ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ  ଡାବୁଗାଁ, ୨୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝି ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ... The post ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

ଡାବୁଗାଁ, ୨୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝି ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହି ସଭାରେ ବୋରିଗାଁ ପଞ୍ଚାୟତର ୭୦ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ବୋରିଗାଁ ସରପଞ୍ଚ ସୁକୃ ଭତରା, ପଞ୍ଚାୟତ ସଭାପତି ରଇନୁ ପୂଜାରୀ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

The post ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.