ତୃତୀୟ ଟ୍ବେଣ୍ଟି-୨୦ ବିଜୟ ସହ ଜିମ୍ବାୱେ ବିପକ୍ଷରେ ଶୃଙ୍ଖଳା ଜିତିଲା ବାଂଲାଦେଶ

ଚଟ୍ଟୋଗ୍ରାମ: ବାଂଲାଦେଶ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଘରୋଇ ଦଳ ଆଗୁଆ ଜିତିଯାଇଛି। ଲଗାତାର ତୃତୀୟ ଟ୍ବେଣ୍ଟି-୨୦କୁ ଜିତି ବାଂଲାଦେଶ ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ରହିଛି। ପ୍ରଥମ ମ୍ୟାଚ୍କୁ ୮ ୱିକେଟ୍ ଓ ଦ୍ବିତୀୟ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିବା ପରେ ତୃତୀୟ ମ୍ୟାଚ୍କୁ ୯ ରନ୍ରେ ଜିତିନେଇଛି। ତୋହିତ ହୃଦୟଙ୍କ ୫୭ ଓ ଜାକର ଅଲୀଙ୍କ ୪୪ ରନ୍ ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୬୫/୫ ସ୍କୋର […]

ତୃତୀୟ ଟ୍ବେଣ୍ଟି-୨୦ ବିଜୟ ସହ ଜିମ୍ବାୱେ ବିପକ୍ଷରେ ଶୃଙ୍ଖଳା ଜିତିଲା ବାଂଲାଦେଶ

ଚଟ୍ଟୋଗ୍ରାମ: ବାଂଲାଦେଶ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଘରୋଇ ଦଳ ଆଗୁଆ ଜିତିଯାଇଛି। ଲଗାତାର ତୃତୀୟ ଟ୍ବେଣ୍ଟି-୨୦କୁ ଜିତି ବାଂଲାଦେଶ ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ରହିଛି। ପ୍ରଥମ ମ୍ୟାଚ୍କୁ ୮ ୱିକେଟ୍ ଓ ଦ୍ବିତୀୟ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିବା ପରେ ତୃତୀୟ ମ୍ୟାଚ୍କୁ ୯ ରନ୍ରେ ଜିତିନେଇଛି। ତୋହିତ ହୃଦୟଙ୍କ ୫୭ ଓ ଜାକର ଅଲୀଙ୍କ ୪୪ ରନ୍ ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୬୫/୫ ସ୍କୋର କରିଥିଲା। ପ୍ରତିପକ୍ଷର ବ୍ଲେସିଂ ମୁଜରବାନି ୩ ୱିକେଟ୍ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ୯ ୱିକେଟ୍ ବିନିମୟରେ ୧୫୬ ରନ୍ କରିପାରିଥିଲା। ଦଶମ ସ୍ଥାନରେ ବ୍ୟାଟିଂ ଆସିଥିବା ଫରାଜ ଆକ୍ରମ ସର୍ବାଧିକ ୩୪* ରନ୍ କରିଥିଲା ବେଳେ ବିଜୟୀ ଦଳର ମହମ୍ମଦ ସୈଫୁଦ୍ଦିନ୍ ୩, ରିସାଦ ହୋସେନ୍ ୨ ୱିକେଟ୍ ନେଇଥିଲେ। ଅର୍ଦ୍ଧଶତକୀୟ ପାଳି ପାଇଁ ତୋହିଦ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।