କାଶ୍ମୀରରେ ଲୁଚକାଳି ଖେଳୁଛି ବିଜେପି

ଶ୍ରୀନଗର: ଜମ୍ମୁ ଅଞ୍ଚଳରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଉଥିବା ବିଜେପି କାଶ୍ମୀରରେ ଅତ୍ୟନ୍ତ ସତର୍କତାର ସହ ଚାଲୁଛି ଏବଂ ସର୍ବସାଧାରଣରେ ତା’ର କାର୍ଡ ଖୋଲୁନାହିଁ। ଦଳ କାଶ୍ମୀରର ତିନୋଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ସାର୍ବଜନୀନ ନକରି ଆଢ଼ୁଆଳରେ କାହାକୁ ସମର୍ଥନ କରିବାକୁ ହେବ ସେ ନେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେଇ ଲୁଚକାଳି ଖେଳୁଛି। ଅନନ୍ତନାଗ-ରାଜୌରୀ, ଶ୍ରୀନଗର ଓ ବାରମୁଳା ଭଳି ତିନୋଟି ଲୋକସଭା ଆସନରେ ନିର୍ବାଚନ ନ ଲଢ଼ିବାକୁ ବିଜେପି ନିଷ୍ପତ୍ତି […]

କାଶ୍ମୀରରେ ଲୁଚକାଳି ଖେଳୁଛି ବିଜେପି

ଶ୍ରୀନଗର: ଜମ୍ମୁ ଅଞ୍ଚଳରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଉଥିବା ବିଜେପି କାଶ୍ମୀରରେ ଅତ୍ୟନ୍ତ ସତର୍କତାର ସହ ଚାଲୁଛି ଏବଂ ସର୍ବସାଧାରଣରେ ତା’ର କାର୍ଡ ଖୋଲୁନାହିଁ। ଦଳ କାଶ୍ମୀରର ତିନୋଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ସାର୍ବଜନୀନ ନକରି ଆଢ଼ୁଆଳରେ କାହାକୁ ସମର୍ଥନ କରିବାକୁ ହେବ ସେ ନେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ବାର୍ତ୍ତା ଦେଇ ଲୁଚକାଳି ଖେଳୁଛି। ଅନନ୍ତନାଗ-ରାଜୌରୀ, ଶ୍ରୀନଗର ଓ ବାରମୁଳା ଭଳି ତିନୋଟି ଲୋକସଭା ଆସନରେ ନିର୍ବାଚନ ନ ଲଢ଼ିବାକୁ ବିଜେପି ନିଷ୍ପତ୍ତି ନେଇଛି।

ତା’ ବଦଳରେ ଏନ୍‌ସି, ପିଡିପି ଓ କଂଗ୍ରେସ ବ୍ୟତୀତ ଅନ୍ୟ ସମଭାବାପନ୍ନ ଦଳର ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛି। ଉପତ୍ୟକାର ୩ଟି ଲୋକସଭା ଆସନ ମଧ୍ୟରୁ ଶ୍ରୀନଗର, ବଡ଼ଗାମ, ଗଣ୍ଡରବାଲ, ପୁଲଵାମା ଓ ସୋପିଆନ୍ ଭଳି ପାଞ୍ଚଟି ଜିଲ୍ଲାକୁ ନେଇ ଗଠିତ ଶ୍ରୀନଗର ସଂସଦୀୟ କ୍ଷେତ୍ରରେ ମେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ। ଶ୍ରୀନଗର ଆସନରେ ୨୪ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ବିଜେପି ଏପର୍ଯ୍ୟନ୍ତ କାହାକୁ ସମର୍ଥନ କରିବ ତାହା ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ ଏବଂ ଏହାକୁ ନେଇ ଏନ୍‌ସି ଓ ପିଡିପିରେ ଉତ୍କଣ୍ଠା ବଢ଼ୁଛି।