ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି ପ୍ରଶ୍ନ ଆଳରେ କଟାକ୍ଷ କରିଛନ୍ତି ଭି କେ ପାଣ୍ଡିଆନ୍‌। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି। ପାଣ୍ଡିଆନ କହିଛନ୍ତି, ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ । ଲାଗିପାତି ଢେଙ୍କାନାଳକୁ ପଛୁଆ ଜିଲା ଭାବେ ଘୋଷଣା କରିଥିଲେ। ସେ ଦୃଷ୍ଟିରୁ ଢେଙ୍କାନାଳ ଜିଲାର […] The post ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌… appeared first on Dharitri Odia News.

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି ପ୍ରଶ୍ନ ଆଳରେ କଟାକ୍ଷ କରିଛନ୍ତି ଭି କେ ପାଣ୍ଡିଆନ୍‌। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି।

ପାଣ୍ଡିଆନ କହିଛନ୍ତି, ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ । ଲାଗିପାତି ଢେଙ୍କାନାଳକୁ ପଛୁଆ ଜିଲା ଭାବେ ଘୋଷଣା କରିଥିଲେ। ସେ ଦୃଷ୍ଟିରୁ ଢେଙ୍କାନାଳ ଜିଲାର ସର୍ବାଙ୍ଗୀନ ଉନ୍ନତି କରିବା କଥା । ହେଲେ କିଛି ବୋଲି କିଛି କାମ କରିନାହାନ୍ତି। ଗାଁ ମାଟି ପାଇଁ ବି କିଛି କରିପାରିଲେ ନାହିଁ। ଏଠାରେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ତଥା ଢେଙ୍କାନାଳକୁ ସଂଯୋଗ କରୁଥିବା ଏନ୍‌ଏଚ୍‌(ଜାତୀୟ ରାଜପଥ)କୁ ଭଲଭାବେ କରିପାରିଲେ ନାହିଁ । ନିର୍ବାଚନ ସମୟ ଆସିବାରୁ ରାସ୍ତା କଥା ମନେପଡିଲା ।

ଏହାଛଡ଼ା ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ଶିକ୍ଷା ବିଭାଗ, ସ୍କିଲ ଡେଭଲପ୍‌ମେଣ୍ଟ ମନ୍ତ୍ରୀ ରହିଲେ । ହେଲେ ଢେଙ୍କାନାଳରେ ସବୁ ବ୍ଲକରେ ନା କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଲେ ନା ଯାହା ଅଛି ତାକୁ ଡିଜିଟାଲାଇଜ କରିପାରିଲେ । ଢେଙ୍କାନାଳରୁ ବାହାରକୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି ହେଲେ ଜିଲାରେ ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟର ଖୋଲି ଦାଦନ ସମସ୍ୟାକୁ ଦୂରେଇପାରିଲେ ନାହିଁ। ଖାଲି କଥା କହିଲେ କ’ଣ ହେବ । କିଛି କାମ କରିପାରିଲେ ନାହିଁ ବୋଲି ଢେଙ୍କାନାଳ ଲୋକଙ୍କୁ ଉତ୍ତର ଦେବାକୁ ତାଙ୍କ ପାଖରେ ଆଉ କିଛି କଥା ନାହିଁ । ତେଣୁ ବାଧ୍ୟ ହୋଇ ସମ୍ବଲପୁରରେ ଲଢିବାକୁ ପଳାଇଛନ୍ତି। କାରଣ ସେଠାରେ ତାଙ୍କ କାରନାମା ବାବଦରେ କିଛି ଜାଣିନାହାନ୍ତି, କେହି ପ୍ରଶ୍ନ ବି ପଚାରିପାରିବେନି ବୋଲି ପାଣ୍ଡିଆନ କହିଛନ୍ତି ।

The post ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌… appeared first on Dharitri Odia News.