ସାକ୍ଷୀଗୋପାଳ ରେ ପାଳନ ହେଲା ଶ୍ରୀରାମ ଜନ୍ମ ମହୋତ୍ସବ -ଉଡନ୍ତା ହନୁମାନ ଙ୍କ ନୃତ୍ୟର ମଜା ଉଠାଇଲେ ଦର୍ଶକ

ସାକ୍ଷୀଗୋପାଳ: ତା ୧୭.୪.୨୪ – (ଶାଶ୍ଵତ ଟିଭି) – ସାକ୍ଷୀଗୋପାଳରେ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି ଶ୍ରୀରାମ ଜନ୍ମ ମହୋତ୍ସବ ୨୦୨୪। ସାକ୍ଷୀଗୋପାଳ ମନ୍ଦିର ନିକଟରେ  ଥିବା ରାମ ମନ୍ଦିରରେ ରାମଜନ୍ମତ୍ସବ ପାଳନ ଅବସରରେ ଶ୍ରୀରାମ, ଲକ୍ଷ୍ମଣ ଏବଂ ମା ସୀତାଙ୍କୁ ରାଜ ବେଶ କରଯାଇଥିଲା। ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା ଯେଉଁଥିରେ ନାମ ସଂକୀର୍ତ୍ତନ ,  ସହିତ ରାମ ଲକ୍ଷ୍ମଣ ସୀତା, ହନୁମାନଙ୍କ ବେଶଧାରୀ କଳାକାର ମାନଙ୍କ ସହିତ କୁନି କୁନି ପିଲା […]

ସାକ୍ଷୀଗୋପାଳ ରେ ପାଳନ ହେଲା ଶ୍ରୀରାମ ଜନ୍ମ ମହୋତ୍ସବ -ଉଡନ୍ତା ହନୁମାନ ଙ୍କ ନୃତ୍ୟର ମଜା ଉଠାଇଲେ ଦର୍ଶକ


ସାକ୍ଷୀଗୋପାଳ: ତା ୧୭.୪.୨୪ – (ଶାଶ୍ଵତ ଟିଭି) – ସାକ୍ଷୀଗୋପାଳରେ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି ଶ୍ରୀରାମ ଜନ୍ମ ମହୋତ୍ସବ ୨୦୨୪। ସାକ୍ଷୀଗୋପାଳ ମନ୍ଦିର ନିକଟରେ  ଥିବା ରାମ ମନ୍ଦିରରେ ରାମଜନ୍ମତ୍ସବ ପାଳନ ଅବସରରେ ଶ୍ରୀରାମ, ଲକ୍ଷ୍ମଣ ଏବଂ ମା ସୀତାଙ୍କୁ ରାଜ ବେଶ କରଯାଇଥିଲା। ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା ଯେଉଁଥିରେ ନାମ ସଂକୀର୍ତ୍ତନ ,  ସହିତ ରାମ ଲକ୍ଷ୍ମଣ ସୀତା, ହନୁମାନଙ୍କ ବେଶଧାରୀ କଳାକାର ମାନଙ୍କ ସହିତ କୁନି କୁନି ପିଲା ମାନେ ବିଭିନ୍ନ ପ୍ରକାର ବେଶରେ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥିଲେ । ମନ୍ଦିର ସମ୍ମୁଖରେ ହୋଇଥିବା ସାଂସ୍କୃତିକ ମଞ୍ଚରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ଏବଂ ସମ୍ମାନୀତ ଅତିଥି ଭାବରେ ଦିବାକର ମହାପାତ୍ର, ପ୍ରଫୁଲ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ପରେ ପରେ ପୂଜାପଣ୍ଡା ବିଶ୍ଵନାଥ ମହାପାତ୍ର, କାହ୍ନା ପୁଷ୍ପାଳକ ମଞ୍ଚରେ ସାମିଲ୍ ହୋଇ ପ୍ରଭୁ ରାମଚନ୍ଦ୍ର ଙ୍କ ଆଳତୀ କରିଥିଲେ। ସଭାରେ ସତ୍ୟବାଦୀ ଅଞ୍ଚଳ ରେ କଳାକୁ ପ୍ରସାର କରିଥିବା ଶ୍ରୀ ଗୋପାଳ ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ମା ମଙ୍ଗଳା ତାରିଣୀ ରାମ ନାଟ୍ୟ ଅନୁଷ୍ଠାନ କୁ ସମ୍ମାନୀତ କରାଯାଇଥିଲା।

ଉତ୍ସବର ଆକର୍ଷଣ ସାଜିଥିଲା ସତ୍ୟବାଦୀ ସ୍କଲାର୍ଷ ଗୁରୁକୁଳ ର ଛାତ୍ର ଛାତ୍ରୀ ଙ୍କ ନୃତ୍ୟ। ପରେ ପରେ ସଙ୍ଗୀତ ମୂର୍ଚ୍ଛନା ସାଂସ୍କୃତିକ ଅନୁଷ୍ଠାନର ଭଜନ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା,ଏହି ଅବସରରେ ବିଜେପି ପୁରୀ ସାଂସଦ ପ୍ରାର୍ଥୀ ଡ଼. ସମ୍ବିତ ପାତ୍ର ସିଂହଦ୍ୱାର ସମ୍ମୁଖରେ ହେଉଥିବା ଭଜନ କାର୍ଯ୍ୟକ୍ରମ ରେ ଗୀତ ଗାଈ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ।

ସନ୍ଧ୍ୟାରେ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ପ୍ରାସାଦ ସେବନ କାର୍ଯ୍ୟକ୍ରମରେ, ଦୁଇ ହଜାରରୁ ଉର୍ଦ୍ଧ୍ଵ ଭକ୍ତ, ପ୍ରସାଦ ସେବନ କରିଥିଲେ।
ଶେଷରେ ପରିବେଷଣ ହୋଇଥଲା ରାମଲୀଳା। କଳାକାରଙ୍କ ନିଛକ ଅଭିନୟ ଏବଂ ଉଡନ୍ତା ହନୁମାନ ଙ୍କ ନୃତ୍ୟକୁ ଦର୍ଶକ ମାନେ ଭରପୁର ଉପଭୋଗ କରିଥିଲେ।