ଏଥର ବିକାଶ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କଲେ ନବୀନ ଓ ପାଣ୍ଡିଆନ୍‌

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ତେବେ ଏହା ପୂର୍ବରୁ ସୋମବାର ଭିଡିଓ ଜାରୀ କରି ଏଥର ନିଶ୍ଚିତ ଭାବେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ପାଇଁ […]

ଏଥର ବିକାଶ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କଲେ ନବୀନ ଓ ପାଣ୍ଡିଆନ୍‌
Naveen and Pandian appealed to the people to vote in Double Shankh for development

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ତେବେ ଏହା ପୂର୍ବରୁ ସୋମବାର ଭିଡିଓ ଜାରୀ କରି ଏଥର ନିଶ୍ଚିତ ଭାବେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ।

ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ପାଇଁ ସମସ୍ତ ଭୋଟର ଭାଇ ଭଉଣୀ ଯୋଡ଼ି ଶଙ୍ଖରେ ଭୋଟ ଦିଅନ୍ତୁ। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରି ନିଜ ଅଞ୍ଚଳର ଉଭୟ ବିଜେଡି ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ସେହିପରି ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଦୁଇ ହାତରେ ଦୁଇଟି ଶଙ୍ଖ ଲୋଗୋ ଧରି ବିଜେଡିର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ନିଜର ମହତ୍ୱପୂର୍ଣ୍ଣ ଭୋଟ ଦେବା ଲାଗି ଅପିଲ କରିଛନ୍ତି।

ଏଥି ସହିତ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ କହିଛନ୍ତି ଯେ ଆସନ୍ତା ୨୪ ତାରିଖରେ ନବୀନ ବାବୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ। ଆସନ୍ତୁ ଆମେ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।

ସୂଚନାଯୋଗ୍ୟ ୨୪ ତାରିଖ ସକାଳ ୧୦ଟା ୩୦ ମିନିଟରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଶେରଗଡ଼ରେ ଏକ ଜନସଭାରେ ଉଦ୍‌‌ବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ସେହିଦିନ ତାରାତାରିଣୀଙ୍କ ଦର୍ଶନ କରିବେ ଓ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ସେହିପରି ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁର୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍‌‌ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍‌‌ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ଓଡ଼ିଶା’ ଓ ‘୫-ଟି’ ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ।