ମ୍ୟାଚ୍‌ ସମୟରେ ପ୍ଲେୟରଙ୍କୁ ଦିଆଯାଏ କେଉଁ ଡ୍ରିଙ୍କ୍‌ ? କଣ କଣ ରହିଥାଏ ଏଥିରେ…

ନୂଆଦିଲ୍ଲୀ ୦୮।୦୫: ଭାରତରେ କ୍ରିକେଟ୍ ପ୍ରେମୀଙ୍କର ଅଭାବ ନାହିଁ । ଦେଶର ଅଧିକାଂଶ ଲୋକ ଅନ୍ୟ ଖେଳ ଅପେକ୍ଷା କ୍ରିକେଟ୍କୁ କରନ୍ତି ଅଧିକ ପସନ୍ଦ । କେବଳ ଏତିକି ନୁହେଁ ଫ୍ୟାନ୍ସ କ୍ରିକେଟରଙ୍କ ବିଷୟରେ ଜାଣିବା ପାଇଁ ଖୁବ୍‌ ରହିଥାନ୍ତି ଉତ୍ସୁକ । କିନ୍ତୁ ଜାଣନ୍ତି କି କ୍ରିକେଟ୍ ମ୍ୟାଚ୍ ସମୟରେ କ୍ରିକେଟରମାନେ କ’ଣ ଖାଇଥାନ୍ତି ଏବଂ  ପିଇଥାନ୍ତି । କାରଣ ମ୍ୟାଚ୍ ସମୟରେ ପ୍ଲେୟରଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଖାଇବାକୁ ଦିଆଯାଇନଥାଏ । ମ୍ୟାଚ୍‌ ସମୟରେ କୌଣସି ବି ଦେଶର ଖେଳାଳୀ ହୁଅନ୍ତୁ ନା କାହିଁକି, ମ୍ୟାଚ୍‌ ଖେଳିବା ସମୟରେ ଏନର୍ଜି ଏବଂ ଫିଟନେସ୍‌ର ଅଧିକ ଆବଶ୍ୟକତା ରହିଥାଏ । ଭାରତୀୟ ଖେଳାଳିମାନେ ବହୁତ ଫିଟ୍ ବୋଲି କୁହାଯାଏ । କିନ୍ତୁ ଜାଣନ୍ତି କି ମ୍ୟାଚ୍ ସମୟରେ ଜଣେ ଖେଳାଳୀ କେଉଁ ଖାଦ୍ୟ ଖାଇଥାନ୍ତି ? ଖବର ଅନୁଯାୟୀ, ମ୍ୟାଚ୍ ସମୟରେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ଅଧିକ ମାତ୍ରାରେ ଖାଇବାର ଅନୁମତି ନଥାଏ । ସାଧାରଣତଃ ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଜଳଖିଆ ପାଇଁ ବ୍ରାଉନ୍ ବ୍ରେଡ୍‌, ପ୍ରୋଟିନ୍ ବାର୍ ଏବଂ କଦଳୀ ଖାଇଥାନ୍ତି । ମଧ୍ୟାହ୍ନ ଭୋଜନ ସମୟରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନରେ ଭରପୂର ଖାଦ୍ୟ ସାଧାରଣତଃ ଖାଇଥାନ୍ତି । ଯାହା ଦ୍ବାରା ସେଗୁଡିକ ସହଜରେ ହଜମ ହୋଇପାରିବ । ଏଥିଯୋଗୁଁ ଖେଳାଳୀ ପଡିଆରେ ଦୌଡିବାରେ ଏବଂ ଫିଟ୍‌ ରହିବାରେ ସାହାଯ୍ୟ ହୋଇଥାଏ । ଟେଷ୍ଟ ମ୍ୟାଚ୍ ସମୟରେ ଅଧିକାଂଶ ଖେଳାଳି ମଧ୍ୟାହ୍ନ ଭୋଜନ ପାଇଁ ସିଝା ଚିକେନ୍, ସାଲାଡ୍, ବ୍ରାଉନ୍ ରାଇସ୍‌, ପ୍ରୋଟିନ୍ ବାର୍ ଏବଂ ପନିପରିବା ଖାଇଥାନ୍ତି ।      ତେବେ ମ୍ୟାଚ୍ ସମୟରେ ନିଶ୍ଚୟ ନଜର କରିଥିବେ ଡ୍ରିଙ୍କ ବ୍ରେକ୍‌ରେ ଖେଳାଳୀମାନେ କିଛି ପିଇଥାନ୍ତି ।  କଣ ଏହି ପଦାର୍ଥ ? ଯାହାକୁ ଡ୍ରିଙ୍କ୍‌ବ୍ରେକ୍‌ରେ ପିଅନ୍ତି ପ୍ଲେୟର ? ଖବର ଅନୁଯାୟୀ ମ୍ୟାଚ୍ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସେମାନେ ପ୍ରାୟ ୩ ଲିଟର ପାଣି ପିଅନ୍ତି । ବ୍ରେକ୍‌ ସମୟରେ ଖେଳାଳିମାନେ ସ୍ପୋର୍ଟସ ଡ୍ରିଙ୍କ, ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍‌ ଏବଂ ନଡିଆ ପାଣି ପିଅନ୍ତି । ବାସ୍ତବରେ ଏହି ଡ୍ରିଙ୍କ୍‌ରେ ସୋଡିୟମ୍, ପୋଟାସିୟମ୍ ଏବଂ ସୁଗର୍‌ ମିଳିଥାଏ । ଏହାବ୍ୟତୀତ କେତେକ ଡ୍ରିଙ୍କ୍ରେ ପ୍ରୋଟିନ୍ ମଧ୍ୟ ରହିଥାଏ । ଯେଉଁଥିରୁ ଖେଳାଳୀଙ୍କୁ ମିଳିଥାଏ ଏନର୍ଜି ।   

ମ୍ୟାଚ୍‌ ସମୟରେ ପ୍ଲେୟରଙ୍କୁ ଦିଆଯାଏ କେଉଁ ଡ୍ରିଙ୍କ୍‌ ? କଣ କଣ ରହିଥାଏ ଏଥିରେ…

ନୂଆଦିଲ୍ଲୀ ୦୮।୦୫: ଭାରତରେ କ୍ରିକେଟ୍ ପ୍ରେମୀଙ୍କର ଅଭାବ ନାହିଁ । ଦେଶର ଅଧିକାଂଶ ଲୋକ ଅନ୍ୟ ଖେଳ ଅପେକ୍ଷା କ୍ରିକେଟ୍କୁ କରନ୍ତି ଅଧିକ ପସନ୍ଦ । କେବଳ ଏତିକି ନୁହେଁ ଫ୍ୟାନ୍ସ କ୍ରିକେଟରଙ୍କ ବିଷୟରେ ଜାଣିବା ପାଇଁ ଖୁବ୍‌ ରହିଥାନ୍ତି ଉତ୍ସୁକ । କିନ୍ତୁ ଜାଣନ୍ତି କି କ୍ରିକେଟ୍ ମ୍ୟାଚ୍ ସମୟରେ କ୍ରିକେଟରମାନେ କ’ଣ ଖାଇଥାନ୍ତି ଏବଂ  ପିଇଥାନ୍ତି । କାରଣ ମ୍ୟାଚ୍ ସମୟରେ ପ୍ଲେୟରଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଖାଇବାକୁ ଦିଆଯାଇନଥାଏ । 

ମ୍ୟାଚ୍‌ ସମୟରେ କୌଣସି ବି ଦେଶର ଖେଳାଳୀ ହୁଅନ୍ତୁ ନା କାହିଁକି, ମ୍ୟାଚ୍‌ ଖେଳିବା ସମୟରେ ଏନର୍ଜି ଏବଂ ଫିଟନେସ୍‌ର ଅଧିକ ଆବଶ୍ୟକତା ରହିଥାଏ । ଭାରତୀୟ ଖେଳାଳିମାନେ ବହୁତ ଫିଟ୍ ବୋଲି କୁହାଯାଏ । କିନ୍ତୁ ଜାଣନ୍ତି କି ମ୍ୟାଚ୍ ସମୟରେ ଜଣେ ଖେଳାଳୀ କେଉଁ ଖାଦ୍ୟ ଖାଇଥାନ୍ତି ? ଖବର ଅନୁଯାୟୀ, ମ୍ୟାଚ୍ ସମୟରେ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ଅଧିକ ମାତ୍ରାରେ ଖାଇବାର ଅନୁମତି ନଥାଏ । 

ସାଧାରଣତଃ ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଜଳଖିଆ ପାଇଁ ବ୍ରାଉନ୍ ବ୍ରେଡ୍‌, ପ୍ରୋଟିନ୍ ବାର୍ ଏବଂ କଦଳୀ ଖାଇଥାନ୍ତି । ମଧ୍ୟାହ୍ନ ଭୋଜନ ସମୟରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନରେ ଭରପୂର ଖାଦ୍ୟ ସାଧାରଣତଃ ଖାଇଥାନ୍ତି । ଯାହା ଦ୍ବାରା ସେଗୁଡିକ ସହଜରେ ହଜମ ହୋଇପାରିବ । ଏଥିଯୋଗୁଁ ଖେଳାଳୀ ପଡିଆରେ ଦୌଡିବାରେ ଏବଂ ଫିଟ୍‌ ରହିବାରେ ସାହାଯ୍ୟ ହୋଇଥାଏ । ଟେଷ୍ଟ ମ୍ୟାଚ୍ ସମୟରେ ଅଧିକାଂଶ ଖେଳାଳି ମଧ୍ୟାହ୍ନ ଭୋଜନ ପାଇଁ ସିଝା ଚିକେନ୍, ସାଲାଡ୍, ବ୍ରାଉନ୍ ରାଇସ୍‌, ପ୍ରୋଟିନ୍ ବାର୍ ଏବଂ ପନିପରିବା ଖାଇଥାନ୍ତି ।      

ତେବେ ମ୍ୟାଚ୍ ସମୟରେ ନିଶ୍ଚୟ ନଜର କରିଥିବେ ଡ୍ରିଙ୍କ ବ୍ରେକ୍‌ରେ ଖେଳାଳୀମାନେ କିଛି ପିଇଥାନ୍ତି ।  କଣ ଏହି ପଦାର୍ଥ ? ଯାହାକୁ ଡ୍ରିଙ୍କ୍‌ବ୍ରେକ୍‌ରେ ପିଅନ୍ତି ପ୍ଲେୟର ? ଖବର ଅନୁଯାୟୀ ମ୍ୟାଚ୍ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସେମାନେ ପ୍ରାୟ ୩ ଲିଟର ପାଣି ପିଅନ୍ତି । ବ୍ରେକ୍‌ ସମୟରେ ଖେଳାଳିମାନେ ସ୍ପୋର୍ଟସ ଡ୍ରିଙ୍କ, ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍‌ ଏବଂ ନଡିଆ ପାଣି ପିଅନ୍ତି । ବାସ୍ତବରେ ଏହି ଡ୍ରିଙ୍କ୍‌ରେ ସୋଡିୟମ୍, ପୋଟାସିୟମ୍ ଏବଂ ସୁଗର୍‌ ମିଳିଥାଏ । ଏହାବ୍ୟତୀତ କେତେକ ଡ୍ରିଙ୍କ୍ରେ ପ୍ରୋଟିନ୍ ମଧ୍ୟ ରହିଥାଏ । ଯେଉଁଥିରୁ ଖେଳାଳୀଙ୍କୁ ମିଳିଥାଏ ଏନର୍ଜି ।