ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍

ନୂଆଦିଲ୍ଲୀ: ଜୁନ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍ ୨୦୨୪। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଉଥିବା ଏହି ବିଶ୍ଵକପରେ ଆୟରଲାଣ୍ଡ ବିପକ୍ଷ ମୁକାବିଲାରୁ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ଜୁନ ୫ରେ ଖେଳା ଯାଉଥିବା ବେଳେ ଜୁନ ୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା।  ଟି-୨୦ ବିଶ୍ଵକପ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଟି-୨୦ ବିଶ୍ଵକପ୍‌ ମ୍ୟାଚ୍‌ର ସିଧା ପ୍ରସାରଣ କେଉଁ ଚ୍ୟାନେଲ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ହେବ ତାକୁ ଜାଣିବାକୁ ଚାହୁଁଥିଲେ କ୍ରିକେଟ୍ ପ୍ରେମୀ। ଭାରତୀୟ କ୍ରିକେଟ୍ ପ୍ରଶଂସକ ଟି-୨୦ ବିଶ୍ଵକପର ମୁକାବିଲା ଡିଜନୀ ପ୍ଲସ ହଟଷ୍ଟାରରେ ମାଗଣାରେ ଦେଖି ପାରିବେ। ଏଥିପାଇଁ ସବସ୍କ୍ରିପସନ ନେବାର ଆବଶ୍ୟକତା ନାହିଁ। ଆଉ ଷ୍ଟାରସ୍ପୋର୍ଟ୍ସ ନେଟଓ୍ଵର୍କରେ ମ୍ୟାଚ୍‌ର ସିଧା ପ୍ରସାରଣର ମଜା ନେଇ ପାରିବେ। ଉଲ୍ଲେଖନୀୟ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ଵର୍କ ହେଉଛି ଟି-୨୦ ବିଶ୍ଵକପ ୨୦୨୪ର ଅଫିସିଆଲ ବ୍ରଡକାଷ୍ଟର। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ ଡିଜନୀ ପ୍ଲସ୍ ହଟ୍‌ଷ୍ଟାରରେ ମାଗଣାରେ ଦେଖି ପାରିବେ। Also read: ମହଙ୍ଗା ପଡିଲା ଅମ୍ପାୟାରଙ୍କ ସହ ଯୁକ୍ତି: ସଞ୍ଜୁ ସାମସନଙ୍କୁ ବିସିସିଆଇ ଦେଲା ଦଣ୍ଡ ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା  ହୋଇ ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଏହା ସହିତ ନିକଟରେ ଟି-୨୦ ବିଶ୍ଵକପ୍‌ ପାଇଁ ଭାରତୀୟ ଦଳର ଜର୍ସିର ଅନାବରଣ ହୋଇଛି। ଯାହାକୁ ନେଇ ପ୍ରଶଂସକଙ୍କ ଗହଣରେ ମିଶ୍ରିତ ପତିକ୍ରିୟା ପ୍ରକାଶ ପାଇଛି।   

ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍

ନୂଆଦିଲ୍ଲୀ: ଜୁନ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍ ୨୦୨୪। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଉଥିବା ଏହି ବିଶ୍ଵକପରେ ଆୟରଲାଣ୍ଡ ବିପକ୍ଷ ମୁକାବିଲାରୁ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ଜୁନ ୫ରେ ଖେଳା ଯାଉଥିବା ବେଳେ ଜୁନ ୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା।  ଟି-୨୦ ବିଶ୍ଵକପ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। 

ଟି-୨୦ ବିଶ୍ଵକପ୍‌ ମ୍ୟାଚ୍‌ର ସିଧା ପ୍ରସାରଣ କେଉଁ ଚ୍ୟାନେଲ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ହେବ ତାକୁ ଜାଣିବାକୁ ଚାହୁଁଥିଲେ କ୍ରିକେଟ୍ ପ୍ରେମୀ। ଭାରତୀୟ କ୍ରିକେଟ୍ ପ୍ରଶଂସକ ଟି-୨୦ ବିଶ୍ଵକପର ମୁକାବିଲା ଡିଜନୀ ପ୍ଲସ ହଟଷ୍ଟାରରେ ମାଗଣାରେ ଦେଖି ପାରିବେ। ଏଥିପାଇଁ ସବସ୍କ୍ରିପସନ ନେବାର ଆବଶ୍ୟକତା ନାହିଁ। ଆଉ ଷ୍ଟାରସ୍ପୋର୍ଟ୍ସ ନେଟଓ୍ଵର୍କରେ ମ୍ୟାଚ୍‌ର ସିଧା ପ୍ରସାରଣର ମଜା ନେଇ ପାରିବେ। ଉଲ୍ଲେଖନୀୟ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ଵର୍କ ହେଉଛି ଟି-୨୦ ବିଶ୍ଵକପ ୨୦୨୪ର ଅଫିସିଆଲ ବ୍ରଡକାଷ୍ଟର। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ ଡିଜନୀ ପ୍ଲସ୍ ହଟ୍‌ଷ୍ଟାରରେ ମାଗଣାରେ ଦେଖି ପାରିବେ। 

Also read: ମହଙ୍ଗା ପଡିଲା ଅମ୍ପାୟାରଙ୍କ ସହ ଯୁକ୍ତି: ସଞ୍ଜୁ ସାମସନଙ୍କୁ ବିସିସିଆଇ ଦେଲା ଦଣ୍ଡ

 ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା  ହୋଇ ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଏହା ସହିତ ନିକଟରେ ଟି-୨୦ ବିଶ୍ଵକପ୍‌ ପାଇଁ ଭାରତୀୟ ଦଳର ଜର୍ସିର ଅନାବରଣ ହୋଇଛି। ଯାହାକୁ ନେଇ ପ୍ରଶଂସକଙ୍କ ଗହଣରେ ମିଶ୍ରିତ ପତିକ୍ରିୟା ପ୍ରକାଶ ପାଇଛି।