ନିର୍ବାଚନ ସରିବା ପୂର୍ବରୁ ଖୋଲିଲା ବିଜେପି ଖାତା, ସୁରଟ ଆସନରୁ ଜିତିଲେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ରେଜଲ୍ଟ ଜୁନ ୪ରେ ଘୋଷଣା ହେବ । କିନ୍ତୁ ଏହା ପୂର୍ବରୁ ବିଜେପିର ନିଜ ଖାତା ଖୋଲିଛି । ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ଭୋଟିଂ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ଏବଂ ଅନ୍ୟ ସମସ୍ତ ୮ ନିର୍ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ-ତିନି ଦିନରୁ ସୁରଟ ଲୋକସଭା ଆସନକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଚାଲିଥିଲା ଯାହା ଉପରେ ଆଜି ବିରାମ ଲାଗିଛି । ଏହି ଡ୍ରାମା ପଛର କାରଣ ଏହା କୁହାଯାଉଛି ଯେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ୱାନୀଙ୍କ ନାମାଙ୍କନ ପତ୍ରକୁ ନେଇ ବିଜେପି ଆପତ୍ତି ଉଠାଇଥିଲା । ଏହି ମାମଲାକୁ ନେଇ ରବିବାର ଶୁଣାଣି ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ଫର୍ମ ଅମାନ୍ୟ ଘୋଷଣା କରାଯାଇଥିଲା ।ଏହି ଆସନ ପାଆଇଁ ମୋଟ ୧୦ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ଅନ୍ୟ ୮ ଜଣ ମଧ୍ୟ ନିଜ ପ୍ରାର୍ଥୀ ପତ୍ର ଫେରାଇ ନେଇଥିଲେ । ଏହାପରେ ସୁରଟ ଜିଲ୍ଲାପାଳ ମୁକେଶ ଦଲାଲଙ୍କୁ ବିଜୟର ପ୍ରମାଣ ପତ୍ର ଦେଇଛନ୍ତି । ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ୍ ମଧ୍ୟ ସୋମବାର ସୋସିଆଲ ମିଡିଆରେ ଦଲାଲଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।માનનીય પ્રધાનમંત્રી શ્રી નરેન્દ્રભાઇ મોદી સાહેબને સુરતે પહેલું કમળ અર્પણ કર્યું !!સુરત લોકસભા બેઠકના ઉમેદવાર શ્રી મુકેશભાઇ દલાલને બિનહરીફ ચૂંટાવવા બદલ ખૂબ ખૂબ અભિનંદન અને શુભેચ્છાઓ પાઠવ્યા !! #PhirEKBarModiSarkar#AbkiBaar400Paar pic.twitter.com/w87WSrla5s— C R Paatil (Modi Ka Parivar) (@CRPaatil) April 22, 2024

ନିର୍ବାଚନ ସରିବା ପୂର୍ବରୁ ଖୋଲିଲା ବିଜେପି ଖାତା, ସୁରଟ ଆସନରୁ ଜିତିଲେ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ରେଜଲ୍ଟ ଜୁନ ୪ରେ ଘୋଷଣା ହେବ । କିନ୍ତୁ ଏହା ପୂର୍ବରୁ ବିଜେପିର ନିଜ ଖାତା ଖୋଲିଛି । ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ଭୋଟିଂ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ଏବଂ ଅନ୍ୟ ସମସ୍ତ ୮ ନିର୍ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ ହୋଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ-ତିନି ଦିନରୁ ସୁରଟ ଲୋକସଭା ଆସନକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଚାଲିଥିଲା ଯାହା ଉପରେ ଆଜି ବିରାମ ଲାଗିଛି । ଏହି ଡ୍ରାମା ପଛର କାରଣ ଏହା କୁହାଯାଉଛି ଯେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ୱାନୀଙ୍କ ନାମାଙ୍କନ ପତ୍ରକୁ ନେଇ ବିଜେପି ଆପତ୍ତି ଉଠାଇଥିଲା । ଏହି ମାମଲାକୁ ନେଇ ରବିବାର ଶୁଣାଣି ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ଫର୍ମ ଅମାନ୍ୟ ଘୋଷଣା କରାଯାଇଥିଲା ।

ଏହି ଆସନ ପାଆଇଁ ମୋଟ ୧୦ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ଅନ୍ୟ ୮ ଜଣ ମଧ୍ୟ ନିଜ ପ୍ରାର୍ଥୀ ପତ୍ର ଫେରାଇ ନେଇଥିଲେ । ଏହାପରେ ସୁରଟ ଜିଲ୍ଲାପାଳ ମୁକେଶ ଦଲାଲଙ୍କୁ ବିଜୟର ପ୍ରମାଣ ପତ୍ର ଦେଇଛନ୍ତି । ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ୍ ମଧ୍ୟ ସୋମବାର ସୋସିଆଲ ମିଡିଆରେ ଦଲାଲଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।