସୀ ଛାତ୍ର ସଂଗଠନ ହୋ ଛାତ୍ର ସଂଘ ସମର୍ଥନ ଘୋଷଣା କରିଛି l ଆଜି ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଧାୟକ ପ୍ରାର୍ଥୀ ଜଲେଙ୍କୁ ସମର୍ଥନ କରି ‘ସମ୍ବର୍ଦ୍ଧନା ଏବଂ ସମର୍ଥନ ସମାରୋହ’ ନାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସଂଘର ସଭାପତି ସୁନୀଲ କୁମାର ସୁଣ୍ଡିଙ୍କ ସଭାପତିତ୍ୱରେ କାଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ତାଙ୍କ ସହିତ ହୋ ସମାଜର ବରିଷ୍ଠ ହୋ ଭାଷା ଆନ୍ଦୋଳନକାରୀ ତଥା ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ରାଇରଙ୍ଗପୁରର ଆଇନଜୀବି ବିର୍ସା କଣ୍ଡାଂକେଲ ଏବଂ ଟିକୁନ ଜେରାଇ, ହୋ ଛାତ୍ର ସଂଘର ଉପଦେଷ୍ଟା ରବିକୁମାର ସୋୟ ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରାରମ୍ଭରେ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ଅତୀତରେ ରାଇରଙ୍ଗପୁର ବିଧାୟକ ରୂପେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରି ବିଧାୟକ ହେବାର ଗୌରବ ଅର୍ଜନ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ l ଏକଦା ଏହି ଆସନରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଥର ବିଧାୟକ ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ଆସନର ଗୁରୁତ୍ୱ ସମଗ୍ର ଦେଶରେ ରହିଥିବା ସମ୍ପର୍କରେ ବର୍ଣ୍ଣନା କରିଥିଲେ l ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା ବିଜେପି ପରି ରାଷ୍ଟ୍ରୀୟ ଦଳରେ ତାଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବାର ସୁଯୋଗ ମିଳିଛି l ତାଙ୍କୁ ଜିତାଇବା ପାଇଁ ଉପସ୍ଥିତ ଯୁବଛାତ୍ର ସମାଜକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଆହ୍ୱାନ କରିଥିଲେ l ଆଜିର ଯୁବଛାତ୍ର ସମାଜ ହାତରେ ଦେଶର ଭବିଷ୍ୟତ l ନିଜ ସମାଜର ବ୍ୟକ୍ତି ବିଧାୟକ ହେଲେ ଯାଇ ହୋ ସମାଜର ସାମାଜିକ, ସାଂସ୍କୃତିକ ଏବଂ ମାତୃଭାଷାର ବିକାଶ ହୋଇପାରିବ ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ମୁକ୍ତା କଣ୍ଡାଙ୍କେଲ, ଉର୍ମିଳା କଣ୍ଡାଂକେଲ, ଲଷ୍ମୀପ୍ରିୟା କଣ୍ଡାଂକେଲ, ସଞ୍ଜନା ଲେୟାଙ୍ଗି, ସିଲା ସାୟାଁ, ପୂଜା ସିର୍କା ପ୍ରମୁଖ ସହଯୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

The post ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା  appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.