ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ୧୪ରେ ବଡ଼ ନିଷ୍ପତ୍ତି ନେଇପାରେ ବିଜେଡି

ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।

ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ୧୪ରେ ବଡ଼ ନିଷ୍ପତ୍ତି ନେଇପାରେ ବିଜେଡି

ଆସନ୍ତା ୧୪ ତାରିଖରେ ବିଜେଡି ନେଇପାରେ ବଡ଼ ନିଷ୍ପତ୍ତି । ଡିସେମ୍ବର ୨୬ ତାରିଖ ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ, ଡିସେମ୍ବର ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି ଦଳର ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ହେବ ଏହି କାର୍ଯ୍ୟକାରିଣୀ ବୈଠକ । ଆଗକୁ ନିର୍ବାଚନ ଥିବାରୁ ୱାର୍ଡ ସ୍ତରରୁ କିପରି ସଂଗଠନ ସୁଦୃଢ଼ ହେବ ସେନେଇ ବୈଠକରେ ଆଲୋଚନା ହେବ । ଏଥିସହ ପ୍ରତିଷ୍ଠା ଦିବସ ପାଳନର ରୂପରେଖ ସଂପର୍କରେ ମଧ୍ୟ ଆଲୋଚନା ହେବ । ତେବେ ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।