DAV ସ୍କୁଲରେ ଜମୁଛି ସମର କ୍ୟାମ୍ପ: ନାଚ, ଗୀତ ସହ ଟେରାକୋଟାର ମଜ୍ଜା ନେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର ୦୮/୦୫: ପ୍ରତି ସ୍କୁଲରେ ଏବେ ଗ୍ରୀଷ୍ମ ଅବସରକାଳୀନ ଛୁଟି । ଏହି ସମୟ ମଧ୍ୟରେ ପିଲାଙ୍କ ମନୋରଞ୍ଜନ ପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଉଛି ସମର କ୍ୟାମ୍ପ । ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋତଲୋଚନକୁ ଆଣିବାକୁ ଏମିତି କରାଯାଏ । ଆଜିକାଲି ଏହା ପ୍ରତି ବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳୁଛି । ଭୁବନେଶ୍ୱର ପୋଖରୀପୁଟ ଡିଏଭି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଛି ସମର କ୍ୟାମ୍ପ । ଫନ୍, ଫ୍ରୋଲିକ୍ ଏବଂ ଖେଳ ମାଧ୍ୟମରେ ଶିକ୍ଷଣ କ୍ଷେତ୍ର ପାଲଟିଛି ଏହି କ୍ୟାମ୍ପ । ପାଠ ବ୍ୟତୀତ ଏଠାକାର ପିଲାମାନେ ନାଚ, ଗୀତ, ଖେଳ କୁଦ ସହ କଳା ଏବଂ ହସ୍ତଶିଳ୍ପ, କମ୍ପ୍ୟୁଟର ଇନୋଭେସନ୍ ଭଳି ଶିକ୍ଷା ଦିଆଯାଉଛି ଏହି କ୍ୟାମ୍ପରେ ।  ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଏହି କ୍ୟାମ୍ପରେ ଭାଗ ନେଇଛନ୍ତି । ମେ ୬ ରୁ ଆରମ୍ଭ ହୋଇଥିବା ଏହି ଶିବିର ମେ ୧୧ ପର୍ଯ୍ୟନ୍ତ ଚାଲିବ । ପିଲାଙ୍କ ସୁବିଧାକୁ ଦେଖି କ୍ଲାସଗୁଡ଼ିକ ସମୟ ସକାଳ ସାଢେ ୬ରୁ ୯ଟା ଯାଏଁ ଚାଲିବ । ପିଲାମାନେ ବି ଏହି ଶିବିରରେ ସାମିଲ ହୋଇ ବିଭିନ୍ନ ପ୍ରକାରର ଯେମିତିକି ଆର୍ଟ ଆଣ୍ଡ କ୍ରାଫ୍ଟ ସହ ହସ୍ତଶିଳ୍ପ କୌଶଲ ବି ଶିଖୁଛନ୍ତି । ଏହା ବାଦ୍ ପିଲାଙ୍କ ପାଇଁ “ବ୍ୟାଡମିଣ୍ଟନ, ହକି, କ୍ରିକେଟ୍ ଏବଂ ବାସ୍କେଟବଲ ଭଳି ଅନେକ କ୍ରୀଡାର ଶିକ୍ଷା ପ୍ରଦାନ କରାଯାଉଛି । 

DAV ସ୍କୁଲରେ ଜମୁଛି ସମର କ୍ୟାମ୍ପ: ନାଚ, ଗୀତ ସହ ଟେରାକୋଟାର ମଜ୍ଜା ନେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର ୦୮/୦୫: ପ୍ରତି ସ୍କୁଲରେ ଏବେ ଗ୍ରୀଷ୍ମ ଅବସରକାଳୀନ ଛୁଟି । ଏହି ସମୟ ମଧ୍ୟରେ ପିଲାଙ୍କ ମନୋରଞ୍ଜନ ପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଉଛି ସମର କ୍ୟାମ୍ପ । ଛାତ୍ରଛାତ୍ରୀଙ୍କ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋତଲୋଚନକୁ ଆଣିବାକୁ ଏମିତି କରାଯାଏ । ଆଜିକାଲି ଏହା ପ୍ରତି ବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳୁଛି । 

ଭୁବନେଶ୍ୱର ପୋଖରୀପୁଟ ଡିଏଭି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଛି ସମର କ୍ୟାମ୍ପ । ଫନ୍, ଫ୍ରୋଲିକ୍ ଏବଂ ଖେଳ ମାଧ୍ୟମରେ ଶିକ୍ଷଣ କ୍ଷେତ୍ର ପାଲଟିଛି ଏହି କ୍ୟାମ୍ପ । ପାଠ ବ୍ୟତୀତ ଏଠାକାର ପିଲାମାନେ ନାଚ, ଗୀତ, ଖେଳ କୁଦ ସହ କଳା ଏବଂ ହସ୍ତଶିଳ୍ପ, କମ୍ପ୍ୟୁଟର ଇନୋଭେସନ୍ ଭଳି ଶିକ୍ଷା ଦିଆଯାଉଛି ଏହି କ୍ୟାମ୍ପରେ ।  ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଏହି କ୍ୟାମ୍ପରେ ଭାଗ ନେଇଛନ୍ତି । 

ମେ ୬ ରୁ ଆରମ୍ଭ ହୋଇଥିବା ଏହି ଶିବିର ମେ ୧୧ ପର୍ଯ୍ୟନ୍ତ ଚାଲିବ । ପିଲାଙ୍କ ସୁବିଧାକୁ ଦେଖି କ୍ଲାସଗୁଡ଼ିକ ସମୟ ସକାଳ ସାଢେ ୬ରୁ ୯ଟା ଯାଏଁ ଚାଲିବ । ପିଲାମାନେ ବି ଏହି ଶିବିରରେ ସାମିଲ ହୋଇ ବିଭିନ୍ନ ପ୍ରକାରର ଯେମିତିକି ଆର୍ଟ ଆଣ୍ଡ କ୍ରାଫ୍ଟ ସହ ହସ୍ତଶିଳ୍ପ କୌଶଲ ବି ଶିଖୁଛନ୍ତି । ଏହା ବାଦ୍ ପିଲାଙ୍କ ପାଇଁ “ବ୍ୟାଡମିଣ୍ଟନ, ହକି, କ୍ରିକେଟ୍ ଏବଂ ବାସ୍କେଟବଲ ଭଳି ଅନେକ କ୍ରୀଡାର ଶିକ୍ଷା ପ୍ରଦାନ କରାଯାଉଛି ।