ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ..

ସମ୍ବଲପୁର:ଗତ କିଛି ଦିନ ଧରି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଘେରୁଛନ୍ତି । ରାଜ୍ୟ ରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ୨୪ ବର୍ଷିଆ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏଥିରେ ବ୍ୟତିବ୍ରସ୍ତ ହୋଇ ବିଜେଡି ଦଳ ପ୍ରାୟ ଡ଼.ରଥ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛି । ଗତଦୁଇ ଦିନ ତଳେ ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତି ବରିଷ୍ଠ ଆଇନଜିବୀ ତଥା […] The post ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ.. appeared first on Odisha.News.

ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ..

ସମ୍ବଲପୁର:ଗତ କିଛି ଦିନ ଧରି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଘେରୁଛନ୍ତି । ରାଜ୍ୟ ରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ୨୪ ବର୍ଷିଆ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏଥିରେ ବ୍ୟତିବ୍ରସ୍ତ ହୋଇ ବିଜେଡି ଦଳ ପ୍ରାୟ ଡ଼.ରଥ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛି । ଗତଦୁଇ ଦିନ ତଳେ ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତି ବରିଷ୍ଠ ଆଇନଜିବୀ ତଥା ସମ୍ବଲପୁର ଓକିଲ ସଂଘର ର ପୂର୍ବତନ ସଭାପତି ଡ଼.ରଥ ଙ୍କୁ ହାଇ କୋର୍ଟ ଆନ୍ଦୋଳନ ରୁ ପଳାୟନପନ୍ଥି ବୋଲି କଟାକ୍ଷ୍ୟ କରିଛନ୍ତି । ଡ଼. ଲେନିନ କହିଥିଲେ ଯେ ୨୦୨୨ ଡିସେମ୍ବର ୧୨ ଘଟଣା ପରେ ଡ଼.ରଥ ସମ୍ବଲପୁର ଛାଡି ରାଜ୍ୟ ବାହାରକୁ ପଳେଇଥିଲେ ।
ଏହାକୁ ନେଇ ଆଜ ଡ଼.ରଥ ଲେଲିନ ଙ୍କ ଉପରେ ବର୍ଷିଛନ୍ତି । ଡ଼.ରଥ କହିଛନ୍ତି ଯେ…
ମୁଁ, ପଳାୟନପନ୍ଥି ନୁହେଁ, ମୁଁ ହାଇ କୋର୍ଟ ଆନ୍ଦୋଳନ ସହିତ ଜଡ଼ିତ ଥିଲି ଓ ଅଛି । ଆନ୍ଦୋଳନ ର ସବୁସ୍ତରରେ ମୁଁ ନେତୃତ୍ୱ ନେଇଛି କିମ୍ବା ନେତୃତ୍ୱ ଙ୍କ ସହିତ ପଦ କୁ ପଦ ମିଶେଇ ଆନ୍ଦୋଳନ କରିଛି । ଡିସେମ୍ବର ୧୨ ତାରିଖ ଦିନ ଘଟଣା ସମୟରେ ମୁଁ କଚେରୀ ଛକ ରେ ଥିଲି ଓ ଘଟଣା ଘଟିଲା ପରେ ମଧ୍ୟ ସମ୍ବଲପୁର ରେ ଥିଲି । ଦୈନିକ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ରେ ସରକାର ଙ୍କ ପଦକ୍ଷେପ କୁ ନେଇ ବାଇଟ ଓ ସିଧା ପ୍ରସାରଣ ତର୍କ ବିତର୍କ ମାଧ୍ୟମରେ ନିୟମିତ ଭାବେ ଟୀକା ଟିପ୍ପଣୀ କରିଥିଲି । ମୁଁ ତ ସମ୍ବଲପୁର ରେ ସାମାଜିକ ଜୀବନ ରେ ଥିଲି କିନ୍ତୁ, ସେଇ ଘଟଣା ପରେ ବିଜେଡି ନେତା ମନ୍ତ୍ରୀ କୁଆଡେ ଉଭାନ ହୋଇ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।
ଡ଼.ରଥ ଆଜିର ସାମ୍ବାଦିକ ସମ୍ମିଳନୀ ର ପ୍ରସଙ୍ଗ ରାଜ୍ୟ ଓ ସମ୍ବଲପୁର ର ସ୍ୱାସ୍ଥ୍ୟ ବିଭାଗ ର ସମସ୍ୟା ବିଷୟ ରେ ଉଲ୍ଲେଖ କରିବା ସମୟ ରେ କହିଥିଲେ ଯେ…
ରାଜ୍ୟବାସୀ ଙ୍କ ମୌଳିକ ସମସ୍ୟା ର ମୂଳ ପ୍ରଶ୍ନ ର ତଥ୍ୟଭିତ୍ତିକ ଉତ୍ତର ନଦେଇ ତଥ୍ୟବିହୀନ ଆରୋପ କରି ସାଧାରଣ ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ଲେନିନ ବାବୁ । ରାଜ୍ୟ ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଖୋଦ ଆଇ.ସି.ୟୁ ରେ ଭର୍ତ୍ତି ହେବା ଅବସ୍ଥା ରେ ଅଛି । ନାହିଁ ନାହିଁ ରେ ଚାଲିଛି ରାଜ୍ୟ ର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା । ରାଜ୍ୟ ସରକାର ଙ୍କର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ର ପ୍ରକୃତ ବିକାଶ ବିଜ୍ଞାପନ ରେ ଓ ସଭାସମିତି ରେ ସମିତି ରହିଛି । ସମଗ୍ର ରାଜ୍ୟ ରେ ସ୍ୱାସ୍ଥ୍ୟ ସେବା ତୃଣମୂଳ ର ବ୍ୟବସ୍ଥା ବିଜ୍ଞାପନ ର ଠିକ ଓଲଟା । ଯଦି ଆମେ ଉଡାହାରଣ ରେ ସମ୍ବଲପୁର ଜିଲ୍ଲା କୁ ନେବା ତ ରାଜ୍ୟ ର ସ୍ଥିତି ସ୍ପଷ୍ଟ ହୋଇଯିବ ।
ସରକାରୀ ତଥ୍ୟ କୁ ଦେଖିଲେ ସମ୍ବଲପୁର ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥା ବିକାଶ ଆଡକୁ ନା ବିନାଶ ଆଡକୁ ଯାଉଛି ତାର ସ୍ପଷ୍ଟ ଜଣାପଡୁଛି । ଜିଲ୍ଲାରେ ୪୦.୭% ଶିଶୁ ଙ୍କର ଉଚ୍ଚତା ଓ ୨୫.୫% ଶିଶୁ ଙ୍କର ଓଜନ ବୟସ ତୁଳନା ରେ କମ । ଉଚ୍ଚତା ଅନୁସାରେ ଅତ୍ୟନ୍ତ କମ ଓଜନ ର ଶିଶୁ ଙ୍କ ହାର ୭.୬% ଓ ଜନ୍ମ ବେଳେ କମ ଓଜନ ଶିଶୁ ଙ୍କ ସଂଖ୍ୟା ୩୬.୩% ରହିଛି । ୬୪.୫% ଶିଶୁ ଓ ୬୬.୭% ମହିଳା ରକ୍ତହୀନତା ର ଶିକାର ଅଛନ୍ତି । ଜିଲ୍ଲା ରେ ୫୪.୨୪% ସ୍ୱୀକୃତ ଡାକ୍ତର ପଦବୀ ଖାଲି ପଡିଛି । ମୋଟ ୩୧୦ ଡାକ୍ତର ପଦବୀ ରୁ ୧୭୯ ଟି ଡାକ୍ତର ପଦବୀ ଖାଲି ପଡିଛି । ଜିଲ୍ଲା ରେ ୫୨%ନର୍ସ ପଦବୀ ଖାଲି ପଡିଛି ଅର୍ଥାତ ୫୬୫ ସ୍ୱୀକୃତ ନର୍ସ ପଦବୀ ରୁ ୨୯୪ଟି ପଦବୀ ଖାଲି ପଡିଛି । ବୁର୍ଲା ମେଡିକାଲ କଲେଜ ରେ ୫୫% ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିଅର ରେସିଡେଣ୍ଟ ଆଦି ଶିକ୍ଷକ ପଦବୀ ଖାଲି ପଡିଛି । ମୋଟ ସ୍ୱୀକୃତ ୫୧୩ ପଦବୀ ରୁ ୨୮୦ଟି ପଦବୀ ଖାଲି ପଡିଛି । ଅଣଶିକ୍ଷକ ପଦବୀ ରେ ବୁର୍ଲା ମେଡିକାଲ କଲେଜ ରେ ୩୩% ପଦବୀ ଖାଲି ପଡି ମୋଟ ୧୭୫୪ ସ୍ୱୀକୃତ ପଦବୀ ମଧ୍ୟ ରୁ ୫୮୨ ପଦବୀ ଖାଲି ରହିଛି । ଭୀମସାର କୁ ସ୍ୱୟଂଶାସିତ ଘୋଷଣା ର ୨୫ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ଦିଆ ଯାଇ ନାହିଁ । ଏଥିରୁ ରାଜ୍ୟ ସରକାର ଙ୍କର ପଶ୍ଚିମାଞ୍ଚଳ ପ୍ରତି ରହିଥିବା ବୈମାତୃକ ମନୋଭାବ କୁ ପ୍ରମାଣିତ କରୁଛି ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ସହଯୋଗ କରିଥିଲେ ।

The post ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ.. appeared first on Odisha.News.