ପିଟ୍ରୋଡ଼ାଙ୍କ ବିବାଦୀୟ ବର୍ଣ୍ଣଭେଦ ଟିପ୍ପଣୀ ବିରୋଧରେ ବର୍ଷିଲେ ମୋଦୀ, ରାହୁଲଙ୍କଠାରୁ ଜବାବ ମାଗିଲେ

ନୂଆଦିଲ୍ଲୀ, ୮/୫ : ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବର୍ଣ୍ଣଭେଦ ଟିପ୍ପଣୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଉପରେ ତୀବ୍ର ବର୍ଷିଛନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କଠାରୁ ଉକ୍ତ ମାମଲାରେ ଜବାବ ମାଗିଛନ୍ତି। ମୋଦୀ କହିଛନ୍ତି, ମଣିଷର ବର୍ଣ୍ଣ ଆଧାରରେ ଏଭଳି ଅସମ୍ମାନକୁ ଦେଶ ଆଦୌ ସହ୍ୟ କରିବନି। ସାମ ପିଟ୍ରୋଡା ଦି ଷ୍ଟେଟସମ୍ୟାନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଭାରତକୁ ଏକ ବିବିଧ ରାଷ୍ଟ୍ର ବୋଲି କହିଛନ୍ତି ଯେଉଁଠାରେ […]

ପିଟ୍ରୋଡ଼ାଙ୍କ ବିବାଦୀୟ ବର୍ଣ୍ଣଭେଦ ଟିପ୍ପଣୀ ବିରୋଧରେ ବର୍ଷିଲେ ମୋଦୀ, ରାହୁଲଙ୍କଠାରୁ ଜବାବ ମାଗିଲେ

ନୂଆଦିଲ୍ଲୀ, ୮/୫ : ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡ଼ାଙ୍କ ବିବାଦୀୟ ବର୍ଣ୍ଣଭେଦ ଟିପ୍ପଣୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଉପରେ ତୀବ୍ର ବର୍ଷିଛନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କଠାରୁ ଉକ୍ତ ମାମଲାରେ ଜବାବ ମାଗିଛନ୍ତି। ମୋଦୀ କହିଛନ୍ତି, ମଣିଷର ବର୍ଣ୍ଣ ଆଧାରରେ ଏଭଳି ଅସମ୍ମାନକୁ ଦେଶ ଆଦୌ ସହ୍ୟ କରିବନି। ସାମ ପିଟ୍ରୋଡା ଦି ଷ୍ଟେଟସମ୍ୟାନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଭାରତକୁ ଏକ ବିବିଧ ରାଷ୍ଟ୍ର ବୋଲି କହିଛନ୍ତି ଯେଉଁଠାରେ ପୂର୍ବରେ ଲୋକମାନେ ଚାଇନିଜ୍ ତଥା ଚୀନୀ ପରି ଦେଖାଯାଆନ୍ତି, ପଶ୍ଚିମରେ ଲୋକମାନେ ଆରବ , ଉତ୍ତରରେ ଲୋକମାନେ ଶ୍ବେତାଙ୍ଗ ଏବଂ ଦକ୍ଷିଣରେ ଲୋକମାନେ ଆଫ୍ରିକୀୟ ଭଳି ଲାଗନ୍ତି ବୋଲି ପିଟ୍ରୋଡ଼ା କହିଥିଲେ। ତେବେ ପିଟ୍ରୋଡ଼ାଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ କଂଗ୍ରେସ ଦଳ ପିଟ୍ରୋଡ଼ାଙ୍କର ଏଭଳି ବିବାଦୀୟ ଟିପ୍ପଣୀଠାରୁ ଦୂରେଇ ରହିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି. ସାମ ପିଟ୍ରୋଡ଼ାଙ୍କର ଏଭଳି ଟିପ୍ପଣୀ ଅଗ୍ରହଣୀୟ। କଂଗ୍ରେସ ଦଳ ପିଟ୍ରୋଡ଼ାଙ୍କର ଏହି ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖୁଛି। ପିଟ୍ରୋଡ଼ାଙ୍କର ଏଭଳି ବିବାଦୀୟ ଟିପ୍ପଣୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ୱାରାଙ୍ଗଲରେ କଂଗ୍ରେସ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରାହୁଲଙ୍କୁ ପୁଣିଥରେ ଶେହଜାଦା ସମ୍ବୋଧନ କରି ମୋଦୀ କହିଛନ୍ତି, ଶେହଜାଦା ଆପଣଙ୍କୁ ଉତ୍ତର ଦେବାକୁ ପଡ଼ିବ। ବର୍ଣ୍ଣ ଆଧାରରେ ଦେଶରେ ଲୋକମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ଦେଶ ଆଦୌ ସହ୍ୟ କରିବନି। ମୋଦୀ ଏହାକୁ ଆଦୌ ସହ୍ୟ କରିବେନି ବୋଲି ସେ କହିଛନ୍ତି।