ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!! କେନ୍ଦ୍ରାପଡ଼ା :-ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହ ରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ସମସ୍ତେ ଶାନ୍ତି ରେ ବଞ୍ଚିବାକୁ ଚାହୁଁଛନ୍ତି କିନ୍ତୁ ପ୍ରକୃତି ର ସନ୍ତୁଳନ କେହି ଚାହାନ୍ତି ନାହିଁ। ଶ୍ରେଷ୍ଠ ପ୍ରାଣୀ ମଣିଷ ର ପାଟି ଖୋଲୁଥିବା ରୁ ସେ ପାଣି ର ଆବଶ୍ୟକତା ଅତି... The post ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!! appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

କେନ୍ଦ୍ରାପଡ଼ା :-ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହ ରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ସମସ୍ତେ ଶାନ୍ତି ରେ ବଞ୍ଚିବାକୁ ଚାହୁଁଛନ୍ତି କିନ୍ତୁ ପ୍ରକୃତି ର ସନ୍ତୁଳନ କେହି ଚାହାନ୍ତି ନାହିଁ। ଶ୍ରେଷ୍ଠ ପ୍ରାଣୀ ମଣିଷ ର ପାଟି ଖୋଲୁଥିବା ରୁ ସେ ପାଣି ର ଆବଶ୍ୟକତା ଅତି ସହଜ ରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଭାଈ ମାନେ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥଲେ। ଯାହା କେନ୍ଦ୍ରାପଡା ସହର ର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କ ରେ ମାଟି ପାତ୍ର ବାନ୍ଧି ତା ମଧ୍ୟ ରେ ପାଣି ରଖି ଥିଲେ। ସୁଦୂର ଆଳୀ ଅଂଚଳ ର ଦିବ୍ୟଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ବାର୍ତା ରଖିଥିଲେ କି ଧନ୍ୟ ଏହି ଟ୍ରଷ୍ଟ ଯେ ପାଟି ନ ଖୋଲୁଥିବା ଜୀବ ମାନଙ୍କ ର ସେବା ପାଇଁ ତତ୍ପର। ଆଜିର ଏହି ସେବା ଧର୍ମି କାର୍ଯକ୍ରମ ରେ ଭାଗ ନେଇଥିବା ବ୍ୟକ୍ତି ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ହରିହର ନାୟକ, ଆଲୋକ କୁମାର ମଲ୍ଲିକ, ମନୋଜ କୁମାର ରାଉତ, ପ୍ରତାପ ବେହେରା ଓ ସହଦେବ ପ୍ରମୁଖ ସଭ୍ୟ ମାନେ ସହ ଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

The post ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!! appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.