ପୂର୍ବତ୍ତନ ସେବକ ସମିତି ସଭାପତି ତଥା ସେବକ ସାହିର ମୁରବୀ ଲଷ୍ମୀଧର ଙ୍କୁ ହରାଇ ସେବକ ପରିବାର ମ୍ରିୟମାଣ

କାକଟପୁର ୪/୫/୨୦୨୪ – (ତୁଷାର ଦୀକ୍ଷିତ ) ଆଜି ବୈଶାଖ ମାସ ର ଏକାଦଶୀ ତିଥି ଏହି ତିଥିରେ ଜନ୍ମ ହେବା ଯେତିକି ଆନନ୍ଦ ଥାଏ ମୃତ୍ୟୁ ହେଲେ ସ୍ୱର୍ଗ ପ୍ରାପ୍ତି ହେବାର ମଧ୍ୟ ଆନନ୍ଦ ବି ଥାଏ, ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚୟ ଆଜି ଏହି ପବିତ୍ର ତିଥିରେ ମୃତ୍ୟୁ ହୋଇଯାଇଛି,କାକଟପୁର ଗ୍ରାମର ମୁଖିଆ ତଥା ସେବକ ସମିତିର ପୂର୍ବତ୍ତନ ସଭାପତି ସ୍ୱର୍ଗତ ଲଷ୍ମୀଧର ଦୀକ୍ଷିତ, ରାଜ୍ୟ ସରକାର ଙ୍କ ପୋଲିସ ବିଭାଗରେ ସେ […]

ପୂର୍ବତ୍ତନ ସେବକ ସମିତି ସଭାପତି ତଥା ସେବକ ସାହିର ମୁରବୀ ଲଷ୍ମୀଧର ଙ୍କୁ ହରାଇ ସେବକ ପରିବାର ମ୍ରିୟମାଣ

କାକଟପୁର ୪/୫/୨୦୨୪ – (ତୁଷାର ଦୀକ୍ଷିତ ) ଆଜି ବୈଶାଖ ମାସ ର ଏକାଦଶୀ ତିଥି ଏହି ତିଥିରେ ଜନ୍ମ ହେବା ଯେତିକି ଆନନ୍ଦ ଥାଏ ମୃତ୍ୟୁ ହେଲେ ସ୍ୱର୍ଗ ପ୍ରାପ୍ତି ହେବାର ମଧ୍ୟ ଆନନ୍ଦ ବି ଥାଏ, ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚୟ ଆଜି ଏହି ପବିତ୍ର ତିଥିରେ ମୃତ୍ୟୁ ହୋଇଯାଇଛି,କାକଟପୁର ଗ୍ରାମର ମୁଖିଆ ତଥା ସେବକ ସମିତିର ପୂର୍ବତ୍ତନ ସଭାପତି ସ୍ୱର୍ଗତ ଲଷ୍ମୀଧର ଦୀକ୍ଷିତ, ରାଜ୍ୟ ସରକାର ଙ୍କ ପୋଲିସ ବିଭାଗରେ ସେ କିଛି ଦିନ କାମ କରିବା ପରେ ଚାକିରୀ ଛାଡି ଚାଲି ଆସିଥିଲେ ଗାଁ କୁ ଗାଁ ର ବିଭିନ୍ନ ପର୍ବ ପର୍ବାଣୀ ରେ ନିଜକୁ ସାମିଲ କରିବା ସହିତ ନିଜର କରି ନିଅନ୍ତି ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ଲୋକ ମାନଙ୍କୁ ଏମିତି କି ମା ମଙ୍ଗଳା ମନ୍ଦିରରେ ଯେତେବେଳେ ବଡ଼ ସିଂହାର ପୂଜା ପୂର୍ବରୁ ଗୀତିଗୋବିନ୍ଦ ଓ ବଡ଼ ସିଂହାର ପରେ ଆନଦ ଲହରୀ ପଢ଼ା ହେବାର ନୀତି ଥିବା ବେଳେ ସ୍ୱର୍ଗତ ଲଷ୍ମୀଧର ଦୀକ୍ଷିତ ତାଙ୍କ ସାଥି ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରି ଥାନ୍ତି, ମନ୍ଦିରରେ ଯେ କୌଣସି କାମ ହେଲେ ଖୋଜା ପଡନ୍ତି ଦୀକ୍ଷିତ ଙ୍କୁ ସେ ଗାଁ ରେ ଭୋଜିଭାତ କାର୍ଯ୍ୟକ୍ରମ ହେଉ ବା ମନ୍ଦିରରେ ନବକଳେବର ପାଇଁ ପ୍ରସ୍ତୁତି କାର୍ଯ୍ୟ ହେଉ ସବୁଥିରେ ଖୋଜା ପଡନ୍ତି ସେ କାକଟପୁର ବାସୀଙ୍କ ସମେତ ନାୟାହାଟ ଵେବସାୟ ହାଟ ଗଳିରେ ତାଙ୍କର ସୋତନ୍ତ୍ର ପରିଚୟ ତାଙ୍କ ଅମଳରେ ସେବକ ସମିତି ତରଫରୁ ଦକ୍ଷିଣ ଚଣ୍ଡୀ ମନ୍ଦିରରେ ଛାତ ପଡିବା ସହିତ ସ୍ୱମେଶ୍ୱର ମନ୍ଦିରରେ ବହୁ ଗଠନ ମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି, ମନ୍ଦିର ଉର୍ନତି ରେ ଟାଳ ଟୁଳ ନୀତି ଅବଲମ୍ବନ କରି ବିପକ୍ଷ ପାଟି ଙ୍କ ସହିତ ମୁକାବିଲା କରିବାରେ ସେ ଥିଲେ ସିଦହସ୍ତ ଜଗନ୍ନାଥ ମହା ପ୍ରଭୁ ଙ୍କ ନବକଳେବର ସମୟରେ ସେ ଥିଲେ ଆଗ ଧାଡି ର ଯୋଦ୍ଧା, ଆଜି ଦୀକ୍ଷିତ ଠାକୁର ପୂଜା କର୍ମ ସାରି ଘରେ ବସିଥିବା ସମୟରେ ହଟାତ ତାଙ୍କର ହାର୍ଟ ଆଟାକ ହୋଇ ଥିଲା ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା, ଚ୍ୟାର ଉପରେ ବସିଥିବା ଅବସ୍ଥାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଟାତ ଟଳି ପଡ଼ିଥିଲେ, ଏହି ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ଘର ପାଖରେ ସୂବେଛୁ ମାନଙ୍କର ସୁଅ ଛୁଟିଥିଲା,ଶେଷ ଦର୍ଶନ ରେ କାକଟପୁର ଯୁବ ବିଧାୟକ ତଥା ମନ୍ତୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସ୍ୱାଧୀନ କୁମାର ନାୟକ, ବରିଷ୍ଠ ସେବାୟତ ରମେଶ ଚନ୍ଦ୍ର ଦୀକ୍ଷିତ,ଦେବରାଜ ଦୀକ୍ଷିତ,ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ, ସରପଞ୍ଚ ଅଭୟ କୁମାର ସେଠୀ, ପୂର୍ବତ୍ତନ ସରପଞ୍ଚ ତପନ କୁମାର ଦୀକ୍ଷିତ,ଯୁବ ନେତା ହିମାଂଶୁ ଭୂଷଣ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଶିବାଜୀ ପଣ୍ଡା,ପ୍ରଦୀପ୍ତ କୁମାର ଦୀକ୍ଷିତ,କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ସଞ୍ଜୟ ସାମଲ, ଭଣଜା ନିରଞ୍ଜନ ଦୀକ୍ଷିତ, ନାରାୟଣ ଦୀକ୍ଷିତ, ପବିତ୍ର ମୋହନ ଦୀକ୍ଷିତ ପ୍ରମୁଖ ଯୋଗ ଦେବା ସହିତ ସ୍ୱତ୍ୱ ପ୍ରବୃତ ଭାବେ ଏହି ଶବ ଶୋଭାଯାତ୍ରା ରେ ସୂବେଛୁ ମାନେ ଯୋଗ ଦେଇ ଶ୍ରୀ ଦୀକ୍ଷିତ ଅମର ରହେ ର ସ୍ଲୋଗାନ ଦେଇଥିଲେ ଶବ ଶୋଭାଯାତ୍ରା ମଙ୍ଗଳା ମନ୍ଦିର ଦେଇ ବଜାର ପରିକ୍ରମା କରିବା ପରେ ନିଜ ଗାଁ ସ୍ମଶାନ କୁ ନିଆ ଯାଇଥିଲା ବଡ଼ ପୁଅ ଅଶୋକ କୁମାର ଦୀକ୍ଷିତ ମୁଖାଗ୍ନି ଦେଇଥିବା ବେଳେ ସାନ ପୁତ୍ର ତଥା କଂଗ୍ରେସ ପଂଚାୟତ ସଭାପତି ନଳିନୀ ଦୀକ୍ଷିତ ଓ ପୁତୁରା ତ୍ରିଲୋଚନ ଦୀକ୍ଷିତ ଉପସ୍ଥିତ ଥିଲେ