ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର , ତା ୨୦-୦୪-୨୪: ‘ମଇ ୨୫ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି’ ।  ‘ଗଣତନ୍ତ୍ରର ଏ... The post ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ appeared first on Prabaha TV.

ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ
  • ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସ ଜାରି
  • ମାଷ୍ଟର କ୍ୟାଣ୍ଟିନଛକଠାରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା(ଓ୍ୱାକାଥନ୍)
  • ନୂତନ ଯୁବ ଭୋଟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
  • ନାଗରିକମାନଙ୍କୁ  “ମତଦାତାଙ୍କ ସଂକଳ୍ପ”ପାଠକରାଇଲେ ମୁଖ୍ୟ ଶାସନ ସଚିବ ।
  • ମତଦାନ  ଭଳି ଗଣତାନ୍ତ୍ରିକ  ମହାନ ପର୍ବରେ ସମସ୍ତ ନାଗରିକ ସାମିଲ ହୁଅନ୍ତୁ- ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ଵର , ତା ୨୦-୦୪-୨୪: ‘ମଇ ୨୫ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି’ ।  ‘ଗଣତନ୍ତ୍ରର ଏ ମହାନ ପର୍ବ, ଭୋଟ ଦେଇ ମୁଁ କରିବି ଗର୍ବ’ । ଏମିତି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନଛକଠାରୁ ବାହାରି ଥିଲା ଏକ ବିଶାଳ ୱାକାଥନ( ଗଣ ପଦଯାତ୍ରା) । ଉଦ୍ଦେଶ୍ୟ ଥିଲା,ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ , ମତଦାନ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ସଚେତନ କରିବା । କାରଣ ବିଶେଷ କରି ରାଜଧାନୀ ସହରାଞ୍ଚଳରେ  ଅଧିକ ସଚେତନ, ଶିକ୍ଷିତ ନାଗରିକ ବାସ କରୁଥିଲେ ମଧ୍ୟ, ମତଦାନ ହାରଗ୍ରାମାଞ୍ଚଳଅପେକ୍ଷା ସବୁବେଳେ କମ୍ ରହୁଥିବା ଅତୀତରୁ ପରିଲକ୍ଷିତ ହୋଇଛି । ଏପରିକି ମତଦାନ ହାର ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ କମ୍ ରହୁଥିବାରୁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି ) ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ପରିପ୍ରେକ୍ଷୀରେ ଏପରି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି । “ବ୍ୟବସ୍ଥିତଭୋଟରଶିକ୍ଷାଏବଂନିର୍ବାଚନରେଅଂଶଗ୍ରହଣ” (ଏସ୍.ଭି.ଇ.ଇ.ପି)ର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ  ବିଭିନ୍ନ ବର୍ଗର ଭୋଟରଙ୍କୁ ସାମିଲ କରାଯିବା ସହ ପ୍ରତ୍ୟେକ ମତଦାତା ଯେପରି ନିଶ୍ଚିତ ଭାବେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ, ସେଥିପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ପାଇଁ ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୃଜନଶୀଳ ଜନସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଉକ୍ତ ସଚେତନତା ରଣନୀତିର ଏକ ଅଂଶ ସ୍ୱରୁପ ଆଜି ଆୟୋଜିତ ହୋଇଥିଲା ମେଗା ୱାକଥନ ।

            ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡ଼ିଶାଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୋଲିସ କମିଶନର ଶ୍ରୀ ସଂଜୀବ ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମେତ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କୁ ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ଵାଗତ କରିଥିଲେ । ୱାକଥନର ଶୁଭାରମ୍ଭ କରିବା ପୂର୍ବରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଅତିଥିମାନଙ୍କ ସହିତ ଉପସ୍ଥିତ ଅଂଶଗ୍ରହଣକାରୀମାନେମାଷ୍ଟରକ୍ୟାଣ୍ଟିନଛକଠାରେଆୟୋଜିତ ଏକ“ସିଗ୍‌ନେଚର୍‌ କ୍ୟାମ୍ପେନ୍” ରେ ନିଜନିଜରଭୋଟରସଚେତନତାବାର୍ତ୍ତାଲେଖିବା ସହ ଭାରତୀୟ ଗଣତନ୍ତ୍ରରେ ଭୋଟ ଦେବା ଏକ ଅଧିକାର ଏବଂ ଏହାର ଅନୁପାଳନ କରିବାକୁ ଶପଥ ନେଇଥିଲେରାଜ୍ୟରେ ଏକ ମୁକ୍ତ, ସ୍ୱଚ୍ଛ, ଅବାଧ, ନିରପେକ୍ଷଓଶୃଙ୍ଖଳାପୂର୍ଣ୍ଣନିର୍ବାଚନପ୍ରକ୍ରିୟାରେ ସାମିଲହୋଇଭାରତୀୟଗଣତନ୍ତ୍ରକୁଋଦ୍ଧିମନ୍ତକରିବାପାଇଁମୁଖ୍ୟଶାସନସଚିବସମବେତସମସ୍ତନାଗରିକଙ୍କୁ “ମତଦାତାଙ୍କ ସଂକଳ୍ପ”ପାଠକରାଇଥିଲେପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବକ ଯୁବତୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଜେନାଙ୍କ ସହ ଅନ୍ୟ ଅତିଥିମାନେ ସ୍ଵାଗତ ଓ ସମ୍ବର୍ଦ୍ଧିତ କରିଥିଲେ ।

            ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଭାରତୀୟ ନିର୍ବାଚନ କମିଶନ ତଥା  ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ପ୍ରୟାସରେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।ନିର୍ବାଚନ ପ୍ରକ୍ରିୟାରେ ଯେତେ ଅଧିକରୁ ଅଧିକ ମତଦାତାମାନେ ଅଂଶଗ୍ରହଣ କରିବେ, ଗଣତନ୍ତ୍ର ଅଧିକ ସୁଦୃଢ ହେବ । କେବଳ ସାଧାରଣ ନାଗରିକ ନୁହଁନ୍ତି, ଲୋକସେବା ଭବନ, ବିଭିନ୍ନ ସରକାରୀ ନିର୍ଦ୍ଦେଶାଳୟ ସମେତ ସମସ୍ତ ସରକାରୀ ଦପ୍ତର ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ଆଦିର ସହଯୋଗରେ  ବିଭିନ୍ନ ଉପାୟରେ ଭୋଟରମାନଙ୍କୁ ସଚେତନ କରାଯାଉଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଭୋଟରମାନଙ୍କ ଦ୍ୱାରା  ମତଦାନ ସଂପର୍କରେ ଭୁବନେଶ୍ଵର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହ କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳ ରେ ମଧ୍ୟ ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଧଳ । ସେ କହିଛନ୍ତି ଯେ, ମତଦାନ ହେଉଛି ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ମହାନ ପର୍ବ । ଏହି ପର୍ବରେ ପ୍ରତ୍ୟେକ ଭୋଟର ସାମିଲ ହେବା ଦରକାର । ସମସ୍ତେ ମତଦାନ କଲେ, ଗଣତନ୍ତ୍ର ସୁଦୃଢ ହେବା ସହ ଦେଶ ସଶକ୍ତ ହେବ । ମୁଖ୍ୟତଃ ଯେଉଁମାନେ ଭୋଟଦାନରୁ ବିରତ ରହୁଛନ୍ତି, ସେହିମାନଙ୍କୁ ସଚେତନ କରାଇବା ସହ ସେମାନେ ଯେପରି ନିଶ୍ଚିତ ଭାବେ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ଶିକ୍ଷିତ ଓ ସଚେତନ ନାଗରିକମାନେ ପ୍ରୟାସ କରିବା ଆବଶ୍ୟକ  ବୋଲି ସେ କହିଛନ୍ତି ।

ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ମୁଖ୍ୟ ଅତିଥି ଶ୍ରୀ ଜେନା ପତାକା ଦେଖାଇ ୱାକଥନର ଶୁଭାରମ୍ଭ କରିଥିଲେଆଜି ସକାଳ ୬ ଘଟିକାଠାରୁ ଏହି ୱାକଥନ ମାଷ୍ଟର କ୍ୟାଟିନ ଛକଠାରୁ ବାହାରି ଶ୍ରୀୟା ଛକ, କେନ୍ଦ୍ରୀୟ ବିଦ୍ୟାଳୟ ପାଖ ଦେଇ ସତ୍ୟ ନଗରସ୍ଥିତ ବିଏମ୍‌ସି ମୁଖ୍ୟାଳୟ( ବିଏମସି ଆଇସିଓଏମସି ଟାଓ୍ୱାର) ଠାରେ ପହଁଚିଥିଲା ।            ଯୋଗ୍ୟ ଭୋଟରମାନେ କିପରି ଗଣତାନ୍ତ୍ରିକ ମହତ୍ଵକୁ ବୁଝି ଚଳିତ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଭୋଟ ଦେବେ, ସେହି ଉଦ୍ଦେଶ୍ୟରେ ଓ୍ୱାକାଥନ ମାଧ୍ୟମରେ ସଚେତନ କରାଯାଇଥିଲା  ।            ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ଯୋଗଦାନରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଆବାସିକ କଲ୍ୟାଣ ସଂଘ, ବରିଷ୍ଠ ନାଗରିକ, ମାର୍କେଟ ଆସୋସିଏସନ, ଯୁବ ଭୋଟର, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାବିଏମ୍‌ସି କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ୱାକଥନରେ ସ୍ୱତନ୍ତ୍ର ବେଶ ପୋଷାକ ପରିଧାନ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେଆଗାମୀ ଏକକାଳୀନସାଧାରଣନିର୍ବାଚନ୨୦୨୪ପରିପ୍ରେକ୍ଷୀରେ ସମସ୍ତେବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣପଦଯାତ୍ରା କରି ପ୍ଲା-କାର୍ଡ ପ୍ରଦର୍ଶନ, ସ୍ଲୋଗାନଓଭୋଟର ଜାଗରଣ ସଂଗୀତ ମାଧ୍ୟମରେବାର୍ତ୍ତା ପ୍ରଚାର ସହ ନାଗରିକମାନଙ୍କୁ  ନିଶ୍ଚିତ ଭାବେ ମତଦାନକରି ମତଦାନହାରବଢ଼ାଇବାଆଦି ସଂପର୍କରେ ସଚେତନତାସୃଷ୍ଟିକରିଥିଲେ

The post ନିର୍ବାଚନରେ ଅଂଶଗ୍ରହଣ ହାର ବୃଦ୍ଧି ପରିପ୍ରେକ୍ଷୀରେ ଜନ ସଚେତନତା କାର୍ଯ୍ୟକ୍ରମ appeared first on Prabaha TV.