ପଞ୍ଚସଖା ଙ୍କ ପ୍ରଚାରକ ଥିଲେ ଅନନ୍ତ ମିଶ୍ର

ସାକ୍ଷୀଗୋପାଳ : ୬.୫.୨୪ (ଶାଶ୍ଵତ ଟିଭି) – ସତ୍ୟବାଦୀରେ ପାଳନ ହୋଇଯାଇଛି ପଞ୍ଚସଖା ଙ୍କ ପ୍ରଚାରକ ଅନନ୍ତ ମିଶ୍ରଙ୍କ ୮୭ ତମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ଜାଭିୟର ହାଇସ୍କୁଲ ସଭା ଗୃହରେ ଆୟୋଜନ ହୋଇଯାଇଛି ଏକ ଆଲୋଚନାଚକ୍ର , ଯାହାର ଶୀର୍ଷକ ଥିଲା ମାନବସେବାରେ ସମର୍ପିତ ବକୁଳବନର ଅନନ୍ତ , ତା ସହିତ ସାରସ୍ବତ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତିପରିସଦ ତରଫରୁ ପ୍ରଦୀପ […]

ପଞ୍ଚସଖା ଙ୍କ ପ୍ରଚାରକ ଥିଲେ ଅନନ୍ତ ମିଶ୍ର

ସାକ୍ଷୀଗୋପାଳ : ୬.୫.୨୪ (ଶାଶ୍ଵତ ଟିଭି) – ସତ୍ୟବାଦୀରେ ପାଳନ ହୋଇଯାଇଛି ପଞ୍ଚସଖା ଙ୍କ ପ୍ରଚାରକ ଅନନ୍ତ ମିଶ୍ରଙ୍କ ୮୭ ତମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ଜାଭିୟର ହାଇସ୍କୁଲ ସଭା ଗୃହରେ ଆୟୋଜନ ହୋଇଯାଇଛି ଏକ ଆଲୋଚନାଚକ୍ର , ଯାହାର ଶୀର୍ଷକ ଥିଲା ମାନବସେବାରେ ସମର୍ପିତ ବକୁଳବନର ଅନନ୍ତ , ତା ସହିତ ସାରସ୍ବତ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରଚାରକ ଅନନ୍ତ ମିଶ୍ର ସ୍ମୃତିପରିସଦ ତରଫରୁ ପ୍ରଦୀପ ପ୍ରଜ୍ଵଳନ କରାଯିବା ପରେ, ଅନୁଷ୍ଠାନର ଆବାହକ ପଣ୍ଡିତ ବିଜୟ କୁମାର ଛାଟୋଇ ପ୍ରଥମେ ଆମନ୍ତ୍ରିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ ସତ୍ୟବାଦୀ ଦାସ ସଭାର ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ରୂପେ ଡକ୍ଟର ଅଭିମନ୍ୟୁ ବରାଳ, ମୁକ୍ଷବକ୍ତା ଭାବରେ ବିଶିଷ୍ଟ ଶିଶୁସାହିତିକ ଇଁ ଅଭୟ ସୂତାର ,ବିଶିଷ୍ଟ ଅତିଥି ରୂପରେ ଡ ‘ ହେମନ୍ତ ଛୋଟରାୟ ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ନାତି ରଞ୍ଜନ ମିଶ୍ର ଯୋଗଦାନ କରିଥିଲେ କବି ବନ୍ଦନା ମହାପାତ୍ର ଓ କବି ସୁଜାତା ଦେବୀ କବିତା ପାଠ ର ସଂଯୋଜକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଉକ୍ତ ସଭାରେ କୋଡ଼ିଏ ରୁ ଅଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଶିକ୍ଷାବିତ ରବୀନ୍ଦ୍ରନାଥ ଷଡ଼ଙ୍ଗୀ ପ୍ରଚାରକ ଅନନ୍ତ ମିଶ୍ରଙ୍କ ଉପରେ ଦିଗନ୍ତ କଥା କହିବା ପରେ ତାଙ୍କ ଉପରେ ଏକ ସୁନ୍ଦର କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ସାହୁ,ଆଇନଜୀବି ସୁଶାନ୍ତ କୁମାର ରଥ, ନବଘନ ଶତପଥୀ,ମନୋରମା ଛାଟୋଇ ପ୍ରମୁଖ ପରିଚାଳନା କରିଥିଲେ।