ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା ଦୁଇ କ୍ୟାଡର ମାଓବାଦୀ ନିହତ ହୋଇଥିବାବେଳେ ବୁଧବାର ୨ ମହିଳା ମାଓବାଦୀ ଓ ୭ ଜଣ ପୁରୁଷ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ ରାଜ୍ୟରେ ଦାନ୍ତେୱାଡା ଜିଲାର ବୋଲି ଜଣାପଡିଛି। ଏନେଇ ବୌଦ୍ଧ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ […] The post ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା ଦୁଇ କ୍ୟାଡର ମାଓବାଦୀ ନିହତ ହୋଇଥିବାବେଳେ ବୁଧବାର ୨ ମହିଳା ମାଓବାଦୀ ଓ ୭ ଜଣ ପୁରୁଷ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ ରାଜ୍ୟରେ ଦାନ୍ତେୱାଡା ଜିଲାର ବୋଲି ଜଣାପଡିଛି। ଏନେଇ ବୌଦ୍ଧ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି। ଆଇଜି କହିଛନ୍ତି, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡର ଅଷ୍ଟମ କମ୍ପାନୀରେ ଏହି ମାଓବାଦୀ ସମ୍ପୃକ୍ତ ଥିଲେ। ଦୁଇ ମହିଳା ମାଓବାଦୀ ହେଲେ ଯୋଗି ମାଧବୀ ଓରଫ ଜ୍ୟୋତିଞ୍ଚ(୨୦) ପୋଜି ମାଧବି (୨୨) ଓ ପୁରୁଷ ମାଓବାଦୀ ହେଲେ ଭାମ କାଡତି (୨୨), ଭୀମ ବନଜାମ(୨୫), ବଣ୍ଡି ବନଜାମ(୩୦) , ଆରମ ରାବ(୩୦), ମାଲିଆ ମାଧବି( ୨୯) ଦେବ କଡତି ( ୨୫) ଓ ଆଦ୍ୟତ ମାଧବି ( ୨୬) । ଏମାନେ ସମସ୍ତେ କେକେବିଏନ ଡିଭିଜନରେ କାମ କରୁଥିଲେ। ପୋଲିସ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସୱାଗତ କରାଯାଇଥିଲା। ସେମାନେ ଆତ୍ମସର୍ମପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶିକ୍ଷା, ବାସଗୃହ ଜମି ଆଦି ଯୋଗାଇଦିଆଯିବ। ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ଥିଲେ।

The post ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.