ରୁପା ଛାଉଣି ହେବ ଶ୍ରୀମନ୍ଦିରର ଆଉ ୩ ଦ୍ବାର: ବର୍ମା ଶାଗୁଆନରେ ନିର୍ମିତ ହେବ

ପୁରୀ: ରୁପା ଛାଉଣି ହେବ ଶ୍ରୀମନ୍ଦିରର ହସ୍ତୀ(ପଶ୍ଚିମ), ବ୍ୟାଘ୍ର(ଉତ୍ତର) ଓ ଅଶ୍ବ(ଦକ୍ଷିଣ) ଦ୍ବାର। ସିଂହଦ୍ବାର ଭଳି ତିନି ଦ୍ବାରରେ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଲାଗିବ। ରଥଯାତ୍ରା ପୂର୍ବରୁ ରୁପାରେ ଝଲସିବ ତିନି ଦ୍ବାର। ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରାଯିବ। ରିଲାଏନ୍ସ ଏ ବାବଦ କାଠ ଓ ରୁପା ଦାନରେ ଦେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ସିଂହଦ୍ବାରରେ ପ୍ରାୟ ୫ଶହ କେଜି ରୁପା ଲାଗିଥିଲା। ସେହିଭଳି ଉତ୍ତର, ଦକ୍ଷିଣ […]

ରୁପା ଛାଉଣି ହେବ ଶ୍ରୀମନ୍ଦିରର ଆଉ ୩ ଦ୍ବାର: ବର୍ମା ଶାଗୁଆନରେ ନିର୍ମିତ ହେବ

ପୁରୀ: ରୁପା ଛାଉଣି ହେବ ଶ୍ରୀମନ୍ଦିରର ହସ୍ତୀ(ପଶ୍ଚିମ), ବ୍ୟାଘ୍ର(ଉତ୍ତର) ଓ ଅଶ୍ବ(ଦକ୍ଷିଣ) ଦ୍ବାର। ସିଂହଦ୍ବାର ଭଳି ତିନି ଦ୍ବାରରେ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଲାଗିବ। ରଥଯାତ୍ରା ପୂର୍ବରୁ ରୁପାରେ ଝଲସିବ ତିନି ଦ୍ବାର। ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରାଯିବ। ରିଲାଏନ୍ସ ଏ ବାବଦ କାଠ ଓ ରୁପା ଦାନରେ ଦେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ସିଂହଦ୍ବାରରେ ପ୍ରାୟ ୫ଶହ କେଜି ରୁପା ଲାଗିଥିଲା। ସେହିଭଳି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ବାରରେ ୫ଶହ କେଜି ଲେଖାଏଁ, ପ୍ରାୟ ୧୫ ଶହ କେଜି ରୁପା ଲାଗିବ। ରିଲାଏନ୍ସ କମ୍ପାନି ଏହି କାଠ ଓ ରୁପା ଦାନସୂତ୍ରରେ ଦେବ।

କଂପାନି ତରଫରୁ ସ୍ବତନ୍ତ୍ର କାରିଗର ବି ଆସି ଏହି ନିର୍ମାଣ କାର୍ଯ୍ୟ କରିବେ। କେବଳ ରୁପା ଉପରେ କେଉଁ କାରୁକାର୍ଯ୍ୟ ରହିବ, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ। ରଥଯାତ୍ରା ପୂର୍ବରୁ ଏହି କାମ ସରିବ। ଏ ନେଇ ଆଜି ପ୍ରାଥମିକ ବୈଠକ ଶୀଘ୍ର ବସିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୨ ମସିହା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାର ନୂ୍ଆ ବର୍ମା ଟିକ୍‌ରେ ନିର୍ମାଣ କରାଯିବା ସହ ଏଥିରେ ରୁପା ଚାଦର ଆଚ୍ଛାଦିତ ହୋଇଥିଲା। ଏ ବାବଦରେ ପ୍ରାୟ ୨୩୫୦ କେଜି ରୁପା ଲାଗିଥିଲା। ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାର ରୁପା ଆଚ୍ଛାଦିତ କରାଯାଇଥିଲା। ଏଥିରେ ପ୍ରାୟ ୫ଶହ କେଜି ରୁପା ଲାଗିଥିଲା।