ନୂଆ ବର୍ଷ ପାଳନ ଲାଗି ଆସିଲା ଗାଇଡ୍‌ଲାଇନ, ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା

ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ନୂଆ ବର୍ଷ ପାଳନ ଲାଗି ଆସିଲା ଗାଇଡ୍‌ଲାଇନ, ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା

ଆସୁଛି ନୂଆ ବର୍ଷ , ଜିରୋ ନାଇଟ ସେଲିବ୍ରେସନ ସବିଏଁ ବ୍ୟଗ୍ର । ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ସେମାନଙ୍କ ଉପରେ ଅବକାରୀ ବିଭାଗର ରହିବ ନଜର । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି। ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା । ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ ।

ସେପଟେ ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟ୍ୱିନ୍‌ ସିଟିରେ ପୋଲିସ ବ୍ୟାପକ ଭାବେ ପହରା ଦେବ। ଭିଡ଼ ନିୟନ୍ତ୍ରଣ ଓ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରାଯିବ ।

ନୂଆ ବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ସେଲିବ୍ରେସନ କରନ୍ତୁ । ହେଲ ଶାନ୍ତିଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି।