କୁଲଗାମ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁଲଗାମରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁଲଗାମର ରେଡୱାନି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇ ଆଜି ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଏହି ସର୍ଚ୍ଚ ଅପରେସନ ପରେ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କୁ ଏଯାବତ ଚିହ୍ନଟ କରାଯାଇନି। ଉଲ୍ଲେଖଯୋଗ୍ୟ ଯେ […]

କୁଲଗାମ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର କୁଲଗାମରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁଲଗାମର ରେଡୱାନି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇ ଆଜି ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଏହି ସର୍ଚ୍ଚ ଅପରେସନ ପରେ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କୁ ଏଯାବତ ଚିହ୍ନଟ କରାଯାଇନି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ନିରୋଧ ଅପରେସନ୍ ଜୋରଦାର କରିଛନ୍ତି। ମେ’ ୧ ତାରିଖରେ ମଧ୍ୟ ସୁରକ୍ଷା ସଂସ୍ଥା ଗୁଡ଼ିକ କଠୁଆ ଜିଲ୍ଲା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ କରିଥିଲେ। ଉକ୍ତ ଘଟଣାରେ ଆତଙ୍କବାଦୀ ମଧ୍ୟ ନିପାତ ହୋଇଥିଲେ।