ପ୍ରକୃତିର ଏପରି ଏକ ସୀମାରେଖା; ଅତିକ୍ରମ କରିପାରନ୍ତିନି ପକ୍ଷୀ କିମ୍ବା ମାଛ, ରହସ୍ୟ ଏବେ ବି ମଧ୍ୟ ଅସ୍ପଷ୍ଟ

ନୂଆଦିଲ୍ଲୀ ୦୮।୦୫: ପୃଥିବୀ ଗୋଟିଏ, ଆକାଶ ମଧ୍ୟ ଗୋଟିଏ । କିନ୍ତୁ ମଣିଷମାନେ ନିଜ ମଧ୍ୟରେ କିଛି ସୀମା ତିଆରି କରିଛନ୍ତି । ଯାହାକୁ ବିନା ଅନୁମତିରେ କେହି ପାର କରିପାରିବେନି । କିନ୍ତୁ ଅନେକ ସ୍ଥାନରେ ପ୍ରକୃତି ମଧ୍ୟ ନିଜର କିଛି ସୀମା ନିର୍ଦ୍ଧାରଣ କରିଛି । ଯାହା ଅଦୃଶ୍ୟ ତଥା ଲୁକାୟିତ । ଏହି ରେଖାକୁ ଅତିକ୍ରମ କରିପାରିବେନି ଆକାଶରେ ଉଡ଼ୁଥିବା କୌଣସି ପକ୍ଷୀ କିମ୍ବା ସମୁଦ୍ରରେ ବୁଡୁଥିବା ମାଛ । ଜମିରେ ବାସ କରୁଥିବା ପଶୁମାନେ ମଧ୍ୟ ଏହି ସୀମା ପାର୍‌ କରିବାରେ ଭୁଲ କରନ୍ତିନି । ଏହାର କାରଣ ହେଉଛି ଏହି ସୀମାର ଉଭୟ ପାର୍ଶ୍ୱରେ ଥିବା ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ ଲାଗିଥାଏ । ତେବେ କେଉଁଠି ରହିଛି ଏହି ସୀମା ?  ଆମେ କହୁଥିବା ସୀମା ରେଖାଟି ହେଉଛି ୱାଲେସ୍ ଲାଇନ୍ ।  ଏହାକୁ ବ୍ରିଟିଶ ବୈଜ୍ଞାନିକ ଆଲଫ୍ରେଡ ରସେଲ ୱାଲେସ ଆବିଷ୍କାର କରିଥିଲେ । ମଣିଷ ଏହି ରେଖାକୁ ଆଖିରେ ଦେଖିପାରିବନି । ଏପରିକି କୌଣସି ମେସିନ୍ ସାହାଯ୍ୟରେ ମଧ୍ୟ ଏହି ସୀମାରେଖାକୁ ଦେଖିହେବ ନାହିଁ । କିନ୍ତୁ ଏଠାରେ ବାସ କରୁଥିବା ଜୀବମାନେ ଏହି ସୀମାକୁ ଅନୁଭବ କରିପାରନ୍ତି । ତେବେ ଏହି ବର୍ଡର ଲାଇନ୍‌କୁ ମଣିଷଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ପାର୍‌ କରନ୍ତିନି । କେଉଁଠି ରହିଛି ଏହି ପ୍ରକୃତିର ଏହି ସୀମା ? ଦୁନିଆର ସବୁଠାରୁ ଅନନ୍ୟ ଏବଂ ଅଦୃଶ୍ୟ ସୀମାରେଖା ବାଲି ଏବଂ ଲମ୍ବୋକ୍ ମଧ୍ୟରେ ରହିଛି । ଏହି ୨ଟି ସ୍ଥାନ ମଧ୍ୟର ପ୍ରାୟ ୩୫ କିଲୋମିଟର ଚଉଡା ଏକ ସୀମାରେଖା ରହିଛି । ଏହା ସମୁଦ୍ର ଅଟେ । କିନ୍ତୁ ଆକାଶ ଏବଂ ପୃଥିବୀରେ ବାସ କରୁଥିବା ସମସ୍ତ ଜୀବମାନଙ୍କୁ ପ୍ରଭାବିତ କରିଥାଏ । ଏହି ୨ଟି ସ୍ଥାନକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ  । କାରଣ ଏହି ୨ଟି ସ୍ଥାନ ଅର୍ଥାତ୍‌ ବାଲିରେ ଯେଉଁ ଜୀବ, ଉଦ୍ଭିଦ, ପକ୍ଷୀ, ମତ୍ସ୍ୟ ଏବଂ ପ୍ରାଣୀ ଦେଖିବାକୁ ମିଳନ୍ତି ସେମାନେ ଲମ୍ବୋକ୍ରେ ଦେଖାଯାଆନ୍ତିନି । ଗୋଟିଏ ସମୁଦ୍ର ହୋଇଥିଲେ ମଧ୍ୟ ଏମାନେ ଉଭୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଲମ୍ବୋକର ଏହି ଅଂଶ ଅନ୍ୟ କୌଣସି ସ୍ଥାନରୁ କଟି ଆସି ବାଲି ନିକଟରେ ରହିଛି । ତେଣୁ ଏଠାକାର ସ୍ଥିତି ଏପରି ହୋଇଥାଏ । 

ପ୍ରକୃତିର ଏପରି ଏକ ସୀମାରେଖା; ଅତିକ୍ରମ କରିପାରନ୍ତିନି ପକ୍ଷୀ କିମ୍ବା ମାଛ, ରହସ୍ୟ ଏବେ ବି ମଧ୍ୟ ଅସ୍ପଷ୍ଟ

ନୂଆଦିଲ୍ଲୀ ୦୮।୦୫: ପୃଥିବୀ ଗୋଟିଏ, ଆକାଶ ମଧ୍ୟ ଗୋଟିଏ । କିନ୍ତୁ ମଣିଷମାନେ ନିଜ ମଧ୍ୟରେ କିଛି ସୀମା ତିଆରି କରିଛନ୍ତି । ଯାହାକୁ ବିନା ଅନୁମତିରେ କେହି ପାର କରିପାରିବେନି । କିନ୍ତୁ ଅନେକ ସ୍ଥାନରେ ପ୍ରକୃତି ମଧ୍ୟ ନିଜର କିଛି ସୀମା ନିର୍ଦ୍ଧାରଣ କରିଛି । ଯାହା ଅଦୃଶ୍ୟ ତଥା ଲୁକାୟିତ । 

ଏହି ରେଖାକୁ ଅତିକ୍ରମ କରିପାରିବେନି ଆକାଶରେ ଉଡ଼ୁଥିବା କୌଣସି ପକ୍ଷୀ କିମ୍ବା ସମୁଦ୍ରରେ ବୁଡୁଥିବା ମାଛ । ଜମିରେ ବାସ କରୁଥିବା ପଶୁମାନେ ମଧ୍ୟ ଏହି ସୀମା ପାର୍‌ କରିବାରେ ଭୁଲ କରନ୍ତିନି । ଏହାର କାରଣ ହେଉଛି ଏହି ସୀମାର ଉଭୟ ପାର୍ଶ୍ୱରେ ଥିବା ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ ଲାଗିଥାଏ । 

ତେବେ କେଉଁଠି ରହିଛି ଏହି ସୀମା ?  ଆମେ କହୁଥିବା ସୀମା ରେଖାଟି ହେଉଛି ୱାଲେସ୍ ଲାଇନ୍ ।  ଏହାକୁ ବ୍ରିଟିଶ ବୈଜ୍ଞାନିକ ଆଲଫ୍ରେଡ ରସେଲ ୱାଲେସ ଆବିଷ୍କାର କରିଥିଲେ । ମଣିଷ ଏହି ରେଖାକୁ ଆଖିରେ ଦେଖିପାରିବନି । ଏପରିକି କୌଣସି ମେସିନ୍ ସାହାଯ୍ୟରେ ମଧ୍ୟ ଏହି ସୀମାରେଖାକୁ ଦେଖିହେବ ନାହିଁ ।

 କିନ୍ତୁ ଏଠାରେ ବାସ କରୁଥିବା ଜୀବମାନେ ଏହି ସୀମାକୁ ଅନୁଭବ କରିପାରନ୍ତି । ତେବେ ଏହି ବର୍ଡର ଲାଇନ୍‌କୁ ମଣିଷଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ପାର୍‌ କରନ୍ତିନି । କେଉଁଠି ରହିଛି ଏହି ପ୍ରକୃତିର ଏହି ସୀମା ? ଦୁନିଆର ସବୁଠାରୁ ଅନନ୍ୟ ଏବଂ ଅଦୃଶ୍ୟ ସୀମାରେଖା ବାଲି ଏବଂ ଲମ୍ବୋକ୍ ମଧ୍ୟରେ ରହିଛି । ଏହି ୨ଟି ସ୍ଥାନ ମଧ୍ୟର ପ୍ରାୟ ୩୫ କିଲୋମିଟର ଚଉଡା ଏକ ସୀମାରେଖା ରହିଛି ।

 ଏହା ସମୁଦ୍ର ଅଟେ । କିନ୍ତୁ ଆକାଶ ଏବଂ ପୃଥିବୀରେ ବାସ କରୁଥିବା ସମସ୍ତ ଜୀବମାନଙ୍କୁ ପ୍ରଭାବିତ କରିଥାଏ । ଏହି ୨ଟି ସ୍ଥାନକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ  । କାରଣ ଏହି ୨ଟି ସ୍ଥାନ ଅର୍ଥାତ୍‌ ବାଲିରେ ଯେଉଁ ଜୀବ, ଉଦ୍ଭିଦ, ପକ୍ଷୀ, ମତ୍ସ୍ୟ ଏବଂ ପ୍ରାଣୀ ଦେଖିବାକୁ ମିଳନ୍ତି ସେମାନେ ଲମ୍ବୋକ୍ରେ ଦେଖାଯାଆନ୍ତିନି ।

 ଗୋଟିଏ ସମୁଦ୍ର ହୋଇଥିଲେ ମଧ୍ୟ ଏମାନେ ଉଭୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଲମ୍ବୋକର ଏହି ଅଂଶ ଅନ୍ୟ କୌଣସି ସ୍ଥାନରୁ କଟି ଆସି ବାଲି ନିକଟରେ ରହିଛି । ତେଣୁ ଏଠାକାର ସ୍ଥିତି ଏପରି ହୋଇଥାଏ ।