ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓଡିଶା ଭିତରେ ଅନୁପ୍ରବେଶ କରି ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କରିଛନ୍ତି। ଏହାକୁ ନେଇ ଦେଖାଦେଇଛି ବିବାଦ। ଏହିପରି ଘଟଣା ଏବେ କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନସ୍ଥ ସୁଙ୍କି ପଞ୍ଚାୟତର ଲାଉଡି ଗ୍ରାମ କ୍ଷେତ୍ରରେ ଦେଖିବାକୁ ମିଳିଛି। […] The post ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ appeared first on Dharitri Odia News.

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓଡିଶା ଭିତରେ ଅନୁପ୍ରବେଶ କରି ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କରିଛନ୍ତି। ଏହାକୁ ନେଇ ଦେଖାଦେଇଛି ବିବାଦ। ଏହିପରି ଘଟଣା ଏବେ କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନସ୍ଥ ସୁଙ୍କି ପଞ୍ଚାୟତର ଲାଉଡି ଗ୍ରାମ କ୍ଷେତ୍ରରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପଡୋଶୀ ଆନ୍ଧ୍ର ରାଜ୍ୟ ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତକୁ ବାରମ୍ବାର ଅନୁପ୍ରବେଶ ଜାରି ରଖି ନିଜର ବିଭିନ୍ନ ସରକାରୀ ଯୋଜନାକୁ ପଞ୍ଚାୟତବାସୀଙ୍କ ନିକଟରେ ପହଞ୍ଚାଇ ଲୋଭ ଦେଖାଉଛି। ବର୍ତ୍ତମାନ ଉକ୍ତ ପଞ୍ଚାୟତକୁ ଛାଡ଼ି ଓଡିଶାର ତଥା ଉକ୍ତ ବ୍ଲକର ଅନ୍ୟତମ
ପଞ୍ଚାୟତ ସୁଙ୍କିର ଲାଉଡି ଗ୍ରାମରେ ଆନ୍ଧ୍ର ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଏକ ଓମିନି ଆମ୍ବୁଲାନ୍ସ (ନଂ AP39NP 3546) ଯୋଗେ ପହଞ୍ଚି ଉକ୍ତ ଗ୍ରାମରେ ରହିଥିବା ଓଡିଶାର ସରକାରୀ ଗୃହ ଯଥା ସାଂସ୍କୃତିକ କେନ୍ଦ୍ର ଗୃହରେ ମାଗଣା ସ୍ବାସ୍ଥ୍ୟଶିବିର ଆୟୋଜନ କରି ଲୋକଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ, ସୁଙ୍କି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିଗ୍ରେନ୍ଦ୍ର ନାଥ ହେମ୍ରମ ଏବଂ ସୁଙ୍କି ପୋଲିସ ପ୍ରମୁଖ ପହଞ୍ଚି ଆୟୋଜକମାନଙ୍କୁ ସ୍ବାସ୍ଥ୍ୟ ଶିବିର ସମ୍ପର୍କରେ ପଚରାଉଚରା କରି ଉକ୍ତ ଶିବିରକୁ ବନ୍ଦ କରି ସମସ୍ତ କର୍ମଚାରୀ ଏବଂ ଉପରୋକ୍ତ ଆମ୍ବୁଲାନ୍ସକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ଓଡିଶା ଭିତରେ ଆନ୍ଧ୍ର ଅନୁପ୍ରବେଶ କରି କିପରି ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ଚିକିତ୍ସା କରୁଥିଲା ଏବଂ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ କିଏ ଅନୁମତି ଦେଇଥିଲା ଏହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି କରୁଥିବା ସହ ଏହା ପ୍ରତି ଦୃଷ୍ଟି ଦେଇ ତଦନ୍ତ କରି ଅନୁମତି ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଜିଲାପରିଷଦ ସଭ୍ୟ ଲଇଚନ ଖରା ମତ ପ୍ରକାଶ କରିଛନ୍ତି।

The post ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ appeared first on Dharitri Odia News.