ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ, ଟି-୨୦ ଫର୍ମାଟରେ ନେଲେ ୩୫୦ ଓ୍ବିକେଟ୍‌

ନୂଆଦିଲ୍ଲୀ ୦୮।୦୫: ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ । ଟି-୨୦ କ୍ରିକେଟରେ ନେଲେ ୩୫୦ ଓ୍ବିକେଟ୍‌ । ରେକର୍ଡ କରିବାରେ ପ୍ରଥମ ଭାରତୀୟ ବୋଲର । ଏହି ଲିଷ୍ଟରେ ଅଶ୍ୱିନ ଏବଂ ପୀୟୁଷ ଚାୱଲାଙ୍କୁ ପଛରେ ପକାଇଛନ୍ତି । ଟିମ୍‌ ଇଣ୍ଡିଆର ସ୍ପିନର୍‌ ୟୁଜବେନ୍ଦ୍ର  ଚହଲ । ଆଇପିଏଲ୍‌ ୨୦୨୪ରେ କରୁଛନ୍ତି ଦମ୍‌ଦାର୍‌ ପ୍ରଦର୍ଶନ । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ୱିକେଟ୍ ନେଇ ରଚିଛନ୍ତି ଇତିହାସ । ସେ ଟି-୨୦ରେ ନେଇଛନ୍ତି ୩୫୦ ୱିକେଟ୍ ।ଏପରି କରି ୟୁଜବେନ୍ଦ୍ର ଚହଲ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି । ଏହି ରେକର୍ଡ କରିବାରେ ଚହଲ୍‌ କ୍ରିକେଟ ଇତିହାସର କେବଳ ୫ମ ସ୍ପିନ୍‌ ବୋଲର ଅଟନ୍ତି । ୩୦୧ଟି ମ୍ୟାଚ୍ ଖେଳି ଏହି ଓ୍ବିକେଟ୍‌ ନେଇଛନ୍ତି । ଚହଲ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୧ ୱିକେଟ୍ ନେଇ ଏହି ସଫଳତା ହାସଲ କରିଛନ୍ତି । ଚହଲ ତାଙ୍କ ଟି-୨୦ କ୍ୟାରିୟରରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ,, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଘରୋଇ କ୍ରିକେଟରେ ହରିୟାଣା ପାଇଁ ଖେଳିଛନ୍ତି। ୟୁଜବେନ୍ଦ୍ର  ଚହଲଙ୍କ ପରେ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ହେଉଛନ୍ତି ପିୟୁଷ ଚାୱଲା  ବର୍ତ୍ତମାନ ୨୯୩ଟି ଟି-୨୦ ମ୍ୟାଚରେ ନିଜ ନାଁରେ କରିଛନ୍ତି ୩୦୧ ଓ୍ବିକେଟ୍‌ । ଲିଷ୍ଟର ତୃତୀୟ ସ୍ଥାନରେ ପାକିସ୍ତାନୀ ମୂଳ ଇମ୍ରାନ ତାହିର ଅଛନ୍ତି । ଇମ୍ରାନ୍‌ ଦକ୍ଷିଣ ଆଫ୍ରିକା ପାଇଁ ଖେଳି ସାରିଛନ୍ତି । ସାରା ବିଶ୍ୱରେ ଟି-୨୦ କ୍ରିକେଟ୍‌ରେ ତାହିର୍ ୪୦୫ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୫୦୨ଟି ୱିକେଟ୍ ନେଇଛନ୍ତି । ଟି-୨୦ କ୍ରିକେଟରେ ଶକିବ ଅଲ ହାସନ ଚତୁର୍ଥ ସର୍ବାଧିକ ୱିକେଟ୍ ନେଇଛନ୍ତି। ଶାକିବ ଏପର୍ଯ୍ୟନ୍ତ ତାଙ୍କ ଟି-୨୦ କ୍ୟାରିୟରରେ ୪୨୮ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ତାଙ୍କ ନାଁରେ ୪୮୨ଟି ୱିକେଟ୍ ରହିଛି । ଟି-୨୦ ଫର୍ମାଟରେ ସୁନୀଲ ନାରିନ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ଅଟନ୍ତି । ଏହି ଫର୍ମାଟରେ ୧୪ ଟିମକୁ ପ୍ରତିନିଧିତ୍ୱ କରୁଥିବା ନାରିନ୍‌ ୫୦୯ଟି ମ୍ୟାଚରେ ବୋଲିଂ କରିଛନ୍ତି । ବର୍ତ୍ତମାନ ତାଙ୍କ ନାଁରେ ୫୪୯ ୱିକେଟ୍ ରହିଛି । ଖୁବଶୀଘ୍ର ଟି-୨୦ କ୍ରିକେଟରେ ୫୫୦ ୱିକେଟ୍ ପୂରଣ କରିବାରେ ତୃତୀୟ ବୋଲର ହେବେ ନାରିନ୍‌ । ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ହେଉଛନ୍ତି ରସିଦ ଖାନ୍ । ଏପର୍ଯ୍ୟନ୍ତ ସେ ୪୨୪ଟି ମ୍ୟାଚରେ ୫୭୨ ୱିକେଟ୍ ନେଇଛନ୍ତି। ଏହି ଫର୍ମାଟରେ ଅଧିକାଂଶ ୱିକେଟ୍ ନେବା ଦୃଷ୍ଟିରୁ ରସିଦ୍ କେବଳ ଡ୍ବେନ୍‌ ବ୍ରାଭୋଙ୍କ ପଛରେ ରହିଛନ୍ତି । ବ୍ରାଭୋ ୬୨୫ ଓ୍ବିକେଟ୍‌ ନେଇଛନ୍ତି ।    

ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ, ଟି-୨୦ ଫର୍ମାଟରେ ନେଲେ ୩୫୦ ଓ୍ବିକେଟ୍‌

ନୂଆଦିଲ୍ଲୀ ୦୮।୦୫: ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ । ଟି-୨୦ କ୍ରିକେଟରେ ନେଲେ ୩୫୦ ଓ୍ବିକେଟ୍‌ । ରେକର୍ଡ କରିବାରେ ପ୍ରଥମ ଭାରତୀୟ ବୋଲର । ଏହି ଲିଷ୍ଟରେ ଅଶ୍ୱିନ ଏବଂ ପୀୟୁଷ ଚାୱଲାଙ୍କୁ ପଛରେ ପକାଇଛନ୍ତି । ଟିମ୍‌ ଇଣ୍ଡିଆର ସ୍ପିନର୍‌ ୟୁଜବେନ୍ଦ୍ର  ଚହଲ । ଆଇପିଏଲ୍‌ ୨୦୨୪ରେ କରୁଛନ୍ତି ଦମ୍‌ଦାର୍‌ ପ୍ରଦର୍ଶନ । ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଗୋଟିଏ ୱିକେଟ୍ ନେଇ ରଚିଛନ୍ତି ଇତିହାସ । ସେ ଟି-୨୦ରେ ନେଇଛନ୍ତି ୩୫୦ ୱିକେଟ୍ ।

ଏପରି କରି ୟୁଜବେନ୍ଦ୍ର ଚହଲ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି । ଏହି ରେକର୍ଡ କରିବାରେ ଚହଲ୍‌ କ୍ରିକେଟ ଇତିହାସର କେବଳ ୫ମ ସ୍ପିନ୍‌ ବୋଲର ଅଟନ୍ତି । ୩୦୧ଟି ମ୍ୟାଚ୍ ଖେଳି ଏହି ଓ୍ବିକେଟ୍‌ ନେଇଛନ୍ତି । ଚହଲ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୧ ୱିକେଟ୍ ନେଇ ଏହି ସଫଳତା ହାସଲ କରିଛନ୍ତି । ଚହଲ ତାଙ୍କ ଟି-୨୦ କ୍ୟାରିୟରରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ,, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଘରୋଇ କ୍ରିକେଟରେ ହରିୟାଣା ପାଇଁ ଖେଳିଛନ୍ତି। 

ୟୁଜବେନ୍ଦ୍ର  ଚହଲଙ୍କ ପରେ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ହେଉଛନ୍ତି ପିୟୁଷ ଚାୱଲା  ବର୍ତ୍ତମାନ ୨୯୩ଟି ଟି-୨୦ ମ୍ୟାଚରେ ନିଜ ନାଁରେ କରିଛନ୍ତି ୩୦୧ ଓ୍ବିକେଟ୍‌ ।

 ଲିଷ୍ଟର ତୃତୀୟ ସ୍ଥାନରେ ପାକିସ୍ତାନୀ ମୂଳ ଇମ୍ରାନ ତାହିର ଅଛନ୍ତି । ଇମ୍ରାନ୍‌ ଦକ୍ଷିଣ ଆଫ୍ରିକା ପାଇଁ ଖେଳି ସାରିଛନ୍ତି । ସାରା ବିଶ୍ୱରେ ଟି-୨୦ କ୍ରିକେଟ୍‌ରେ ତାହିର୍ ୪୦୫ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୫୦୨ଟି ୱିକେଟ୍ ନେଇଛନ୍ତି ।

 ଟି-୨୦ କ୍ରିକେଟରେ ଶକିବ ଅଲ ହାସନ ଚତୁର୍ଥ ସର୍ବାଧିକ ୱିକେଟ୍ ନେଇଛନ୍ତି। ଶାକିବ ଏପର୍ଯ୍ୟନ୍ତ ତାଙ୍କ ଟି-୨୦ କ୍ୟାରିୟରରେ ୪୨୮ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ତାଙ୍କ ନାଁରେ ୪୮୨ଟି ୱିକେଟ୍ ରହିଛି । 

ଟି-୨୦ ଫର୍ମାଟରେ ସୁନୀଲ ନାରିନ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ଅଟନ୍ତି । ଏହି ଫର୍ମାଟରେ ୧୪ ଟିମକୁ ପ୍ରତିନିଧିତ୍ୱ କରୁଥିବା ନାରିନ୍‌ ୫୦୯ଟି ମ୍ୟାଚରେ ବୋଲିଂ କରିଛନ୍ତି । ବର୍ତ୍ତମାନ ତାଙ୍କ ନାଁରେ ୫୪୯ ୱିକେଟ୍ ରହିଛି । ଖୁବଶୀଘ୍ର ଟି-୨୦ କ୍ରିକେଟରେ ୫୫୦ ୱିକେଟ୍ ପୂରଣ କରିବାରେ ତୃତୀୟ ବୋଲର ହେବେ ନାରିନ୍‌ ।

 ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ସ୍ପିନ୍ ବୋଲର ହେଉଛନ୍ତି ରସିଦ ଖାନ୍ । ଏପର୍ଯ୍ୟନ୍ତ ସେ ୪୨୪ଟି ମ୍ୟାଚରେ ୫୭୨ ୱିକେଟ୍ ନେଇଛନ୍ତି। ଏହି ଫର୍ମାଟରେ ଅଧିକାଂଶ ୱିକେଟ୍ ନେବା ଦୃଷ୍ଟିରୁ ରସିଦ୍ କେବଳ ଡ୍ବେନ୍‌ ବ୍ରାଭୋଙ୍କ ପଛରେ ରହିଛନ୍ତି । ବ୍ରାଭୋ ୬୨୫ ଓ୍ବିକେଟ୍‌ ନେଇଛନ୍ତି ।