ବେଦାନ୍ତ ଲାଞ୍ଜିଗଡ ଆନ୍ତର୍ଜାତୀୟ ଗୁଣବତା ସମ୍ମିଳନୀରେ ପାଞ୍ଚଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି

ଚୀନରେ ଆୟୋଜିତ ଗୁଣବତା ନିୟନ୍ତ୍ରଣ ସର୍କଲ ଉପରେ ୪୮ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ପୁରସ୍କାର ଦିଆଯାଇଛି ଲାଞ୍ଜିଗଡ, କଳାହାଣ୍ଡି ,... The post ବେଦାନ୍ତ ଲାଞ୍ଜିଗଡ ଆନ୍ତର୍ଜାତୀୟ ଗୁଣବତା ସମ୍ମିଳନୀରେ ପାଞ୍ଚଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି appeared first on Prabaha TV.

ବେଦାନ୍ତ ଲାଞ୍ଜିଗଡ ଆନ୍ତର୍ଜାତୀୟ ଗୁଣବତା ସମ୍ମିଳନୀରେ ପାଞ୍ଚଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି


ଚୀନରେ ଆୟୋଜିତ ଗୁଣବତା ନିୟନ୍ତ୍ରଣ ସର୍କଲ ଉପରେ ୪୮ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ପୁରସ୍କାର ଦିଆଯାଇଛି

ଲାଞ୍ଜିଗଡ, କଳାହାଣ୍ଡି , ଓଡ଼ିଶା, ୭ ଡିସେମ୍ବର ୨୦୨୩ : ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଚୀନର ବେଜିଂ ଠାରେ ଆସୋସିଏସନ ଅଫ କ୍ଲାଲିଟି ଦ୍ୱାରା ଆୟୋଜିତ ୪୮ତମ ଆନ୍ତର୍ଜାତୀୟ ଗୁଣବତା ସମ୍ମିଳନୀରେ ୫ଟି ସୋର୍ଣ୍ଣ ପୁରସ୍କାର ଲାଭ କରିଛି । ଆଲୁମିନିୟମ ବ୍ୟାପକ ପୁରସ୍କାର ଉପରେ ଗୁଣବତାକୁ ବଢାଇବା ଲାଗି ଓ ଷ୍ଟ୍ରିମ ଲାଇନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପରୁସ୍କାର ମିଳିଛି । କାର୍ଯ୍ୟକ୍ରମରେ ସଠିକତା ବଜାୟ ରକ୍ଷା ଓ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷତାକୁ ଆହୁରି ସୁଦୃଢ କରିବା ପାଇଁ କଂପାନିର ଉତ୍ସର୍ଗତାକୁ ଏହା ସୂଚୀତ କରେ ।

“ଗୁଣବତା ଅଲଂପିକ୍ସ’ ଭାବରେ ପରିଚିତ ଆଇସିକ୍ୟୁସିସି ବିବିଧ ଶିଳ୍ପରେ ବହୁ ସଂଖ୍ୟକ ଅଂଶଗ୍ରହଣକାରୀଙ୍କୁ କଭର କରେ ଓ ଏହା ସାରା ବିଶ୍ୱରେ ଗୁଣାତ୍ମକ ନିଶ୍ଚିତତା ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥାଏ । ଏହି ସମାରୋହରେ ଚୀନ, ଦକ୍ଷିଣକୋରିଆ, ସିଙ୍ଗାପୁର ଓ ଭାରତ ସମେତ ୧୫ଟି ଦେଶ ତଥା ଅଂଚଳର ପ୍ରାୟ ୯୦୦ ଗୁଣାତ୍ମକ ନିୟନ୍ତ୍ରଣ ଦଳ ଭାଗ ନେଇଥିଲେ। ଗୁଣାତ୍ମକ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବା ଲାଗି ବିଶିଷ୍ଟ ଶିଳ୍ପପତି, ସମ୍ମାନିତ ଅତିଥି ଓ ସରକାରୀ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ବେଦାନ୍ତ ଲାଞ୍ଜିଗଡ଼ର ଶିଳ୍ପ ସଂସ୍ଥାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ଲାଗି କଂପାନିର ପ୍ରତିବଦ୍ଧତା ଦ୍ୱାରା କାର୍ଯ୍ୟରେ ଉନ୍ନତି ଆସିଛି । ଉନ୍ନତ ପ୍ରକ୍ରିୟା ଦକ୍ଷତା ସହ ଏହା ଶକ୍ତି ସଂରକ୍ଷଣକୁ ଅଧିକ ସକ୍ଷମ କରୁଛି। ଆଗାମୀ ଦିନରେ ଆଲୁମିନିୟମର ସ୍ଥାୟୀ ଉତ୍ପାଦନ ପାଇଁ ଆବଶ୍ୟକୀୟ ଉଚ୍ଚଗୁଣମାନର ଆଲୁମିନା ଉତ୍ପାଦନ କରିବ, ଯାହା ଦେଶର ଆତ୍ମନିର୍ଭରଶୀଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଶ୍ରୀ ପଣବ କୁମାର ଭଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ– ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିବା ଆମ ଟିମର ଅଭିଜ୍ଞତା ଓ ଗୁଣବତା, ନବୀକରଣର ସଂସ୍କୃତି ପ୍ରତିପାଦନ କରିବା ଲାଗି ଅଦ୍ୟମ ପ୍ରତିବଦ୍ଧତା ଓ ନରନ୍ତର ଉନ୍ନତିର ପରିଚୟ ଦିଏ । ଆମ ଶିଳ୍ପରେ ଆମେ ବିଭିନ୍ନ ଉଚ୍ଚ ଗୁଣବତା ସଂପନ୍ନ ଜ୍ଞାନ କୌଶଳକୁ ବିକଶିତ କରିଛୁ । ବହୁ ବିଶେଷଜ୍ଞ ରହିଛନ୍ତି । ଆମର ଉତ୍ପାଦ, ପ୍ରକ୍ରିୟା, ଲୋକ ଶକ୍ତି ଓ ସେବା ସହିତ ପ୍ରତିଟି କ୍ଷେତ୍ରରେ ଉତ୍କର୍ଷତ।କୁ ଅନୁସରଣ କରି କାର୍ଯ୍ୟଧାରାକୁ ବଢାଇବା ଲାଗି ବେଦାନ୍ତ ଲାଂଜିଗଡ଼ ପ୍ରତିବଦ୍ଧ । ଗୁଣବତାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରି ଆମ ଉତ୍ପାଦର ଉତ୍କର୍ଷତାକୁ ଅଧିକ ବଢାଇବା ଲାଗି ଏହି ପୁରସ୍କାର ଆମକୁ ପ୍ରେରଣା ପ୍ରଦାନ କରିବ।

ଏହି ସଫଳତା ପୁରସ୍କାରର ଏକ ଭିନ୍ନ ଧାରାକୁ ଯୋଡିଥାଏ ଯାହା ବେଦାନ୍ତର ଲାଂଜିଗଡ଼ର ବ୍ୟବସାୟିକ ଉତ୍କର୍ଷତା କ୍ଷେତ୍ରରେ ଅଗ୍ରଗାମୀ ଉଦ୍ୟମ ପାଇଁ ବର୍ଷ ବର୍ଷ ଧରି ଲାଭ କରି ଆସୁଛି । କେତେକ ଉଲ୍ଲେଖନୀୟ ସ୍ୱୀକୃତିି ଗୁଡ଼ିକ ହେଲା-

 

  • ୫ଏସ ଉପରେ ୯ମ ଜାତୀୟ କନକ୍ଲେଭ: କର୍ମକ୍ଷେତ୍ରରେ ପରିବେଶ ବୃଦ୍ଧି ଓ ବର୍ଜ୍ୟବସ୍ତୁ ହ୍ରାସ ଲାଗି ନିରନ୍ତର ପ୍ରତିବଦ୍ଧତା ପାଇଁ ପାର ଉତ୍କର୍ଷ ପୁରସ୍କାର ।
  • କ୍ୱାଲିଟି ସର୍କଲ ଅଫ କନଭେନସନ ଅଧ୍ୟାୟ ୨୦୨୨: କୋରାପୁଟ, ରାଉରକେଲା ଓ ଭୁବନେଶ୍ୱର ଚ୍ୟାପଟରରେ ଅଂଶଗ୍ରହଣ କରି ୫ଟି ସ୍ୱର୍ଣ୍ଣ ଓ ୯ଟି ରୋପ୍ୟ ପୁରସ୍କାର ସହ କାଇଜେନ ପ୍ରକଳ୍ପ, କ୍ଷୁଦ୍ର ଗ୍ରୁପ କାର୍ଯ୍ୟକ୍ରମ ଓ କ୍ୱାଲିଟି ସର୍କଲ ଉପରେ ପୁରସ୍କୃତ ହୋଇଛି ।
  • ଆଇଏମସି ଆରବିଏନକ୍ୟୁ ଉତ୍କର୍ଷତା ପୁରସ୍କାର ୨୦୨୨: ଗୁଣବତା, କାର୍ଯ୍ୟଦକ୍ଷତା, ପରିବେଶ, ସମାଜିକ ଓ ପ୍ରଶାସନ ଏବଂ ଅପ୍ଟିମାଇଜେଶନ ଓ ଡିଜିଟାଇଜେଶନ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ ଲାଗି ଉତ୍ପାଦ ବର୍ଗରେ ପୁରସ୍କାର ଲାଭ ।
  • ଗୁଣବତା ସର୍କଲ ୨୦୨୩ର ୩୧ ତମ ଚ୍ୟାପଟର: ରାଉରକେଲା ଚ୍ୟାପଟରରେ ଗୁଣାତ୍ମକ ନିୟନ୍ତ୍ରଣ ଲାଗି ୨୩ଟି ସ୍ୱର୍ଣ୍ଣ ଓ ୫ଟି ରୋପ୍ୟ ପୁରସ୍କାରରେ ସମ୍ମାନିତ ।

The post ବେଦାନ୍ତ ଲାଞ୍ଜିଗଡ ଆନ୍ତର୍ଜାତୀୟ ଗୁଣବତା ସମ୍ମିଳନୀରେ ପାଞ୍ଚଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି appeared first on Prabaha TV.