ଫୁଲବାଣୀରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ଫୁଲବାଣୀ, ଜି. ଉଦୟଗିରି ଏବଂ ବାଲିଗୁଡ଼ା । ଏହି... The post ଫୁଲବାଣୀରେ କିଏ ମାରିବ ବାଜି? appeared first on .

ଫୁଲବାଣୀରେ କିଏ ମାରିବ ବାଜି?


ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ଫୁଲବାଣୀ, ଜି. ଉଦୟଗିରି ଏବଂ ବାଲିଗୁଡ଼ା । ଏହି ୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ଫୁଲବାଣୀର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର ଭୋଟର ସର୍ବଦା ବିକାଶକୁ ଗୁରୁତ୍ୱ ଦେଇଥାନ୍ତି। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଫୁଲବାଣୀ ନିର୍ବାଚନମଣ୍ଡଳୀ ଏବେ ବିଜେଡିର ଅଭେଦ୍ୟ ଗଡ଼ରେ ପାଲଟିଛି ।

ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀଟି ଫୁଲବାଣୀ, ଚକାପାଦ, ଖଜୁରିପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଗଠିତ ।  ଏଠାରେ ଭୋଟର ସଂଖ୍ୟା ୧ ଲକ୍ଷ ୯୬ ହଜାର l ୨୦୦୯ରେ ବିଜେଡିର ଦେବେନ୍ଦ୍ର କହଁର ୩୮ ହଜାର ୯୨ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପିର ଦେବ ନାରାୟଣ ପ୍ରଧାନଙ୍କୁ ୨୯ ହଜାର ୩୬୩ ଏବଂ କଂଗ୍ରେସର ଜଳନ୍ଧର କହଁରଙ୍କୁ ୨୩ ହଜାର ୬୬୯ ଭୋଟ ମିଳିଥିଲା l ୨୦୧୪ରେ ବିଜେଡିର ଦୁଗୁନି କହଁର ୫୮ ହଜାର ୨୭୩ ଭୋଟ ପାଇ ଜିତିଥିଲେ। ବିଜେପିର ଦେବ ନାରାୟଣ ପ୍ରଧାନଙ୍କୁ ୩୨ ହଜାର ୪୭୮ ଏବଂ କଂଗ୍ରେସର ସୁଦର୍ଶନ କହଁରଙ୍କୁ ୨୧ ହଜାର ୫୧୦ ଭୋଟ ମିଳିଥିଲା l ୨୦୧୯ରେ ବିଜେଡିର ଅଙ୍ଗଦ କହଁର ୬୫ ହଜାର ୫୬୪ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ବିଜେପିର ଦେବ ନାରାୟଣ ପ୍ରଧାନଙ୍କୁ ୪୧ ହଜାର ୧୪୮ ଓ କଂଗ୍ରେସର କିଶୋର କହଁରଙ୍କୁ ୨୩ ହଜାର ୩୧୭ ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ବିଜଡିରୁ ଜୟଶ୍ରୀ କହଁର, କଂଗ୍ରେସରୁ ପ୍ରତିଭା କହଁର ଏବଂ ବିଜେପିରୁ ଉମାଚରଣ ମଲ୍ଲିକଙ୍କୁ ଟିକେଟ ମିଳିଛି ।

୨୦୦୪,  ୨୦୦୯ , ୨୦୧୪ ଏବଂ ୨୦୧୯ରେ ଫୁଲବାଣୀରେ ବିଜେଡି ବାଜିମାତ୍ କରିଥିଲା।  ଏଥର ପୁଣି ଜିତିବା ଲକ୍ଷ୍ଯରେ ରହିଛି । ବିକାଶକୁ ମୁଦ୍ଦା କରିଛି ବିଜେଡି। ସେହିଭଳି ବିଜେପି କେନ୍ଦ୍ରର ଜନହିତକର କାର୍ଯ୍ୟକୁ ଆଗରେ ରଖି  ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଲକ୍ଷ୍ଯ ରଖିଛି। ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିଛି କଂଗ୍ରେସ।

The post ଫୁଲବାଣୀରେ କିଏ ମାରିବ ବାଜି? appeared first on .