ମହଙ୍ଗା ପଡ଼ିଲା ଭାରତୀୟଙ୍କ ରଙ୍ଗକୁ ନେଇ ବୟାନ, କଂଗ୍ରେସରୁ ଦେଲେ ଇସ୍ତଫା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କୁ ମହଙ୍ଗା ପଡ଼ିଲା ବର୍ଣ୍ଣ ବୈଷମ୍ୟକୁ ନେଇ ଦେଇଥିବା ବୟାନ । କଂଗ୍ରେସରୁ ଦେବାକୁ ପଡିଲା ଇସ୍ତଫା । ନିର୍ବାଚନ ବେଳେ ସାମଙ୍କ ବିବାଦୀୟ ବୟାନ କଂଗ୍ରେସକୁ ଅଡୁଆରେ ପକାଇଥିବା ବେଳେ ବିଜେପି ଏହାକୁ ଅସ୍ତ୍ର କରିଥିଲା । ଗୋଟିଏ ଦିନରେ ହିଁ ବିଜେପି ଆକ୍ରମଣରେ ଘାଇଲା ହୋଇଯାଇଥିବା କଂଗ୍ରେସରୁ ଶେଷରେ ସାମ୍ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍‌ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି । […] The post ମହଙ୍ଗା ପଡ଼ିଲା ଭାରତୀୟଙ୍କ ରଙ୍ଗକୁ ନେଇ ବୟାନ, କଂଗ୍ରେସରୁ ଦେଲେ ଇସ୍ତଫା ସାମ୍ ପିଟ୍ରୋଡା appeared first on Odisha.News.

ମହଙ୍ଗା ପଡ଼ିଲା ଭାରତୀୟଙ୍କ ରଙ୍ଗକୁ ନେଇ ବୟାନ, କଂଗ୍ରେସରୁ ଦେଲେ ଇସ୍ତଫା ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କୁ ମହଙ୍ଗା ପଡ଼ିଲା ବର୍ଣ୍ଣ ବୈଷମ୍ୟକୁ ନେଇ ଦେଇଥିବା ବୟାନ । କଂଗ୍ରେସରୁ ଦେବାକୁ ପଡିଲା ଇସ୍ତଫା । ନିର୍ବାଚନ ବେଳେ ସାମଙ୍କ ବିବାଦୀୟ ବୟାନ କଂଗ୍ରେସକୁ ଅଡୁଆରେ ପକାଇଥିବା ବେଳେ ବିଜେପି ଏହାକୁ ଅସ୍ତ୍ର କରିଥିଲା । ଗୋଟିଏ ଦିନରେ ହିଁ ବିଜେପି ଆକ୍ରମଣରେ ଘାଇଲା ହୋଇଯାଇଥିବା କଂଗ୍ରେସରୁ ଶେଷରେ ସାମ୍ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍‌ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି । ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଖରୁ ଇସ୍ତଫାପତ୍ର ପଠାଇଥିଲେ। ଏହାକୁ କଂଗ୍ରେସ ସଭାପତି ଗ୍ରହଣ କରିଥିବା ଏକ୍ସରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଜୟରାମ ରମେଶ ।

ସୂଚନାଯୋଗ୍ୟ, ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ପଡ଼ିଥିଲା କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି ରାହୁଲ ଗାନ୍ଧିଙ୍କୁ ଘେରିଥିଲେ । ବିବାଦ ବଢ଼ୁଥିବାରୁ ସାମ ପିଟ୍ରୋଡା ଆଜି କଂଗ୍ରେସର ଇଣ୍ତିଆନ ଓଭରସିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ଦି ଷ୍ଟେଟମେନ୍‌କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ପୂର୍ବୋତ୍ତର ଲୋକମାନେ ଚାଇନିଜ୍, ପଶ୍ଚିମ ଭାରତର ଲୋକେ ଆରବ, ଉତ୍ତର ଭାରତରେ ଲୋକେ ଗୋରା ଓ ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ । ଏହାକୁ ନେଇ ଦିନ ତମାମ ବିବାଦ ଲଶଗି ରହିଥିଲା ।

The post ମହଙ୍ଗା ପଡ଼ିଲା ଭାରତୀୟଙ୍କ ରଙ୍ଗକୁ ନେଇ ବୟାନ, କଂଗ୍ରେସରୁ ଦେଲେ ଇସ୍ତଫା ସାମ୍ ପିଟ୍ରୋଡା appeared first on Odisha.News.