ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ :ଗାଁ ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଛି। ତେବେ ମୃତଦେହ ଟି ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀ ମିଳିଛି। ମୃତ ଯୁବକ ଜଣଙ୍କ କଣାସ ଗଡ଼ଶାହି ଗାଁର ବୋଲି ଜଣାପଡିଛି। ତେବେ ମୃତ ଯୁବକଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ […]

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ :ଗାଁ ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଛି। ତେବେ ମୃତଦେହ ଟି ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀ ମିଳିଛି। ମୃତ ଯୁବକ ଜଣଙ୍କ କଣାସ ଗଡ଼ଶାହି ଗାଁର ବୋଲି ଜଣାପଡିଛି। ତେବେ ମୃତ ଯୁବକଙ୍କ ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ କିଛି ମାସ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ। କିଛି ଦିନ ପୂର୍ବେ ହସ୍ପିଟାଲରୁ ଚିକିତ୍ସା ହୋଇ ଗାଁକୁ ଆସିଥିଲେ। ଏହାପରେ ଦୁଇ ଦିନ ହେବ ସେ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ଯୁବକଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲା ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ହେଲେ ଆଜି ସକାଳୁ ସକାଳୁ ଗାଁ ଲୋକେ ପୋଖରୀ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀମାନେ ତୁରନ୍ତ କଣାସ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରୁଛି କଣାସ ପୋଲିସ।