ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ, ଆଇପିଏଲରେ ପ୍ରଥମ ବୋଲର ଭାବେ ନେଲେ ୨୦୦ ୱିକେଟ

ଜୟପୁର : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୩୮ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ରେକର୍ଡ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ୟୁଜଭେନ୍ଦ୍ର ଚହଲ ୨୦୦ ତମ ୱିକେଟ୍ ନେଇଛନ୍ତି। ଆଇପିଏଲରେ ପ୍ରଥମ ବୋଲର ଭାବେ ୟୁଜଭେନ୍ଦ୍ର ଚହଲ ୨୦୦ ୱିକେଟ ହାସଲ କରିବାର କୀର୍ତିମାନ ସ୍ଥାପନ କରିଛନ୍ତି । ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ସ୍ପିନର ସୱାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳା […]

ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ, ଆଇପିଏଲରେ ପ୍ରଥମ ବୋଲର ଭାବେ ନେଲେ ୨୦୦ ୱିକେଟ
Chahal becomes first bowler to to take 200 wickets in IPL

ଜୟପୁର : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ୩୮ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ରେକର୍ଡ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ୟୁଜଭେନ୍ଦ୍ର ଚହଲ ୨୦୦ ତମ ୱିକେଟ୍ ନେଇଛନ୍ତି। ଆଇପିଏଲରେ ପ୍ରଥମ ବୋଲର ଭାବେ ୟୁଜଭେନ୍ଦ୍ର ଚହଲ ୨୦୦ ୱିକେଟ ହାସଲ କରିବାର କୀର୍ତିମାନ ସ୍ଥାପନ କରିଛନ୍ତି ।

ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ସ୍ପିନର ସୱାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ମହମ୍ମଦ ନବୀଙ୍କୁ ଆଉଟ କରି ୨୦୦ ତମ ସଫଳତା ହାସଲ କରିଛନ୍ତି । ସେ ୧୫୩ ମ୍ୟାଚରେ ୨୦୦ ୱିକେଟ ପୂର୍ଣ୍ଣ କରିଥିବା ବେଳେ ଡ୍ୱେନ ବ୍ରାଭୋ ୧୮୩ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପୀୟୂଷ ଚାୱଲା (୧୮୧), ଭୁବନେଶ୍ୱର କୁମାର (୧୭୪) ଓ ଅମିତ ମିଶ୍ର ୧୭୩ ୱିକେଟ ସହ ତୃତୀୟରୁ ପଞ୍ଚମ  ସ୍ଥାନ ମଧ୍ୟରେ ରହିଛନ୍ତି ।

ଆଇପିଏଲରେ ପ୍ରଥମ ବୋଲର 

୫୦ ୱିକେଟ୍: ଆରପି ସିଂ (୧୨ ଏପ୍ରିଲ ୨୦୧୦)
୧୦୦ ୱିକେଟ୍: ଲାସିଥ୍ ମାଲିଙ୍ଗା (୧୮ ମଇ ୨୦୧୩)
୧୫୦ ୱିକେଟ୍: ଲାସିଥ୍ ମାଲିଙ୍ଗା (୬ ମଇ ୨୦୧୭)
୨୦୦ ୱିକେଟ୍: ୟୁଜଭେନ୍ଦ୍ର ଚହଲ (୨୨ ଏପ୍ରିଲ ୨୦୨୪)

ଚହଲ ଆଇପିଏଲ ୨୦୧୩ ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୫୩ ଟି ମ୍ୟାଚ୍ ଖେଳିଛନ୍ତି। ତାଙ୍କର ୧୫୨ ଇନିଂସରେ ସେ ସାଂଘାତିକ ବୋଲିଂ ସହ ୨୦୦ ୱିକେଟ୍ ନେଇଛନ୍ତି।