ପଥର ଉତ୍ତୋଳନକୁ କେନ୍ଦ୍ରକରି ଉତ୍ତେଜନା : ପୋଲିସକୁ ୪ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

କରଞ୍ଜିଆ ୨୨।୪: ପଥର ଉତ୍ତୋଳନକୁ କେନ୍ଦ୍ରକରି ଗାଁରେ ଉତ୍ତେଜନା । ପୋଲିସକୁ ୪ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ରୁଗୁଡ଼ି ଗାଁରେ । ଲିଜ୍ ଧାରୀ ସଂସ୍ଥାର ଲିଜ୍ ଅବଧି ରହିଥିବାରୁ ପଥର ଉତ୍ତୋଳନ କରିବାକୁ ଗାଁକୁ ଆସିଥିବା ବେଳେ ରୁଗୁଡି ଗାଁର ମହିଳା ଓ ପୁରୁଷମାନେ ପଥର ଉତ୍ତୋଳନ କରିବାକୁ ମନା କରିବା ସହ ଗ୍ରାମସଭାରେ ହୋଇଥିବା ଚୁକ୍ତିକୁ ପୂରଣ ନକରିବା ପର୍ଯ୍ୟନ୍ତ ପଥର ଉତ୍ତୋଳନ କରିବାକୁ ମନା କରିଥିଲେ । ତେଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ପୋଲିସକୁ ମଧ୍ଯ ଅଟକ ରଖିଥିଲେ । ଖବର ପାଇ ଯଶୀପୁର ଥାନା ଅଧିକାରିଣୀ ରୁଗୁଡ଼ି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କଲାପରେ ଦୀର୍ଘ ୪ ଘଣ୍ଟା ପରେ ପୋଲିସକୁ ଛାଡିଥିବା ଦେଖିବାକୁ ମିଳିଛି ।You Can Read :ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ପ୍ରେସର ଆଇଇଡି, ଚାଲିଗଲା ଯୁବକଙ୍କ ଜୀବନ  

ପଥର ଉତ୍ତୋଳନକୁ କେନ୍ଦ୍ରକରି ଉତ୍ତେଜନା : ପୋଲିସକୁ ୪ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

କରଞ୍ଜିଆ ୨୨।୪: ପଥର ଉତ୍ତୋଳନକୁ କେନ୍ଦ୍ରକରି ଗାଁରେ ଉତ୍ତେଜନା । ପୋଲିସକୁ ୪ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ରୁଗୁଡ଼ି ଗାଁରେ । ଲିଜ୍ ଧାରୀ ସଂସ୍ଥାର ଲିଜ୍ ଅବଧି ରହିଥିବାରୁ ପଥର ଉତ୍ତୋଳନ କରିବାକୁ ଗାଁକୁ ଆସିଥିବା ବେଳେ ରୁଗୁଡି ଗାଁର ମହିଳା ଓ ପୁରୁଷମାନେ ପଥର ଉତ୍ତୋଳନ କରିବାକୁ ମନା କରିବା ସହ ଗ୍ରାମସଭାରେ ହୋଇଥିବା ଚୁକ୍ତିକୁ ପୂରଣ ନକରିବା ପର୍ଯ୍ୟନ୍ତ ପଥର ଉତ୍ତୋଳନ କରିବାକୁ ମନା କରିଥିଲେ । ତେଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ପୋଲିସକୁ ମଧ୍ଯ ଅଟକ ରଖିଥିଲେ । ଖବର ପାଇ ଯଶୀପୁର ଥାନା ଅଧିକାରିଣୀ ରୁଗୁଡ଼ି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କଲାପରେ ଦୀର୍ଘ ୪ ଘଣ୍ଟା ପରେ ପୋଲିସକୁ ଛାଡିଥିବା ଦେଖିବାକୁ ମିଳିଛି ।

You Can Read :

ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ପ୍ରେସର ଆଇଇଡି, ଚାଲିଗଲା ଯୁବକଙ୍କ ଜୀବନ