IPL ମ୍ୟାଚ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି, ୩ ଜଣ ଅଟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୪ ସିଜିନରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଖେଳା ଯାଇଛି। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ବେଳେ ଏହି ଦିନ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି। ହେଲେ ଦିଲ୍ଲୀରେ ଖେଳା ଯାଇଥିବା ମ୍ୟାଚ୍ ବେଳେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦର୍ଶକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ସେମାନେ ସ୍ଵତନ୍ତ୍ର ଟି ସାର୍ଟ ପିନ୍ଧିଥିଲେ, ଯେଉଁଥିରେ କେଜରିଓ୍ଵାଲଙ୍କ ସମର୍ଥନରେ କିଛି ସ୍ଲୋଗାନ ମଧ୍ୟ ଲେଖା ହୋଇଥିଲା।Also read: ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍ମ୍ୟାଚ୍ ବେଳେ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ସେମାନଙ୍କ ଟି-ସାର୍ଟରେ ଲେଖା ହୋଇଥିଲା ‘ଜେଲର ଜବାବ ଭୋଟରେ’। ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ତୁରନ୍ତ ଦିଲ୍ଲୀ ପୋଲିସ ଉକ୍ତ ଦର୍ଶକମାନଙ୍କୁ ବୁଝାଇଥିଲେ। ଏହା ପରେ ଅଧିକାଂଶ ଲୋକ ଫେରି ଯାଇଥିଲେ ହେଁ ଦିଲ୍ଲୀ ପୋଲିସକୁ ୩ ଜଣଙ୍କୁ ଅଟକ ରଖିବାକୁ ପଡ଼ିଛି।ଦିଲ୍ଲୀ ପୋଲିସ ଲୋକଙ୍କୁ ବୁଝାଇଥିଲେ ଯେ, ଆପଣମାନେ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସିଛନ୍ତି। ଏହି ଧରଣର ବ୍ୟବହାର କରନ୍ତୁ ନାହିଁ କି ଆଗକୁ ମଧ୍ୟ ଏମିତି କରନ୍ତୁ ନାହିଁ। ପୋଲିସ ତିନି  ଜଣଙ୍କୁ ପଚରା ଉଚୁରା କରିବା ପରେ ଆବଶ୍ୟକୀୟ  ପଦକ୍ଷେପ ଗ୍ରହଣ କରିବ। ତେବେ କାହା ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।ସେଣ୍ଟ୍ରାଲ ଦିଲ୍ଲୀ ଡିସିପି କହିଛନ୍ତି, ଷ୍ଟାଡିୟମର ପ୍ରତିଟି କୋଣରେ ଆମର ଯବାନ ମୁତୟନ ଅଛନ୍ତି। ଆମେ ସାର୍ବଜନୀନ ଭାବେ ଉପଦ୍ରବ କରିଥିବା ଅଭିଯୋଗରେ କିଛି ଲୋକଙ୍କୁ  ଅଟକ ରଖିଛୁ। କିଛି ଆଇନଗତ ପ୍ରକ୍ରିୟା ପରେ ଆମେ ସେମାନଙ୍କୁ ଛାଡ଼ିଦେବୁ। ଆମେ ସମସ୍ତ ଦର୍ଶକଙ୍କୁ ଏହା ବୁଝାଉଛୁ ଯେ, ଆପଣମାନେ ମ୍ୟାଚର ମଜା ଉଠାନ୍ତୁ। ଏହିପରି କୌଣସି ପ୍ରକାରର ଗତିବିଧି କରନ୍ତୁ ନାହିଁ କି ଏଥିରେ ସାମିଲ ହୁଅନ୍ତୁ ନାହିଁ।    

IPL ମ୍ୟାଚ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି, ୩ ଜଣ ଅଟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୪ ସିଜିନରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଖେଳା ଯାଇଛି। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ବେଳେ ଏହି ଦିନ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି। ହେଲେ ଦିଲ୍ଲୀରେ ଖେଳା ଯାଇଥିବା ମ୍ୟାଚ୍ ବେଳେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ଦର୍ଶକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ସେମାନେ ସ୍ଵତନ୍ତ୍ର ଟି ସାର୍ଟ ପିନ୍ଧିଥିଲେ, ଯେଉଁଥିରେ କେଜରିଓ୍ଵାଲଙ୍କ ସମର୍ଥନରେ କିଛି ସ୍ଲୋଗାନ ମଧ୍ୟ ଲେଖା ହୋଇଥିଲା।

Also read: ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍

ମ୍ୟାଚ୍ ବେଳେ କେଜରିଓ୍ଵାଲଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ସେମାନଙ୍କ ଟି-ସାର୍ଟରେ ଲେଖା ହୋଇଥିଲା ‘ଜେଲର ଜବାବ ଭୋଟରେ’। ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ତୁରନ୍ତ ଦିଲ୍ଲୀ ପୋଲିସ ଉକ୍ତ ଦର୍ଶକମାନଙ୍କୁ ବୁଝାଇଥିଲେ। ଏହା ପରେ ଅଧିକାଂଶ ଲୋକ ଫେରି ଯାଇଥିଲେ ହେଁ ଦିଲ୍ଲୀ ପୋଲିସକୁ ୩ ଜଣଙ୍କୁ ଅଟକ ରଖିବାକୁ ପଡ଼ିଛି।

ଦିଲ୍ଲୀ ପୋଲିସ ଲୋକଙ୍କୁ ବୁଝାଇଥିଲେ ଯେ, ଆପଣମାନେ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସିଛନ୍ତି। ଏହି ଧରଣର ବ୍ୟବହାର କରନ୍ତୁ ନାହିଁ କି ଆଗକୁ ମଧ୍ୟ ଏମିତି କରନ୍ତୁ ନାହିଁ। ପୋଲିସ ତିନି  ଜଣଙ୍କୁ ପଚରା ଉଚୁରା କରିବା ପରେ ଆବଶ୍ୟକୀୟ  ପଦକ୍ଷେପ ଗ୍ରହଣ କରିବ। ତେବେ କାହା ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।

ସେଣ୍ଟ୍ରାଲ ଦିଲ୍ଲୀ ଡିସିପି କହିଛନ୍ତି, ଷ୍ଟାଡିୟମର ପ୍ରତିଟି କୋଣରେ ଆମର ଯବାନ ମୁତୟନ ଅଛନ୍ତି। ଆମେ ସାର୍ବଜନୀନ ଭାବେ ଉପଦ୍ରବ କରିଥିବା ଅଭିଯୋଗରେ କିଛି ଲୋକଙ୍କୁ  ଅଟକ ରଖିଛୁ। କିଛି ଆଇନଗତ ପ୍ରକ୍ରିୟା ପରେ ଆମେ ସେମାନଙ୍କୁ ଛାଡ଼ିଦେବୁ। ଆମେ ସମସ୍ତ ଦର୍ଶକଙ୍କୁ ଏହା ବୁଝାଉଛୁ ଯେ, ଆପଣମାନେ ମ୍ୟାଚର ମଜା ଉଠାନ୍ତୁ। ଏହିପରି କୌଣସି ପ୍ରକାରର ଗତିବିଧି କରନ୍ତୁ ନାହିଁ କି ଏଥିରେ ସାମିଲ ହୁଅନ୍ତୁ ନାହିଁ।