ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା

ନୂଆଦିଲ୍ଲୀ,୮।୫: ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବୟାନକୁ ନେଇ ବିବାଦ ଉପୁଜିଥିଲା। ଶାସକ ଦଳ ଭାଜପା ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା। ଏବେ ପୁଣି ଥରେ ପିଟ୍ରୋଡା ଆଉ ଏକ ବିବାଦୟ ବୟାନ ଦେଇଛନ୍ତି। “We could hold together a country as diverse as India, where people on East look […] The post ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା appeared first on Dharitri Odia News.

ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା

ନୂଆଦିଲ୍ଲୀ,୮।୫: ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବୟାନକୁ ନେଇ ବିବାଦ ଉପୁଜିଥିଲା। ଶାସକ ଦଳ ଭାଜପା ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା। ଏବେ ପୁଣି ଥରେ ପିଟ୍ରୋଡା ଆଉ ଏକ ବିବାଦୟ ବୟାନ ଦେଇଛନ୍ତି।

ଦି ଷ୍ଟେଟମ୍ୟାନକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ତେବେ କଂଗ୍ରେସ ପିଟ୍ରୋଡାଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଛି।

The post ପୁଣି ବିବାଦୀୟ ବୟାନ ଦେଲେ ସାମ ପିଟ୍ରୋଡା, ଭାରତୀୟଙ୍କୁ କହିଲେ କଳା-ଗୋରା appeared first on Dharitri Odia News.