ରାଜଧାନୀରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ଛୁଇଁଲା ପାରା

ଭୁବନେଶ୍ବର : ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ତାତି। ମରୁ ରାଜ୍ୟ ରାଜସ୍ଥାନକୁ ଅତିକ୍ରମ କରିଛି ଓଡ଼ିଶାରେ ତାପମାତ୍ରା। ଗତକାଲି ବଣଜଙ୍ଗଲ ଘେରା ଅଞ୍ଚଳ ବାରିପଦା ୪୪.୬ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଓ ରାଜ୍ୟର ସବୁଠୁ ତତଲା ସହରର ମାନ୍ୟତା ପାଇଥିବା ବେଳେ ଓଡ଼ିଶାର ୩୦ ସହରରର ତାପମାତ୍ରା ୪୦ ଡିଗ୍ରୀ ବା ତହିଁରୁ ଉପରେ ରହିଥିଲା। ତେବେ ଆଜି ମଧ୍ୟ ସମାନ ସ୍ଥିତି ରହିଛି।  ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ […]

ରାଜଧାନୀରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ଛୁଇଁଲା ପାରା
This year's highest temperature record in the capital city bbsr

ଭୁବନେଶ୍ବର : ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ତାତି। ମରୁ ରାଜ୍ୟ ରାଜସ୍ଥାନକୁ ଅତିକ୍ରମ କରିଛି ଓଡ଼ିଶାରେ ତାପମାତ୍ରା। ଗତକାଲି ବଣଜଙ୍ଗଲ ଘେରା ଅଞ୍ଚଳ ବାରିପଦା ୪୪.୬ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ଓ ରାଜ୍ୟର ସବୁଠୁ ତତଲା ସହରର ମାନ୍ୟତା ପାଇଥିବା ବେଳେ ଓଡ଼ିଶାର ୩୦ ସହରରର ତାପମାତ୍ରା ୪୦ ଡିଗ୍ରୀ ବା ତହିଁରୁ ଉପରେ ରହିଥିଲା। ତେବେ ଆଜି ମଧ୍ୟ ସମାନ ସ୍ଥିତି ରହିଛି।  ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।


ସେହିପରି ଆଜି ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପଟେ ପାଣିପାଗ କେନ୍ଦ୍ର କହିଛି ଯେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପୁଣି ଗୋଟିଏ ପର୍ଯ୍ୟାୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବଢ଼଼ି ଚଳିତ ମାସ ଶେଷ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ ବୋଲି ଆକଳନ କରାଯାଉଛି।