ଧର୍ମେନ୍ଦ୍ର ପ୍ରଧାନ ପଚାରିଲେ ୫ ପ୍ରଶ୍ନ: ସଂକଳ୍ପର ୫ ବିନ୍ଦୁକୁ ବିକାଶ ସହ ଯୋଡ଼ିଲେ ବୈଜୟନ୍ତ

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ସେତିକି ଜୋରଦାର ହେଉଛି ପ୍ରେସମିଟ୍ ଜରିଆରେ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପର ପର୍ବ । ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବିଜେପିର ଘନ ଘନ ଆକ୍ରମଣ । ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀ କରି ୨୪ ବର୍ଷର ନୀବନ ସରକାରଙ୍କ ଅବ୍ୟବସ୍ଥା ବଖାଣିଛନ୍ତି । ପ୍ରଚାର ମଂଚ, ନିର୍ବାଚନୀ ସଭା ଓ ସମାଜିକ ଗଣମାଧ୍ୟମରେ ଘନଘନ ଆକ୍ରମଣ […] The post ଧର୍ମେନ୍ଦ୍ର ପ୍ରଧାନ ପଚାରିଲେ ୫ ପ୍ରଶ୍ନ: ସଂକଳ୍ପର ୫ ବିନ୍ଦୁକୁ ବିକାଶ ସହ ଯୋଡ଼ିଲେ ବୈଜୟନ୍ତ first appeared on Kanak News.

ଧର୍ମେନ୍ଦ୍ର ପ୍ରଧାନ ପଚାରିଲେ ୫ ପ୍ରଶ୍ନ: ସଂକଳ୍ପର ୫ ବିନ୍ଦୁକୁ ବିକାଶ ସହ ଯୋଡ଼ିଲେ ବୈଜୟନ୍ତ

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ସେତିକି ଜୋରଦାର ହେଉଛି ପ୍ରେସମିଟ୍ ଜରିଆରେ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପର ପର୍ବ । ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବିଜେପିର ଘନ ଘନ ଆକ୍ରମଣ । ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ ଦେଲେ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀ କରି ୨୪ ବର୍ଷର ନୀବନ ସରକାରଙ୍କ ଅବ୍ୟବସ୍ଥା ବଖାଣିଛନ୍ତି ।

ପ୍ରଚାର ମଂଚ, ନିର୍ବାଚନୀ ସଭା ଓ ସମାଜିକ ଗଣମାଧ୍ୟମରେ ଘନଘନ ଆକ୍ରମଣ ପରେ ଏବେ ସିଧାସଳଖ ସାମ୍ମାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି ବିଜେପି ନେତା । ଜଣେ ପରେ ଜଣେ ବିଜେପି ନେତା ସାମ୍ମାଦିକ ସମ୍ମିଳନୀ କରି ନବୀନ ସରକାରଙ୍କୁ ୨୪ ବର୍ଷ ଶାସନର ଇସାବ ମାଗୁଛନ୍ତି । ଆଉ ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଆହୁରି ତୀବ୍ର ଓ ସ୍ପଷ୍ଟ ହେଉଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାମ୍ବାଦିକ ସମ୍ମିଳନୀ କରି ୨୪ ବର୍ଷର ନୀବନ ସରକାରଙ୍କ ଅବ୍ୟବସ୍ଥା ବଖାଣିଛନ୍ତି । ଆଉ ପଚାରିଛନ୍ତି ୫ଟି ପ୍ରଶ୍ନ
– କାହିଁକି ଓଡ଼ିଶାର ଗାଁ-ଗଣ୍ଡାରେ ପିଇବା ପାଣି ନାହିଁ?
– ଓଡ଼ିଶାରେ କାହିଁକି ଜଳସେଚନ ବ୍ୟବସ୍ଥା ହୋଇ ପାରିନି?
– ସ୍କୁଲରେ କାହିଁକି ଶିକ୍ଷକ ନାହାଁନ୍ତି?
– କାହିଁକି ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି?
– ଦାଦନ କାହିଁକି ଏକ ସ୍ଥାୟୀ ବ୍ୟବସ୍ଥା ପାଲଟି ଯାଇଛି?

ଏପଟେ ଭୁବନେଶ୍ୱରରେ ବିଜେପିର ସଂକଳ୍ପପତ୍ରର ୫ଟି ବିନ୍ଦୁକୁ ଓଡ଼ିଶାର ବିକାଶ ସହଯୋଡ଼ିବାକୁ ଉଦ୍ୟମ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କୃଷି, ନିଯକ୍ତି, ଭିତ୍ତିଭୂମି ନିର୍ମାଣ, ଶିଳ୍ପ କରିଡ଼ର ଏବଂ ଅର୍ଥନୈତିକ ପ୍ରଗତି ବିଷୟରେ ମୋଦୀ ଗ୍ୟାରେଂଟିର କଥା କହିଛନ୍ତି । କୃଷିର ବିକାଶ ପାଇଁ ଜଳସେଚନ, ଧାନର ମଲ୍ୟବୃଦ୍ଧି ଓ ମତ୍ସ୍ୟଜୀବୀଙ୍କୁ ଭତା ଭଳି କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଏହି କ୍ରମରେ ଜଣେ ପରେ ଜଣେ ନେତା ଆସି ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ବିଜେପିର ନିର୍ବାଚନୀ ଇସ୍ତାହାରକୁ ମିଛ ଇସ୍ତାହାର କହି ସମାଲୋଚନା କରିଛି ବିଜେଡି । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରିବା ସହ ମିଶନ ଶକ୍ତି ଓ ବିଏସକେୱାଇକୁ ବନ୍ଦ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ବିଜେଡି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ତାଳଚେର ସାର କାରଖାନା କାର୍ଯ୍ୟ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ ଜୟ ନାରାୟଣ ମିଶ୍ର ବିରୋଧ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ନେତାଙ୍କ ପ୍ରଶ୍ନ ଏବଂ ବିଜେଡି ନେତାଙ୍କ କଟାକ୍ଷ ଭିତରେ ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି ।

The post ଧର୍ମେନ୍ଦ୍ର ପ୍ରଧାନ ପଚାରିଲେ ୫ ପ୍ରଶ୍ନ: ସଂକଳ୍ପର ୫ ବିନ୍ଦୁକୁ ବିକାଶ ସହ ଯୋଡ଼ିଲେ ବୈଜୟନ୍ତ first appeared on Kanak News.