୬ ଡକାୟତଙ୍କୁ ବାନ୍ଧିଲା ସମ୍ବଲପୁର ପୋଲିସ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ସମ୍ବଲପୁର ୮।୫: ସମ୍ବଲପୁର ପୋଲିସ ଦ୍ୱାରା ୬ ଡକାୟତ ଗିରଫ l ଗିରଫ ଡକାୟତ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର l ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୬ ଜଣ ଯୁବକ କୁମ୍ଭାରପଡା ସ୍ଥିତ ଲାୟନ୍ସ କ୍ଲବ୍ ନିକଟରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିଲେ l  ଏହାର ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ସମସ୍ତ ଡକାୟତ ମାନଙ୍କୁ ଗିରଫ କରିଥିଲା ପୋଲିସ l ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସମେତ ୫ ଛୁରୀ, ୫ ଭୁଜାଲି ଓ ୫ଟି ଫୋନ୍ ଜବତ କରିଛି ପୋଲିସ l ଏହି ଯୁବକ ମାନେ ମୋଦିପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଯୋଜନା କରୁଥିଲେ ବୋଲି ସଦର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି  lYou Can Read :ନଦୀରେ ବୁଡି ଯୁବତୀ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

୬ ଡକାୟତଙ୍କୁ ବାନ୍ଧିଲା ସମ୍ବଲପୁର ପୋଲିସ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ସମ୍ବଲପୁର ୮।୫: ସମ୍ବଲପୁର ପୋଲିସ ଦ୍ୱାରା ୬ ଡକାୟତ ଗିରଫ l ଗିରଫ ଡକାୟତ ମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର l 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୬ ଜଣ ଯୁବକ କୁମ୍ଭାରପଡା ସ୍ଥିତ ଲାୟନ୍ସ କ୍ଲବ୍ ନିକଟରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିଲେ l  ଏହାର ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ସମସ୍ତ ଡକାୟତ ମାନଙ୍କୁ ଗିରଫ କରିଥିଲା ପୋଲିସ l ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସମେତ ୫ ଛୁରୀ, ୫ ଭୁଜାଲି ଓ ୫ଟି ଫୋନ୍ ଜବତ କରିଛି ପୋଲିସ l ଏହି ଯୁବକ ମାନେ ମୋଦିପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଯୋଜନା କରୁଥିଲେ ବୋଲି ସଦର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି  l

You Can Read :

ନଦୀରେ ବୁଡି ଯୁବତୀ ନିଖୋଜ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ